ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀଙ୍କ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ

ଢ଼େଙ୍କାନାଳ: ୨/୪ ଶନିବାର_ ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ଓଡିଶା ସରକାର ଙ୍କ ଦ୍ଵାରା ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବଂପା ଠାରେ ଗଢି ଉଠି ଥିବା ଆଶ୍ରମ ବିଦ୍ୟାଳୟ କୁ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ ପରିଦର୍ଶନ କରିଥିଲେ। ସେ ଅନ୍ତେବାସୀ ଓ ଅନ୍ତେବାସୀନି ମାନଙ୍କ ଗହଣ ରେ କିଛି ସମୟ ବିତେଇବା ସହ ଶ୍ରେଣୀ ଗୃହ ଓ ବିଦ୍ୟାଳୟର ଉନ୍ନତି ସଂପର୍କ ରେ ଆଶ୍ରମ ର ପରିଚାଳକ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଂକ ସହିତ ଆଲୋଚନା କରିଥିଲେ। ଏଥିନିମନ୍ତେ ସ୍ଥାନୀୟ ସରପଞ୍ଚ ମମତା ବେହେରା , ସମିତି ସଭ୍ୟା ଅଶାନ୍ତି ଭୋଇ ଓ ସ୍ଥାନୀୟ ଉତ୍ସାୟୀ ଯୁବକ ସହଯୋଗ କରିଥିଲେ।

   ଏତଦ୍ ବ୍ୟତୀତ ଵଂପା, ବ୍ରଜନାଥ ପୁର, ବ୍ରାହ୍ମଣୀଆ ପାଳ ପ୍ରଭୃତି ଗ୍ରାମ ବୁଲିଥିଲେ ଓ ଗ୍ରାମବାସୀ ମାନଙ୍କ ବିଭିନ୍ନପ୍ରକାର ଅଭାବ ଅସୁବିଧା କୁ ଦୂର କରିବା କୁ ପ୍ରତିଶ୍ରୁତି ଦେଇଥିଲ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀଙ୍କ ରିପୋର୍ଟ

 

Related posts

ଉର୍ଲାଦନୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧୀୟ ବଗିଚା : ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଉଦାହରଣ

Sunil Chandra Nayak

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅକ୍ଷୟ ତୃତୀୟାର ଭେଟି, ମିଳିବ ଦୁଇ ହଜାର ଟଙ୍କା,ଏନେଇ ଘୋଷଣା କଲେ ରାଜ୍ୟ ସରକାର

ମୁଣ୍ଡାଗୁଡା ରୁ ମଙ୍ଗର ଦୋରା ରାସ୍ତା ମରାମତି ପାଇଁ ପାଡେ ପଦର ସରପଞ୍ଚ ଙ୍କ ବି ଡି ଓ ଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!