ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଲବାଣୀ ଚା ଦୋକାନୀ ର ପୁଅ ହେବ ଡାକ୍ତର , ଲୋକଙ୍କ ର ସେବା ହେବ ତାଙ୍କର ବ୍ରତ

ଫୁଲବାଣୀ -:  ଦୃଢ଼ ଇଚ୍ଛା ଶକ୍ତି,କଠିନ ପରିଶ୍ରମ, ଆଗ୍ରହ ଓ ଏକାଗ୍ରତା ଯେ କୌଣସି ବ୍ୟକ୍ତି ଙ୍କର ଜୀବନରେ ସଫଳତା ଆଣିଦେଇଥାଏ। ଫୁଲବାଣୀ ସହର କଣ୍ଟ୍ରାକ୍ଟର ପଡାରେ ବାସ କରି ରହିଥିବା ଫୁଲବାଣୀ ବଡ଼ ମେଡ଼ିକାଲ ଛକରେ ଛୋଟିଆ ଚା ଦୋକାନ ଟିଏ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଶିବ ଶଙ୍କର ବେହେରା ଙ୍କର ବଡ଼ପୁଅ ସୁରଜ ବେହେରା ଏକାଗ୍ରତା ଚିତରେ ଇଚ୍ଛା ଶକ୍ତି ଦୃଢ଼ କରି ସର୍ବଭାରତୀୟ ସ୍ତରରେ ନିଟ ଏଣ୍ଟ୍ରାନସ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ସୁରଜ ଏହି ନିଟ ପରୀକ୍ଷା ରେ ୬୩୫ ନମ୍ବର ରଖି ୮୬୫ ନମ୍ବର ରେଙ୍କ ପାଇଛନ୍ତି। ସୁରଜ ର ବାପା ଙ୍କର ସ୍ୱପ୍ନ ଥିଲା ମୋ ପୁଅ ଦିନେ ଭଲ ଡାକ୍ତର ଟିଏ ହେବ। ଭଗବାନ ଆଜି ତାଙ୍କର ଡାକ ଶୁଣିଛନ୍ତି ତାଙ୍କର ସ୍ୱପ୍ନ ସାକାର ହୋଇଛି। ମୋ ପୁଅ ଭଲ ଡାକ୍ତର ଟିଏ ହୋଇ ଲୋକଙ୍କ ର ସେବା କରିବାର ସୁଯୋଗ ପାଉ।ଗରିବ ଲୋକ ଙ୍କର ସେବା କରୁ ବୋଲି ଚା ଦୋକାନୀ ଶିବ ଶଙ୍କର ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ପୁଅର କୃତକାର୍ଯ୍ୟ ଖବର ପାଇ ପରିବାର ମଧ୍ୟରେ ଖୁସି ଲହରୀ ଖେଳିଯାଇଛି । ସୁରଜ ସ୍ଥାନୀୟ ଫୁଲବାଣୀ ମଡେଲ ସ୍କୁଲ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଡ଼ିଥିଲେ। ସ୍ଥାନୀୟ ଏ ଜେ ଓ ହାଇସ୍କୁଲ ରେ ମେଟ୍ରିକ ପର୍ଯ୍ୟନ୍ତ ପାଠ ପଢି ଶତକଡା ୯୦ ପରିଶତ ମାର୍କ ରଖି ପାସ କରିଥିଲେ। ସୁରଜ ଫୁଲବାଣୀ ଅଟୋନମସ କଲେଜ ରେ ବିଜ୍ଞାନ +୨ ଦୁଇ ବର୍ଷ ପଡ଼ିଥିଲେ। +୨ ରେ ଶତକଡା ୮୦ ପ୍ରତିଶତ ମାର୍କ ରଖି ମେଧାବୀ ଛାତ୍ର ଭାବେ ଏକ ଲାପଟପ ପାଇଥିଲା । ସେହି ଲାପଟପ ତାଙ୍କୁ ଇଣ୍ଟରନେଟ ପାଠ ପଢା ରେ ବହୁତ ସାହାର୍ଯ୍ୟ କରିଥିଲା। ସେ ବି ଏସ ସି ଜଏନ କରି ନିଟ କୁ ପୁରା ସମୟ ଦେଇ କଠିନ ପରିଶ୍ରମ କରି ସଫଳ ହୋଇପାରିଛନ୍ତି। ସୁରଜ ମୁଁ ଏବେ ଗୋଟିଏ ଭଲ କଲେଜ ରେ ଏମ ବି ଏସ କରିବାର ସୁଯୋଗ ପାଇ ପାରିବି। ମୁଁ ଭଲ ଡାକ୍ତର ଟିଏ ହୋଇ ଲୋକଙ୍କ ର ଦୁଃଖ କଷ୍ଟ ବୁଝି ପାରିବି ତାହେଲେ ମୋ ପରିବାର ଏବଂ କନ୍ଧମାଳ ପାଇଁ ସେହି ଦିନ ବଡ଼ ଗର୍ବ କଥା ହେବ ବୋଲି କହି ଗଣମାଧ୍ୟମ କୁ ସୂଚନା ଦେଇଥିଲେ ସୁରଜ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଅସମ୍ପୁର୍ଣ୍ଣ ବୈଠକ କୁ ସମ୍ପୂର୍ଣ୍ଣ କରିବାକୁ ବିଜେଡି ପlରିଷଦ ଙ୍କ ଦାବି

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–୨

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦିବସ ପାଳନ ପାଇଁ ବିଗୁଲ ବାଜିଲା

Sunil Chandra Nayak

Leave a Comment

error: Content is protected !!