ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜ୍ଞାନର ଦ୍ଵାହିଦେଇ ଧାର୍ମିକ ବିଶ୍ୱାସର ପରିହାସ ନିନ୍ଦନୀୟ – କୁସୁମ..

ରାଉରକେଲା – ସୂର୍ଯ୍ୟପରାଗ ଦିନ ସର୍ବସାଧାରଣରେ ଚିକେନ ବିରିୟାନୀ ଭୋଜିର ଆୟୋଜନ କରି କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ବିଶ୍ୱାସକୁ ପରିହାସ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଶ୍ୱହିନ୍ଦୁ ପରିଷଦ ନେତା ଶାନ୍ତନୁ କୁସୁମ । ଏହି ପରିପ୍ରେକ୍ଷୀରେ ଭିଏଚପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଧର୍ମ ଆଉ ବିଜ୍ଞାନ ହେଉଛନ୍ତି ପରସ୍ପରର ପରିପୂରକ । ବିଜ୍ଞାନ ବିନା ଧର୍ମ ଅଧୁରା ଏବଂ ଧର୍ମ ବିନା ବିଜ୍ଞାନ ବାଟବଣା । ବିଶ୍ୱ ପ୍ରସିଦ୍ଧ ବୈଜ୍ଞାନିକ ଆଇନଷ୍ଟାଇନ ମଧ୍ୟ ଧର୍ମ ଓ ବିଜ୍ଞାନ ଭିତରେ ଥିବା ନିବିଡ ସମ୍ପର୍କର ଅବତାରଣା କରିଥିଲେ । ତାଛଡା ବୈଜ୍ଞାନିକ ଦୃଷ୍ଟିକୋଣରୁ ସୂର୍ଯ୍ୟପରାଗ ସମୟରେ ହଜମ ଜନିତ ସମସ୍ୟା ସୃଷ୍ଟି ହେଉଥିବାରୁ ହାଲୁକା ଖାଦ୍ୟ ଖାଇବା ଅଥବା ଉପବାସ କରିବାର ପରାମର୍ଶ ଦିଆଯାଇଥାଏ । ଯେହେତୁ ରନ୍ଧନ କରାଯାଉଥିବା ଖାଦ୍ୟରେ ଖାଦ୍ୟସାରର ପରିମାଣ ଅଧିକ ରହିଥାଏ, ତେଣୁ ସେଭଳି ଖାଦ୍ୟକୁ ନିରୁତ୍ସାହିତ କରିବାକୁ ପାକ ନିଷେଧର ପରିକଳ୍ପନା । ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ, ସନାତନ ହିନ୍ଦୁ ସଂସ୍କୃତି କୌଣସି ଅନ୍ଧବିଶ୍ୱାସ ଓ କୁସଂସ୍କାର ଭିତରେ ପରିବେଷ୍ଟିତ ନୁହେଁ। କାରଣ ଯେତେବେଳେ ସାରା ଦୁନିଆ ଶିକ୍ଷା ଆଉ ବିଜ୍ଞାନ କ’ଣ ଜାଣିନଥିଲା, ସେତେବେଳେ ଭାରତରେ ଲକ୍ଷ ଲକ୍ଷ ଗୁରୁକୁଳ ଚାଲିଥିଲା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଗଠନର ପାଞ୍ଚ ସହ ବର୍ଷ ପୂର୍ବରୁ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବଂ ହଜାରେ ବର୍ଷ ପୂର୍ବରୁ ତକ୍ଷଶିଳା ବିଶ୍ୱବିଦ୍ୟାଳୟ ଭାରତରେ ପ୍ରତିଷ୍ଠିତ ହୋଇଥିଲା । ତେଣୁ ବିଜ୍ଞାନର ଦ୍ଵାହି ଦେଇ ଉଦ୍ଦେଶ୍ୟମୂଳକ ଭାବରେ କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ବିଶ୍ୱାସକୁ ପରିହାସ କରିଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଭିଏଚପି ନେତା ଶ୍ରୀ କୁସୁମ ଦାବି କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କବିତା ସାହୁ ଙ୍କ କବିତା ସଜବାଜ

Sunil Chandra Nayak

ତେରେସିଂହାରେ ନାଗ ପୂଜା ସମ୍ପନ୍ନ

Sunil Chandra Nayak

ଭୂତ କୋଠି ପାଲଟିଛି ହୋମିଓପାଥି ସ୍ବାସ୍ଥ୍ୟ କେନ୍ଦ୍ର

Sunil Chandra Nayak

Leave a Comment

error: Content is protected !!