ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପରପାଳ ଗ୍ରାମ ରେ ଚନ୍ଦନ ଯାତ୍ରା ଉତ୍ସବ ପାଳିତ

ଢେଙ୍କାନାଳ : ଅଦ୍ୟ ବୈଶାଖ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ଅବସର ରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ାପଡ଼ା ବ୍ଲକ୍ ର ବିଡୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉପର ପାଳ ଗ୍ରାମ କୋଠ ଘର ଠାରେ ଗ୍ରାମ ସଭାପତି ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ଦେହୁରୀ ଓ ସଂପାଦକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ଦେହୁରୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚନ୍ଦନ ଯାତ୍ରା ଉତ୍ସବ ମହା ଆଡ଼ମ୍ବରରେ ସହିତ ପାଳିତ ହୋଇଅଛି। ଏହି ପରିପ୍ରେକ୍ଷୀରେ ଦିନ ୧୧ ଟା ସମୟ ରେ ହୋମ ଯଜ୍ଞ କାର୍ଯ୍ୟ ସହ ପ୍ରସାଦ ସେବନ ଏବଂ ଦୁଇଟା ସମୟ ରେ ସଙ୍କୀର୍ତ୍ତନ ମଣ୍ଡଳୀ, ମାଦଳ ବାଜା, ସାଉଣ୍ଡ ସେଟ ସହ ଠାକୁର ଙ୍କ ବିମାନ କୁ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ଯେ ଏହି ପବିତ୍ର ଉତ୍ସବ ପାଳନ ଅବସର ରେ ଆଜି ସାନ୍ଧ୍ୟ ୮ଘ. ସମୟ ରେ ସାଂସ୍କୃତିକ କାର୍ଯକ୍ରମ ବାଦ ଦଣ୍ଡ ନୃତ୍ୟ ପରିବେଷଣ କରାଯିବ ଏବଂ ଆସନ୍ତା କାଲି ରାତି ୯ ଘ. ସମୟ ରେ ଓଡ଼ିଶା ର ଲବ୍ଧ ପ୍ରତିଷ୍ଠିତ କଣ୍ଠ ଶିଳ୍ପୀ ଯଥାକ୍ରମେ ତାରିଖ, ଅର୍ପିତା, ବୈଦ୍ୟନାଥ,,ଜ୍ୟୋତିର୍ମୟୀ, ଜାପାନୀ, ଜିତ୍ ପ୍ରଭୃତି ଶିଳ୍ପୀ ମାନେ ମେଲୋଡି କାର୍ଯ୍ୟକ୍ରମ ରେ ଉପସ୍ଥିତି ହୋଇ ସୁମଧୁର ସଙ୍ଗୀତ ପରିବେଷଣ କରିବେ ବୋଲି ମା ଗ୍ରମେଶ୍ୱରି ୟୁଥ୍ କ୍ଳବ୍ ର ସଂପାଦକ ଶ୍ରୀଯୁକ୍ତ ସୂଚନା ଦେଇଛନ୍ତି ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଜୁନାଗଡ଼ କୁ ହରାଇ ଫାଇନାଲରେ ତୁର୍ଲା (ଟିଟିଲାଗଡ଼)

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ସପ୍ତମ ଅଧ୍ଯାୟର ସାରକଥା–୭

ଦୁର୍ଗା ପ୍ରସାଦ ମହାନ୍ତି ନର୍ଲା ବ୍ଳକ ଉପାଧ୍ୟକ୍ଷ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!