ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମରଣ ଯନ୍ତା ପାଲଟିଛି ପୂର୍ତ୍ତ ବିଭାଗ ର ଦୁଇ ରାସ୍ତା

ଧର୍ମଗଡ-ତରାପୁର-ଡହଗାଁ ରାସ୍ତା ଓ ବେହେରା-ମୂଷାପାଲି-ଡହଗାଁ ରାସ୍ତା

ଦଶ ଦିନ ମଧ୍ୟ ରେ ରାସ୍ତା ନିର୍ମାଣ ଦାବୀ

କଂଗ୍ରେସ ର ଗଣଧାରଣା ଚେତାବନୀ

ଧର୍ମଗଡ:୧୭/୬/୨୨: କଳାହାଣ୍ଡି ଜିଲ୍ଲା ଧର୍ମଗଡ ପୂର୍ତ୍ତ ବିଭାଗ ଅଧିନରେ ଥିବା ଦୁଇ ପ୍ରମୁଖ ରାସ୍ତା ଧର୍ମଗଡ-ତରାପୁର-ଡହଗାଁ ରାସ୍ତା ଓ ବେହେରା-ମୂଷାପାଲି-ଡହଗାଁ ରାସ୍ତା ଅବସ୍ଥା ଶୋଚନୀୟ ହୋଈ ପଡ଼ିଛି । ରାସ୍ତା ଦ୍ବୟ ର ତୁରନ୍ତ ନିର୍ମାଣ କରିବାକୁ ଧର୍ମଗଡ କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି । ଆଜି ଏହି ପରିପେକ୍ଷି ରେ ଏକ ଦାବୀ ପତ୍ର ଧର୍ମଗଡ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଛି ।ଧର୍ମଗଡତରାପୁର-ଡହଗାଁ ରାସ୍ତା ଓ ବେହେରା-ମୂଷାପାଲି-ଡହଗାଁ ରାସ୍ତା ପ୍ରଥମେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିଲା । ରାସ୍ତା ରେ ଯାତାୟତବୃଦ୍ଧି ପାଇବା ଏବଂ ରାସ୍ତା ଅବସ୍ଥା ଖରାପ ହେବାରୁ ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ରୁ କଢ଼ା ଯାଇ ପୂର୍ତ୍ତ ବିଭାଗ ଅଧୀନ କୁ ଆସିଥିଲା । ରାସ୍ତା ଉପରେ ଧର୍ମଗଡ ବ୍ଲକ ଏବଂ କୋକସରା ବ୍ଲକ ର ୧୦ ଖଣ୍ଡ ରୁ ଉର୍ଦ୍ଧ ପଞ୍ଚାୟତ ର ଅଧିବାସୀ ନିର୍ଭର କରିଥାନ୍ତି । କୋର୍ଟ କଚେରୀ କାମ ଠାରୁ ଆରମ୍ଭ କରି, ସ୍ଵାସ୍ଥ୍ୟ ସେବା ନିମନ୍ତେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ କୁ ଶହଶ୍ରାଧିକ ଜନସାଧାରଣ ଏବଂ ସ୍କୁଲ କଲେଜ କୁ ବହୁ ଛାତ୍ର ଛାତ୍ରୀ ମାନେ ଯିବା ଆସିବା କରିଥାନ୍ତି । କୋକସରା ବ୍ଲକ ରୁ ଧର୍ମଗଡ ଉପଖଣ୍ଡ ସଦର ମହକୁମା କୁ ସଂଯୋଗ କରୁଥିବା ଏହି ରାସ୍ତା ଏବେ ଖାଲ ଖମା ରେ ପରି ପୂର୍ଣ୍ଣ ହୋଇ ଥିବା ରୁ ଯାତାୟତ ସମୟ ରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଧର୍ମଗଡ ରୁ ତରାପୁର ମଧ୍ୟ ରେ ଅଧିକା ଟ୍ରାଫିକ ରହିଥିବା ବେଳେ ଏହି ରାସ୍ତା ର ଇଚ୍ଛାପୁର ଛକ ଠାରୁ ତରାପୁର ପର୍ଯ୍ୟନ୍ତ ରାସ୍ତା ବେଶି ଖରାପ ହୋଇଯାଇଛି । ବର୍ଷା ହେଲେ ଏହି ରାସ୍ତା ଅବସ୍ଥା ଆହୁରି ଖରାପ ହୋଇ ଯିବ । ଏଣୁ ଯୁଦ୍ଧ କାଳୀନ ଭିତ୍ତି ରେ ରାସ୍ତା ଦ୍ବୟ ର ନିର୍ମାଣ କରିବା ପାଇଁ ଦିଗାମ୍ବର ଦୂରିଆ, ସନ୍ତୋଷ କୁମାର ପାଢ଼ୀ, ଧରଣୀଧର ଧଙ୍ଗଡା ମାଝୀ, ରତନ ନାଏକ, ଲବରାମ ସରାଫ,ଯୁବ କଂଗ୍ରେସ ରୁ ଡାକେ ଲହଜଲ, ପରିକ୍ଷିତ ନାଏକ, ଗୁଣ ସାଗର, ଭୋଲୁ ନାଏକ,ଜୟ ଲାଲ ଜାଲ,ରାମ ସୁନାନୀ ଓ ଅନ୍ୟ ମାନେ ଦାବୀ କରି ଏକ ଦାବୀ ପତ୍ର ସହକାରୀ ଯନ୍ତ୍ରୀ ସମରେନ୍ଦ୍ର ବିଶ୍ଵାଳ ଙ୍କୁ ପ୍ରଦାନ କରିଥିଲେ । ଆସନ୍ତା ଦଶ ଦିନ ମଧ୍ୟରେ ରାସ୍ତା ନିର୍ମାଣକାମ ଆରମ୍ଭ ନହେଲେ ପୂର୍ତ୍ତ ବିଭାଗ କାର୍ଯ୍ୟଳୟ ସମ୍ମୁଖ ରେ ଗଣ ଧାରଣା ଦିଆ ଯିବ ବୋଲି ଦାବୀ ପତ୍ର ରେ ଚେତାବନୀ ଦିଆ ଯାଇଛି ।ଏ ସମ୍ପର୍କ ରେ ସହକାରୀ ଯନ୍ତ୍ରୀ ଶ୍ରୀ ବିଶ୍ଵାଳ ଙ୍କୁ ଯୋଗା ଯୋଗ କରିବାରୁ ତରାପୁର ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରି ଯାଇଛି ଖୁବ ଶୀଘ୍ର କାମ ଆରମ୍ଭ ହୋଇ ଯିବ ବୋଲି କହି ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

କବିତା ସାହୁ ଙ୍କ କବିତା ମାଆ ଆସିଛନ୍ତି

Sunil Chandra Nayak

ନିଖୋଜ ବାଳକ ସଂଖ୍ୟାର ପ୍ରାୟ ୫ଗୁଣା ବାଳିକା ଓ ୨୦ଗୁଣ ମହିଳା

ସାମ୍ୱାଦିକ ଙ୍କ ମାତୃ ବିୟୋଗ

Sunil Chandra Nayak

Leave a Comment

error: Content is protected !!