ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ରେ ସଡ଼କ ସୁରକ୍ଷା “ରକ୍ଷକ” ତାଲିମ୍ କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ନିକଟସ୍ଥ କାଶୀବାହାଲସ୍ଥିତ ହିରୋ ସୋ ରୁମ୍- ଶ୍ରୀ ଗାୟତ୍ରୀ ମୋଟର୍ସ ପରିସରରେ ସଡ଼କ ସୁରକ୍ଷା ସମ୍ପର୍କିତ ରକ୍ଷକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶା ସରକାରଙ୍କ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ଦୈନନ୍ଦିନ ରାସ୍ତାରେ ଯାନବାହନ ଦୁର୍ଘଟଣା ଜନିତ ମୃତ୍ୟୁହାର ହ୍ରାସ କରିବା ସକାଶେ ନିକଟସ୍ଥ ଦୁର୍ଘଟଣା ପ୍ରବଣ ଅଞ୍ଚଳ ବା ବ୍ଲାକସ୍ପଟ୍ ଚିହ୍ନିତ ସ୍ଥାନର ରାସ୍ତାକଡ ଦୋକାନର ମାଲିକ, କର୍ମଚାରୀ, ଡ୍ରାଇଭର ଏବଂ ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ ରାମ ନିବାସ ସିରିକାଙ୍କ ସଭାପତିତ୍ବରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ଉପଖଣ୍ଡ ପୋଲିସ୍ ଅଧିକାରୀ ଧୀରଜ୍ କୁମାର ଚୋପଦାର , ସମ୍ମାନୀତ ଅତିଥି ଭାବେ ସମାଜସେବୀ ଆଚାର୍ଯ୍ୟ ହୃଷିକେଶ ମିଶ୍ର ଓ ସ୍ଥାନୀୟ ପଂଚାୟତ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ପରାମର୍ଶଦାତା ଅଧ୍ୟାପକ ସରୋଜ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ସରକାରଙ୍କ ଏହି ଅଭିନବ ପ୍ରୟାସର ସଫଳ ରୂପାୟନ ଦ୍ୱାରା ଦୁର୍ଘଟଣା ଜନିତ ମୃତ୍ୟୁହାର ଯଥେଷ୍ଟ ପରିମାଣରେ ହ୍ରାସ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ସର୍ଵ ମଙ୍ଗଳା ମହାବିଦ୍ୟାଳୟ , ଗୋଲାମୁଣ୍ଡାର ଶିକ୍ଷା ଅଧ୍ୟାପକ ତଥା ଯୁବ ରେଡ଼କ୍ରସ ଜିଲ୍ଲା ସଂଯୋଜକ ଓ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷକ ଶାନ୍ତନୁ କୁମାର ପରିଡ଼ା ସ୍ଥାନୀୟ ଲୋକ ମାନଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରିବା ସହ ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସମୟ ମଧ୍ୟରେ ଆହତ ବ୍ୟକ୍ତିଙ୍କୁ ଡ଼ାକ୍ତରଖାନା ପହଞ୍ଚାଇ ପାରିଲେ ଅମୁଲ୍ୟ ଜୀବନ ରକ୍ଷା ହୋଇ ପାରିବ ଓ ଏ ବିଷୟରେ ଜରୁରୀ କାଳୀନ ସହାୟତା ପାଇଁ ୧୧୨ ନମ୍ବରରେ ଫୋନ୍ କରିବାକୁ ପରାମର୍ଶ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ୭୫ ଜଣ ସ୍ଥାନୀୟ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ମୋହନ ସୁବୁଦ୍ଧି, ରାକେଶ କୁମାର ପାତ୍ର, ଓ ଗାୟତ୍ରୀ ମୋଟର୍ସ ମାଲିକ ଗୋପାଳ ଗୋୟଲ୍ ତଥା ରାଜ୍ୟ ପରିବହନ ବିଭାଗର ବୈଷୟିକ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାସ୍ତା ଅଛି, ହେଲେ ଯିବାକୁ ବାଟ ନାହିଁ !

Sunil Chandra Nayak

ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜକୁମାର ଶୈଳଙ୍କୁ କଳାହାଣ୍ଡି ଶିକ୍ଷାଜୋନ୍ ଶିକ୍ଷକ ପୁରସ୍କାର ୨୦୨୨ ପ୍ରାପ୍ତ

Sunil Chandra Nayak

ସରସ୍ଵତୀ ଶିଶୁ ମନ୍ଦିର ନବରଙ୍ଗପୁରର ବାର୍ଷିକ କ୍ରୀଡା ଉତ୍ସବ

Sunil Chandra Nayak

Leave a Comment

error: Content is protected !!