ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘର ରେ  ମାଓ ବେନର ଓ  ପୋଷ୍ଟର  ମାରି ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ

ରାଇଘର ୨୧/୭ ନବରଙ୍ଗପୁର ଜିଲ୍ଲା ରାଇଘର କୁନ୍ଦେଇ ମୁଖ୍ୟ  ରାସ୍ତାକଡ ରେ ଗୁରୁବାର ମାଓ ବେନର ଓ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିଥିବା ଜଣାପଡିଛି l ରାଇଘର ବ୍ଲକ ଜୋଡିଙ୍ଗା ନିକଟବର୍ତୀ ଶାସ୍ତ୍ରୀ ନଗର  ଛକ ନିକଟରେ ମାଓ ବେନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା l  ଉକ୍ତ ବେନର ରେ ବନ ବିଭାଗର କର୍ମଚାରୀ ଟଙ୍କା ଖାଈ ଜଂଗଲ କଟିବା ପାଇଁ ସୁଯୋଗ ଦେଉଥିବା ସହ ଜଂଗଲ କୁ ନଷ୍ଟ କରୁଥିବା ଅଭିଯୋଗ ଆଣିଥିବା ଦେଖିବାକୁ ମିଳିଛି l ଏଥି ସହ ହାତିଗାଁ ସଂରକ୍ଷିତ ଜଂଗଲ ନିକଟବର୍ତୀ ଅଞ୍ଚଳରେ ଥିବା ଦୁଇଗୋଟି ଗ୍ରାମ  ଲକ୍ଷଣପୁର  ଓ  ନୁଆ କୁସୁମପୁର ତୁରନ୍ତ ସେଠାରୁ ଉଚ୍ଛେଦ କରିବା ପାଇଁ ଉଲେଖ ହୋଇଛି ଏହି ମାଓ ବେନର ଓ ପୋଷ୍ଟର ଛତିଶଗଡର ଏରିୟା କମିଟି ଥିବା ଉଲେଖ ହୋଇଛି l ରାଇଘର ପୋଲିସ ଖବର ପାଇ ଲାଗିଥିବା ମାଓ ବେନର ଓ ପୋଷ୍ଟର ଜବତ କରିଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ଜୋର ଧରିଲା 

Sunil Chandra Nayak

ଆଦରମଣି ପ୍ରଧାନ,(ଗୋଲାପୀ) ଙ୍କ ଗଳ୍ପ ମୁଁ ପ୍ରେମିକା

Sunil Chandra Nayak

ମହିମା ଧର୍ମୀ ବାବାଙ୍କ ଆତ୍ମହତ୍ୟା , କାରଣ ଅସ୍ପଷ୍ଟ

Sunil Chandra Nayak

Leave a Comment

error: Content is protected !!