ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଓ ଅନୁଗୋଳରେ ଅନୁଷ୍ଠିତ ହେବ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ

ଢେଙ୍କାନାଳ(ମସିହା) ଅକ୍ଟୋବର ୨୭ – ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାନନୀୟ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ଆହ୍ୱାନ କରିଛନ୍ତି । ସାମାଜିକ ସଂଗଠନ ସମେତ ଅନେକ ସ୍ତରରେ ଯୁବଶକ୍ତିଙ୍କ ମଧ୍ୟରେ ଖେଳୁଆଡ ମନୋବୃତ୍ତିକୁ ବ୍ୟାପକ କରିବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଆହ୍ୱାନରେ ଅନୁପ୍ରାଣିତ ହୋଇ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ଆସନ୍ତା ନଭେମ୍ବର ୩ ରୁ ନଭେମ୍ବର ୮ ପର୍ଯ୍ୟନ୍ତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଛି ।   ‘ଆମେ ଓଡ଼ିଆ’ ସଂଗଠନର ସମ୍ପାଦକ ସଂଗ୍ରାମ ପାତ୍ର କହିଛନ୍ତି ଯେ ସର୍ବଭାରତୀୟ ଫୁଟବଲ ସଂଘ(AIFF) ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଛି । ଢେଙ୍କାନାଳ ମିନି ଷ୍ଟାଡିୟମ, ଅନୁଗୋଳର କଦମ ପଡିଆ, ତାଳଚେରର ବ୍ଲାକ ଡାଇମଣ୍ଡ ଷ୍ଟାଡିୟମ ଠାରେ ଫୁଟବଲ ମ୍ୟାଚ୍ ଆୟୋଜନ କରାଯିବ । ଢେଙ୍କାନାଳ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ସହ ଦୁଇଟି ମ୍ୟାଚ ଖେଳାଯିବ । ଏହି ପ୍ରତିଯୋଗିତାରେ ଘରୋଇ ଫୁଟବଲ ଟିମ ସହ ୮ଟି ରାଜ୍ୟରୁ ୮ଟି ଦଳ ଅଂଶଗ୍ରହଣ କରିବେ । ସେମାନେ ହେଲେ ଓଡ଼ିଶା ଟିମ, ମୁମ୍ବାଇର କେନକ୍ରେ ଏଫସି, ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏଫସି, କେରଳର ଗୋକୁଲମ କେରଳ ଏଫସି, ମଣିପୁରର ଶ୍ରୀନିଧି ଡେକାନ ଏଫସି, ଦିଲ୍ଲୀର ଏଫସି ଦିଲ୍ଲୀ, ରାଜସ୍ଥାନର ରାଜସ୍ଥାନ ୟୁନାଇଟେଡ୍ ଏଫସି, ପଶ୍ଚିମବଙ୍ଗର ମହମ୍ମେଦାନ ଏସସି ପ୍ରଭୁତି ଦଳ ଅଂଶଗ୍ରହଣ କରିବେ । ଏହାବ୍ୟତିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଅତିରିକ୍ତ ଆସାମର ବୋଦୋ ଲ୍ୟାଣ୍ଡ୍ ମଧ୍ୟ ସାମିଲ ହେବ । ନଭେମ୍ବର ୩ରେ ଢେଙ୍କାନାଳ ମିନି ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ । ଓଡ଼ିଶା ଟିମ୍ ଓ ମୁମ୍ବାଇର କେନକ୍ରେ ଏଫସି ମଧ୍ୟରେ ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ୍ ଖେଳାଯିବ । ସେହି ଠାରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏଫସି ଓ କେରଳର ଗୋକୁଲମ କେରଳ ଏଫସି ମଧ୍ୟରେ ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ୍ ଖେଳାଯିବ । ଉଦଘାଟନୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ । ଏଥିରେ ଦେଶର ନାମୀଦାମୀ ଓ ତାରକା ଖେଳାଳି, କଳାକାର ଓ ଗଣମାନ୍ୟ ବ୍ୟକ୍ତିତ୍ୱମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ନଭେମ୍ବର ୪ରେ ଅନୁଗୋଳର କଦମ ପଡିଆରେ ମଣିପୁରର ଶ୍ରୀନିଧି ଡେକାନ ଏଫସି ଏବଂ ଦିଲ୍ଲୀର ଦିଲ୍ଲୀ ଏଫସି ମଧ୍ୟରେ ତୃତୀୟ କ୍ୱାଟର ଫାଇନାଲ ଓ ରାଜସ୍ଥାନର ରାଜସ୍ଥାନ ୟୁନାଇଟେଡ୍ ଏଫସି ଏବଂ ପଶ୍ଚିମବଙ୍ଗର ମହମ୍ମେଦାନ ଏସସି ମଧ୍ୟରେ ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ନଭେମ୍ବର ୬ରେ କଦମ ପଡିଆରେ କ୍ୱାଟର ଫାଇନାଲରେ ବିଜୟୀ ୪ଟି ଟିମ୍ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ସେମି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ନଭେମ୍ବର ୭ରେ ତାଳଚେରର ଏମସିଏଲ ବ୍ଲାକ୍ ଡାଇମଣ୍ଡ ଷ୍ଟାଡିୟମରେ ଅତିରିକ୍ତ ଟିମ୍ ଆସାମର ବୋଦୋ ଲ୍ୟାଣ୍ଡ ସହ ସେମିଫାଇନାଲ ମ୍ୟାଚରେ ପରାଜୟ ଟିମ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହେବ । ଶେଷରେ ନଭେମ୍ବର ୮ରେ ତାଳଚେରର ଏମସିଏଲ ବ୍ଲାକ୍ ଡାଇମଣ୍ଡ ଷ୍ଟାଡିୟମରେ ଉଦଯାପନୀ ସମାରୋହ ସହ ଫାଇନାଲ ମ୍ୟାଚ୍ ଖେଳାଯିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟ ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ବେଳେ ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତଙ୍କ ସମ୍ମାନାର୍ଥେ ସଂଗଠନ ପକ୍ଷରୁ ଏହି ଉଦ୍ୟମ କରାଯାଇଛି । ଜିଲ୍ଲା ଆଥଲେଟିକ ଆସୋସିସନ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟକୁ ସୁଚାରୂରୂପେ ଆୟୋଜନ କରିବା ପାଇଁ ଆମେ ଓଡ଼ିଆ ପକ୍ଷରୁ ପ୍ରୟାସ କରାଯାଉଛି । ଢେଙ୍କାନାଳ ଜିଲ୍ଲାରୁ ଅନେକ କ୍ରୀଡାବିତ ବାହାରକୁ ଖେଳିବାକୁ ଯାଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଢେଙ୍କାନାଳରେ ଫୁଟବଲ ପ୍ରେମୀ ଓ କ୍ରୀଡାରେ ରୁଚି ରଖିଥିବା ଯୁବଶକ୍ତିଙ୍କୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପାତ୍ର କହିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଫୁଟବଲ ଟିମର ପୂର୍ବତନ ଅଧିନାୟକ ପ୍ରଭାତ ନାୟକ, ସୁନାମଧନ୍ୟ ଫୁଟବଲ ଖେଳାଳି ମାନସ ସାମଲ, କାର୍ଯ୍ୟକ୍ରମର ଉପଦେଷ୍ଟା ବିଶ୍ୱଜିତ୍ ପଟ୍ଟନାୟକ ଓ ଜିଲ୍ଲା ଆଥଲେଟିକ ଆସୋସିସନର ସମ୍ପାଦକ ନଳିନୀ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ବିଜ୍ଞାନ ମେଳା

Sunil Chandra Nayak

ଓଡିଆ ବିକାଶ ମଞ୍ଚପକ୍ଷରୁ କାର୍ଲମାକ୍ସ ଜୟନ୍ତୀ ପାଳିତ

ଓଡ଼ିଆ ଭାଷା ବିକାଶ ମଞ୍ଚ ଦ୍ବାରା ଲେଲିନ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!