ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତିନୋଟି ମନ୍ଦିରରୁ ଚୋରି

କାମାକ୍ଷାନଗର :୧୦/୦୯/୨୨  ଗୋଟିଏ ରାତିରେ ତିନି ତିନୋଟି ମନ୍ଦିରରୁ ଚୋରି। ଗତକାଲି ବିଳମ୍ବିତ ରାତୀରେ ଚୋରି ହୋଇ ଥିବା ର ଅନୁମାନ କରାଯାଉଛି। ସୁଚନା ମୁତାବକ କାମାକ୍ଷାନଗର ଥାନା ବାହାଡା ଗ୍ରାମରେ ଥିବା ମଙ୍ଗଳା ମନ୍ଦିର ମୁଖ୍ୟ ଫାଟକର ତାଲାଭାଙ୍ଗି ମାଆଙ୍କର ସୁନା ମୁକୁଟ,ସୁନା ମଙ୍ଗଳସୁତ୍ର ଓ ସୁନା ଟିକିଲି ଦୁର୍ବୁତ୍ତ ଲୁଟି ନେଇଛନ୍ତି। ସେହି ଭଳି କାଦୁଆ ଗ୍ରାମରେ ଥିବା ଶିବ ମନ୍ଦିରରୁ ଦାନବାକ୍ସ ଲୁଟିନେଲେ। ଏବଂ ଗାଲୁ ଗ୍ରାମର ରାମ ମନ୍ଦିର ପୁଜକ ରଖିଥିବା ପାଞ୍ଚ ହଜାର ଟଙ୍କା ଲୁଟିନେଲେ। ଏ ସଂପର୍କ ରେ ଗ୍ରାମବାସୀ ଙ୍କ ଦ୍ଵାରା ପୋଲିସ କୁ ଖବର ଦେଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସି ପହଞ୍ଚି ତଦନ୍ତ ଜାରି ରଖିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

Related posts

ଟ୍ରାଫିକ ସମସ୍ୟା ଜଟିଳ ପୋଲିସ ନିରବ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

Sunil Chandra Nayak

Leave a Comment

error: Content is protected !!