ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଲବାଣୀ ମିଳିତ ନାଗରିକ କମିଟି ପକ୍ଷରୁ ନୂତନ ଏସଡ଼ିପିଓ ଙ୍କୁ ସ୍ୱାଗତ ଓ ପୁରାତନ ଏସଡିପିଓ ଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା 

ଫୁଲବାଣୀ -: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଏସଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ ଙ୍କର ଅନ୍ୟ ଜିଲ୍ଲା କୁ ବଦଳି ହୋଇଥିବାରୁ  ଏସଡ଼ିପିଓ ମୁର୍ମୁ ଙ୍କୁ ଫୁଲବାଣୀ ମିଳିତ ନାଗରିକ ମଞ୍ଚ ପକ୍ଷରୁ ସଭାପତି ହରିଶ୍ଚନ୍ଦ୍ର ମହାରଣା ଙ୍କର ନେତୃତ୍ୱରେ ବିଦାୟ କାଳୀନ ସଭା ର ଆୟୋଜନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଫୁଲବାଣୀ ନୂତନ ଏସଡ଼ିପିଓ ଭାବେ ସୁପ୍ରସନ୍ନ ମଲ୍ଲିକ ଯୋଗ ଦେଇଥିବା ରୁ ସ୍ୱାଗତ କରାଯାଇ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା। ବିଦାୟୀ ଏସଡ଼ି ପିଓ ମୁର୍ମୁ ତାଙ୍କର ଅଢେ଼ଇ ବର୍ଷ ଫୁଲବାଣୀ ରହଣି କାର୍ଯ୍ୟ କାଳ ମଧ୍ୟରେ ଘଟିଯାଇଥିବା ଘଟଣା ର ସ୍ମୃତି ଚାରଣ କରି ଦୁଖଃ ପ୍ରକାଶ କରିବା ସହିତ ଫୁଲବାଣୀ କୁ କେବେ ଭୁଲି ପାରିବି ନାହିଁ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ନୂତନ ଏସଡ଼ିପିଓ ଶ୍ରୀ ମଲ୍ଲିକ ଯୋଗ ଦେଇ ଫୁଲବାଣୀ ଉପଖଣ୍ଡ ଅଞ୍ଚଳରେ ନିଶ୍ଚିତ ଭାବେ ନିଜ ଚେଷ୍ଟା ଜନ ସାଧାରଣ ଙ୍କର ସହଯୋଗ ଯୋଗୁଁ ଅଞ୍ଚଳ ର ଆଇନ ଶୃଙ୍ଖଳା ପରିସ୍ଥିତି କୁ ସଜାଡ଼ିବେ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଏସଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁ ଫୁଲବାଣୀ ରେ ଯେତେ ଦିନ ରହିଥିଲେ ଜଣେ ସଚୋଟ ଦକ୍ଷ ନିଷ୍ଠାପର ପୋଲିସ ଅଫିସର ଭାବେ କୋଭିଡ ମହାମାରୀ ପରିସ୍ଥିତି ବେଳେ ଯେଉଁ ଭଳି ଭାବେ ନିଜ ଜୀବନକୁ ବାଜି ଲଗାଇ ଫୁଲବାଣୀ ସହରବାସୀ ଓ ଫୁଲବାଣୀ ଉପଖଣ୍ଡ ଅଞ୍ଚଳବାସୀ କୋଭିଡ ନିୟନ୍ତ୍ରଣ ପାଇଁ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହା ଚୀର ସ୍ମରଣୀୟ ହୋଇ ରହିବ ବୋଲି ବକ୍ତା ମାନେ କହିଥିଲେ। ଏହି ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ର ଆୟୋଜକ ଅଶୋକ ପରିଡା,ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା,ବ୍ରଜମୋହନ ପଟ୍ଟନାୟକ, ଏବିଭିପି ଜିଲ୍ଲା ପ୍ରମୁଖ ଶୁଭାଶିଷ ପଣ୍ଡା,ସମାଜସେବୀ ପ୍ରଶାନ୍ତ ପ୍ରଧାନ,ସାମ୍ବାଦିକ ଶିବାନନ୍ଦ ପଟ୍ଟନାୟକ,ସୂର୍ଯ୍ୟ ନାରାୟଣ ବେହେରା, ଆଦିତ୍ୟ ପ୍ରସାଦ ତ୍ରିପାଠୀ,ସନ୍ତୋଷ ବେହେରା,ସୁଧୀର ମହାରଣା,କ୍ଷୀରୋଦ ସାହାଣୀ,ରଞ୍ଜିତ ଦିଗାଲ, ଙ୍କ ସମେତ ବରିଷ୍ଠ ନାଗରିକ କମିଟି ସଦସ୍ୟ , ପ୍ରେସକ୍ଳବ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

କବିତା

Sunil Chandra Nayak

ମନରେଗା, ମମତା ଓ ପେନସନ ଯୋଜନାର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର

Sunil Chandra Nayak

ସନ୍ତକବି ଭୀମ ଭୋଇ ପରିଷଦ ଦ୍ଵାରା ଯୁବକବି ଦୁର୍ଯୋଧନ ଚଣ୍ଡି ସମ୍ମାନିତ

Leave a Comment

error: Content is protected !!