ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘର ରେ  ମାଓ ବେନର ଓ  ପୋଷ୍ଟର  ମାରି ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ

ରାଇଘର ୨୧/୭ ନବରଙ୍ଗପୁର ଜିଲ୍ଲା ରାଇଘର କୁନ୍ଦେଇ ମୁଖ୍ୟ  ରାସ୍ତାକଡ ରେ ଗୁରୁବାର ମାଓ ବେନର ଓ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିଥିବା ଜଣାପଡିଛି l ରାଇଘର ବ୍ଲକ ଜୋଡିଙ୍ଗା ନିକଟବର୍ତୀ ଶାସ୍ତ୍ରୀ ନଗର  ଛକ ନିକଟରେ ମାଓ ବେନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା l  ଉକ୍ତ ବେନର ରେ ବନ ବିଭାଗର କର୍ମଚାରୀ ଟଙ୍କା ଖାଈ ଜଂଗଲ କଟିବା ପାଇଁ ସୁଯୋଗ ଦେଉଥିବା ସହ ଜଂଗଲ କୁ ନଷ୍ଟ କରୁଥିବା ଅଭିଯୋଗ ଆଣିଥିବା ଦେଖିବାକୁ ମିଳିଛି l ଏଥି ସହ ହାତିଗାଁ ସଂରକ୍ଷିତ ଜଂଗଲ ନିକଟବର୍ତୀ ଅଞ୍ଚଳରେ ଥିବା ଦୁଇଗୋଟି ଗ୍ରାମ  ଲକ୍ଷଣପୁର  ଓ  ନୁଆ କୁସୁମପୁର ତୁରନ୍ତ ସେଠାରୁ ଉଚ୍ଛେଦ କରିବା ପାଇଁ ଉଲେଖ ହୋଇଛି ଏହି ମାଓ ବେନର ଓ ପୋଷ୍ଟର ଛତିଶଗଡର ଏରିୟା କମିଟି ଥିବା ଉଲେଖ ହୋଇଛି l ରାଇଘର ପୋଲିସ ଖବର ପାଇ ଲାଗିଥିବା ମାଓ ବେନର ଓ ପୋଷ୍ଟର ଜବତ କରିଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ଗଛ ରୁ ମହିଳା ଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ, ପୁଲିସ ର ତଦନ୍ତ ଜାରି 

Sunil Chandra Nayak

ଧର୍ମଗଡ ଠାରେ ୭୬ ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ

Sunil Chandra Nayak

ଶ୍ରୀନିବାସ ପଣ୍ଡା ଙ୍କ କବିତା ଅଗ୍ରପୂଜ୍ୟ ଶ୍ରୀ ଗଣେଶ

Sunil Chandra Nayak

Leave a Comment

error: Content is protected !!