ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇଡ଼ିଏଲ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାନେଇ ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା

ରାଉରକେଲା/ ଆଇଡ଼ିଏଲ ଏକ୍ସପ୍ଲୋସିଭ୍ ଲିମିଟେଡ଼ ରେ ଦୀର୍ଘବର୍ଷ ଧରି ଉପୁଜିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ହିନ୍ଦ ମଜଦୁର ସଭା ସହବନ୍ଧିତ ଇଣ୍ଡିଆନ ଡିଟୋନେଟର୍ସ ମଜଦୁର ସଭାର ନେତା ମାନଙ୍କ ସହିତ ଏକ ଉଚ୍ଚ ସ୍ତରୀୟ ଯୁଗ୍ମ କମିଟି ବୈଠକ କାରଖାନାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଶ୍ରମିକ ମାନଙ୍କର ଦୀର୍ଘମିଆଦୀ ଚୁକ୍ତିନାମା, ବାର୍ଷିକ ବୋନସ, ଉନ୍ନତମାନର କ୍ୟାଣ୍ଟିନ ବ୍ୟବସ୍ଥା,ଠିକା ଶ୍ରମିକ ମାନଙ୍କୁ ପ୍ରତ୍ୟେକ ଦିନ କାର୍ଯ୍ୟ ଯୋଗାଇବା, କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ଉପକରଣ ବ୍ୟବହାର କରିବା, ସର୍ବୋପରି ଉତ୍ପାଦନ ଉତ୍ପାଦକତା ଓ ସାମାଜିକ ସୁରକ୍ଷା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା l ଦୀର୍ଘଦିନ ଧରି ଠିକା ଶ୍ରମିକ ମାନଙ୍କର ଗ୍ରେଡେସନ ଓ ସ୍ଥାୟୀ ନିଯୁକ୍ତି ଉପରେ ୟୁନିଅନ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା l ଆଲୋଚନା ମାଧ୍ୟମରେ ଏସବୁ ସମସ୍ୟାର ସମାଧାନ କରିବାପାଇଁ ମ୍ୟାନେଜେମେଣ୍ଟ ପକ୍ଷରୁ ପ୍ରତିଶୃତି ଦେଇଥିଲେ। ଏହି ସଭାରେ ୟୁନିୟନର ସଭାପତି ଆନନ୍ଦ ଚନ୍ଦ୍ର ମହାନ୍ତି, କାର୍ଯ୍ୟକାରୀ ସଭାପତି ଅରୁଣ କୁମର ପରିଡା, ସାଧାରଣ ସମ୍ପାଦକ ଶଶଧର ନାୟକ, ଉପସଭାପତି ସିଦ୍ଧେଶ୍ବର ବଳ, ସମ୍ପାଦକ ପ୍ରଭାତ ନାୟକ, ରବୀନ୍ଦ୍ର ନାଥ ବିଶ୍ୱାଳ, ପ୍ରଶାନ୍ତ ସାମନ୍ତରାୟ, ବିଶ୍ୱନାଥ ନାୟକ ଓ ଲଷ୍ମଣ ମହାକୁଡ଼ ଯୋଗ ଦେଇଥିବା ବେଳେ ମ୍ୟାନେଜେମେଣ୍ଟ ପକ୍ଷରୁ ଉପସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଡିଜିଏମ ପ୍ରଭାତ ରଞ୍ଜନ, ଆର ପ୍ରଭାକର, ରଞ୍ଜନ ମହାନ୍ତି ଓ ରାଜକୁମାର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଆଗାମୀ ଯୁଗ୍ମ କମିଟି ବୈଠକରେ ସ୍ଥାନୀୟ ବିଧାୟକ ତଥା ୟୁନିଅନର ମୁଖ୍ୟ ଉପଦେଷ୍ଟା ସୁବ୍ରତ ତରାଇ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ନବମସ୍ବରୂପ ମାତା ସିଦ୍ଧିଦାତ୍ରୀ

Sunil Chandra Nayak

ତ୍ରିନାଥ ପଟ୍ଟନାୟକ ଙ୍କ କବିତା କାଳିଆର ରଥଯାତ୍ରା

Sunil Chandra Nayak

ଚନ୍ଦ୍ରକଳା ଙ୍କ କବିତା ସନ୍ଧ୍ୟା

Sunil Chandra Nayak

Leave a Comment

error: Content is protected !!