ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଛଧରା ଜାଲରେ ପଡିଲା ନବଜାତକ ଶିଶୁ ର ମୃତଦେହ

କୋକସରା-୧୬/୦୫ (ମ ନି ସ) କୁସୁମଖୁଣ୍ଟି ନିକଟସ୍ଥ ଇନ୍ଦ୍ରାବତୀ ବାମ କେନାଲ ରୁ ନବଜାତକ ଶିଶୁ ର ମୃତଦେହ ଠାବ ହୋଇଛି। ସୋମବାର ମଧ୍ୟାହ୍ନ ରେ କୁସୁମଖୁଣ୍ଟି ଗ୍ରାମର କିଛି ଲୋକ କେନାଲ ରେ ଜାଳ ପକାଇ ମାଛ ଧରୁଥିବା ସମୟରେ ମାଛ ଧରା ଜାଳ ରୁ ଏକ ନବଜାତକ ଶିଶୁପୁତ୍ର ର ମୃତଦେହ ଠାବ ହୋଇଥିଲା। ତେବେ କେଉଁ କାରଣ କୁ ନେଇ ଜନ୍ମିତ ଶିଶୁ କୁ କେହି ଫିଙ୍ଗି ଦେଇଛି ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଅବାଞ୍ଛିତ ପ୍ରେମ ସମ୍ପର୍କ କିମ୍ବା କୁମାରୀ ମାତୃତ୍ୱ ଲୋକଲଜ୍ଜ୍ୟା ଭୟ ରେ କେହି ଯୁବତୀ, ମହିଳା କିମ୍ବା ତାଙ୍କ ସମ୍ପର୍କୀୟ ହୁଏତ ନବ ଜାତକ କୁ ଫିଙ୍ଗି ଦେଇଥିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଘଟଣା କୁ ନେଇ ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକ ଙ୍କୁ ପଚାରିବାରୁ ଆମ ପାଖରେ କିଛି ଖବର ନାହିଁ ବୋଲି କହିଛନ୍ତି।

Related posts

ଖୁଲମ ଖୁଲା ଦାଦନ ଶ୍ରମିକ ଚାଲାଣ ,ପ୍ରଶାସନ ନିରବ

Sunil Chandra Nayak

ପୂର୍ବତନ ପ୍ରଧାନମନ୍ତ୍ରୀ ସୂର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ପୁଣ୍ୟ ତିଥୀ ପାଳିତ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ବାଲେଶ୍ଵରକୁ ମିଳିଲା ସମ୍ମାନ

Sunil Chandra Nayak

Leave a Comment

error: Content is protected !!