ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

ନବରଙ୍ଗପୁର ୦୪/୦୯/୨୦୨୨ – ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳ ଡକ୍ଟର ମିଶ୍ର ସମୀକ୍ଷା କରିଥିଲେ। ଏଥିରେ କୃଷକ ପଞ୍ଜିକରଣ, ୟୁରିଆ ସାର, ବିହନଯୋଗାଣ,ଅଙ୍ଗନୱାଡ଼ି କେନ୍ଦ୍ର ପରିଚାଳନା, ଅମୃତ ସରୋବର ପ୍ରକଳ୍ପ, ଶିକ୍ଷା ବ୍ୟବସ୍ଥା,5T ସ୍କୁଲ, ସ୍ବାସ୍ଥ୍ୟ ସେବା, ବେସାମରିକ ଯୋଗାଣ ବ୍ୟବସ୍ଥା ଇତ୍ୟାଦି ସମୀକ୍ଷା କରାଯାଇଥିଲା। ବିଶେଷ କରି ନୋଡାଲ ଅଧିକାରୀ ମାନେ ସଂପୃକ୍ତ ବ୍ଲକ ପରିଦର୍ଶନ ସମୟରେ ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ପଞ୍ଚାୟତ କାର୍ଯ୍ୟ ର ତଦାରଖ କରି ସବିଶେଷ ତଥ୍ୟ ଜିଲ୍ଲପାଳଙ୍କୁ ଜଣାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଖରିଫ୍ ଋତୁରେ କୃଷକ ମାନଙ୍କ ପାଇଁ ଆବଶ୍ୟକ ବିହନ ସାର ଯୋଗାଣ ରେ ଯେମିତି କୌଣସି ତ୍ରୁଟି ନହୁଏ ସେଥିପାଇଁ ଯଥେଷ୍ଟ ଧ୍ୟାନ ଦେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲପାଳ ଡକ୍ଟର ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ନୋଡାଲ ଅଧିକାରୀ ମାନେ ବ୍ଲକ୍ ସ୍ତରରେ କ୍ଷେତ୍ର ପ୍ରଦର୍ଶନ ସମୟରେ ବିଶେଷ କରି ଅଙ୍ଗନୱାଡ଼ି କେନ୍ଦ୍ର, ସ୍ବାସ୍ଥ୍ୟ ସେବା କେନ୍ଦ୍ର, ସ୍କୁଲ, ପଞ୍ଚାୟତ ର ଚାଉଳ ବିକ୍ରୟ କେନ୍ଦ୍ର ଇତ୍ୟାଦି ରେ କିଛି କର୍ମଚାରୀ ମାନଙ୍କ ଅନୁପସ୍ଥିତି ଥିବା ଏବଂ ଆବଶ୍ୟକ ରେକର୍ଡ ପତ୍ର ଠିକ ଠାକ୍ ନଥିବା ସମ୍ପର୍କରେ ନୋଡାଲ ଅଧିକାରୀ ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ଡକ୍ଟର ମିଶ୍ର ସରକାରୀ କାର୍ଯ୍ୟରେ ଅବହେଳା କରୁଥିବା ସଂପୃକ୍ତ କର୍ମଚାରୀ ଙ୍କ ବିରୁଦ୍ଧରେ ନୋଡାଲ ଅଧିକାରୀ ମାନଙ୍କ ସୂଚନା ଭିତ୍ତିରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସେହିପରି ଗ୍ରାମ ପଞ୍ଚାୟତ ସ୍ତରରେ ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର ର ଆବଶ୍ୟକ ନିର୍ମାଣ ଓ ମରାମତି କାର୍ଯ୍ୟକୁ ସରପଞ୍ଚ ମାନେ ପ୍ରାଥମିକତା ସହ ଗୁରୁତ୍ଵ ଦେଇ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ସ୍କୁଲ ଗୃହ, ପରିସର ଯେମିତି ସଫା ସୁତୁରା ରହିବ ତାହା ଉପରେ ଯତ୍ନବାନ୍ ହେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ସ୍କୁଲ କର୍ମକର୍ତ୍ତା ଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ନୋଡାଲ ଅଧିକାରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ସମନ୍ୱିତ ଆଦିବାସି ଉନ୍ନୟନ ,ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ମୌସୁମୀ ନାୟକ,ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା ଉପ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦେବୀ ପ୍ରସାଦ ଟାଲି ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ମୃତି ରଞ୍ଜନ ସାମନ୍ତରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁଧାଂଶୁ ପାତ୍ର,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସ୍ବର୍ଣ୍ଣଲତା ବିଶ୍ୱାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ସୁକାନ୍ତ ଶତପଥି , ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜୟକୃଷ୍ଣ ବେହେରା ଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ବିଷମ କଟକ ସହର ଗସ୍ତ

Sunil Chandra Nayak

ଏଣିକି ମହିଳା ଓ କିନ୍ନର ଚଲାଇବେ ଭାରି ଯାନ କ୍ରୁଟ ଯୋଗାଇ ଦେଉଛି ତାଲିମ

ନିରୁପମା ପାଣି ଙ୍କ କବିତା ଆଉ ଫେରିବୁନି

Sunil Chandra Nayak

Leave a Comment

error: Content is protected !!