ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବକାରୀ ବିଭାଗର ଚଢ଼ାଉ ,ବିପୁଳ ପରିମାଣ ର ଦେଶୀ ମଦ ଜବତ ସହ ଦୁଇ ଗିରଫ

କାମାକ୍ଷାନଗର(ମ.ନି.ସ)_10/10 ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଂଚଳରେ ଲକ୍ଷ୍ମୀ ପୂଜା ପାଇଁ ହୋଇଥିବା ଢେଙ୍କାନାଳ ଅବକାରୀ ବିଭାଗ ର କଣ୍ଟ୍ରୋଲ ରୁମ ପକ୍ଷରୁ ଚଢ଼ାଉ | ଚଢ଼ାଉ ରେ ବିପୁଳ ପରିମାଣ ର ଦେଶୀ ମଦ ଓ ପୋଚ ଜବତ ସହ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲଣ କରିଛି ଢେଙ୍କାନାଳ ଅବକାରୀ ବିଭାଗ |ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣେ ହେଉଛନ୍ତି ଚନ୍ଦାର ଗ୍ରାମର ବିରଞ୍ଚି ସାହୁ ଓ ଅନ୍ୟ ଜଣକ ହେଲେ ଏକତାଳି ଗ୍ରାମର ଯୁଗଳ କିଶୋର ବେହେରା |ସୂଚନା ମୁତାବକ ଚଢ଼ାଉ ରେ ବିରଞ୍ଚି ଙ୍କ ଘରୁ ୫୦ଲିଟର ଦେଶୀ ମଦ ମିଳିଥିବା ବେଳେ, ଯୁଗଳ ଙ୍କ ଘରୁ ୩୫ ଲିଟର ଦେଶୀ ମଦ ମିଳିଛି |ତେବେ ଉଭୟଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲଣ କରି ଥିବା ସୂଚନା ଦେଛନ୍ତି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଗୋଲାମୁଣ୍ଡା ଠାରେ ଏକଲ ଅଭିଯାନର ଅଂଚଳସ୍ତର ଖେଳକୁଦ ପ୍ରତିଯୋଗିତା 

Sunil Chandra Nayak

ଶୁଭଦର୍ଶିନୀ ସଂଯୁକ୍ତା ସାହୁ ଙ୍କ କବିତା ଉଜ୍ଜଳ ଅନ୍ଧାର

Sunil Chandra Nayak

ଗୋଲାମୁଣ୍ଡା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

Sunil Chandra Nayak

Leave a Comment

error: Content is protected !!