ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନକ ନିଆଲ ସନ୍ଦେହଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଜୋର ଧରିଲା, ରାସ୍ତାକୁ ଓହ୍ଲାଇଲା ବହୁଜନ ଜଷ୍ଟିସ୍ ଫୋରମ୍

ଭବାନୀପାଟଣାରେ ରେକର୍ଡ ସଂଖ୍ୟକ ୧୦ ହଜାର ଜନସମାଗମ

ଭବାନୀପାଟଣା-  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଘୋଟିଆ ଗାଁରେ ଦଶମ ଶ୍ରେଣୀର ଜଣେ ଛାତ୍ରୀ କନକ ନିଆଲର ସନ୍ଦେହଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଜୋର ଧରିବାରେ ଲାଗିଛି ! ଏଇ ମାମଲାରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରି ଜେଲ୍ ପଠାଇଥିବାବେଳେ କନକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ପୁଲିସର ତଦନ୍ତ ଉପରେ ଅଙ୍ଗୁଳି ଉଠିଛି ! ପାରିପାର୍ଶ୍ବିକ ଘଟଣାରୁ ଛାତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଓ ଏଥିରେ ଏକାଧିକ ବ୍ୟକ୍ତି ସାମିଲ ଥିବା ମ୍ରୁତକଙ୍କ ପରିବାର ଲୋକେ ଅଭିଯୋଗ କରିଆସୁଛନ୍ତି ! ଏଣୁ ଏଇ ମାମଲାର ସିବିଆଇ ତଦନ୍ତ କିମ୍ବା ବିଚାର ବିଭାଗୀୟ ତଦନ୍ତ କରାଯିବା, ମ୍ରୁତ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ପଚାଶ ଲକ୍ଷ କ୍ଷତିପୂରଣ ରାଶି ପ୍ରଦାନ ସମେତ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦଳିତ ନିର୍ଯାତନା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଓଡ଼ିଶାର ୩୨ରୁ ଅଧିକ ସାମାଜିକ ଓ ରାଜନୈତିକ ସଂଗଠନ ସମ୍ମିଳିତ ଭାବେ ଭବାନୀପାଟଣାରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ! ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଆହ୍ବାନରେ ଗଠିତ ବହୁଜନ ଜଷ୍ଟିସ୍ ଫୋରମ୍ ର ଆବାହକତ୍ବରେ ଆୟୋଜିତ ଏଇ ବିଶାଳ ଜନ ସମାବେଶ ଭବାନୀପାଟଣା କଲେଜ ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ! ଏଥିରେ ଏସ୍ ସି, ଏସ୍ ଟି, ଓବିସି, ମାଇନରିଟି ଜଏଣ୍ଟ ଏକସନ୍ କମିଟି, ବହୁଜନ ଯୁବଛାତ୍ର ସାମୁଖ୍ୟ, ଆମ୍ବେଦକରାଇଟ୍ ପାର୍ଟି ଅଫ୍ ଇଣ୍ଡିଆ, ବହୁଜନ ମୁକ୍ତି ପାର୍ଟି, ବହୁଜନ ସମାଜ ପାଟି, ଭୀମ ଆର୍ମୀ, ଭୀମ ସେନା, ଲାଠୋର ଡେଭଲପମେଣ୍ଟ ଏସୋସିଏସନ, ସାମାଜିକ ସଚେତନତା ଅଭିଯାନ, ଏନ୍ଏଫ୍ଆଇଡି, ଆମ୍ବେଦକର ବିଚାରମଞ୍ଚ, ବାପସା, ବହୁଜନ ଛାତ୍ର ସଂଗଠନଙ୍କ ସମେତ ଓଡ଼ିଶାର କୋଣଅନୁକୋଣରୁ ବହୁ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ ! ପରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ, ଜାତୀୟ ମାନବାଧିକାର କମିଶନ, ଜାତୀୟ ଅନୁସୂଚିତ ଜାତି କମିଶନଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ! ଏଥିପାଇଁ ଆଜି ଭବାନୀପାଟଣା ସହରରେ ପ୍ରାୟ ୧୦ ହଜାରରୁ ଅଧିକ ଜନସମାଗମ ହୋଇଥିଲା ! ଏଥିରେ ଧନଞ୍ଜୟ ଦୀପ, ଛବିଲାଲ ନିଆଲ, ଅଭିରାମ ମଲ୍ଲିକ, ମନୋରଞ୍ଜନ ଜେନା, ଦିଗାମ୍ବର ଦୁରିଆ, ଯତୀନ୍ଦ୍ର କର, ଗଙ୍ଗାଧର ଜାଲ, ଅନୀଲ ମଲ୍ଲିକ, ଦୀନେଶ ନାଗ, କ୍ଷେତ୍ରମଣି ସତନାମୀ, ସୀତାରାମ ମେହେର, ଋଷିସୂଦନ ଛତ୍ରପାଲ, ପ୍ରିୟଙ୍କା ବେମାଲ, ପୂର୍ଣ୍ଣଚନ୍ଦ୍ର ପାଇକ, ଲବ ସୁନା, ଆଶିଷ ନାଏକ, ରଜନୀକାନ୍ତ ସମର୍ଲିଆ, ଶ୍ରୀବତ୍ସ ତାଣ୍ଡି, ସରୋଜ ନାଏକ, କମଳିନୀ ଯାଦବ, ମହେନ୍ଦ୍ର ଧଙ୍ଗଡ଼ାମାଝୀ, ମାଧବ ସୁନାନୀ, ତେଜରାଜ ବେହେରା, ସୂର୍ଯ୍ୟ ନାରାୟଣ କୁମାର, ମହାଦେବ ବାଗ, ବିରଞ୍ଚି ନାରାୟଣ ଜାଲ, ଜୟପ୍ରକାଶ ଜାଲ, ଜଗଦୀଶ ବେନିଆଁ, ରଘୁନାଥ ଦୀପ, ବରୁଣ ସୁନା, ସୁଶୀଲ କୁମାର ବାଗ, ରମଣୀ ଦୁରିଆ, ବିଜୟଲକ୍ଷ୍ମୀ ସ୍ବର୍ଣ୍ଣ , କବିତା ବାଗ, ଓମ୍ ପ୍ରକାଶ ଛତ୍ରିଆ ପ୍ରମୁଖ ନେତ୍ରୁତ୍ବ ନେଇଥିଲେ ! ୧୦ ହଜାରରୁ ଅଧିକ ବିଶାଳ ଜନସମାଗମକୁ ନିୟନ୍ତ୍ରଣ ପାଇଁ ଆଜି ପୁଲିସ ପ୍ରଶାସନକୁ ନାକେଦମ୍ ହେବାକୁ ପଡ଼ିଥିଲା ! ଏପରିକି ଭବାନୀପାଟଣା ସହରରେ ଚାରିଘଣ୍ଟା ପର୍ଯ୍ୟନ୍ତ ଅଖଚକ ଜାମ୍ ହେବା ଭଳି ପରିସ୍ଥିତି ଉପୁଜିଥିଲା !

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଗଣେଶ ପୂଜା ପାଇଁ ମାଟି ଅନୁକୁଳ

Sunil Chandra Nayak

ସାପ କାମୁଡ଼ାରେ ମାଁ ଝିଅ ମୃତ

Sunil Chandra Nayak

ମାନଗୋବିନ୍ଦ ସ୍ୱାଇଁ ଙ୍କ ଜଣାଣ

Sunil Chandra Nayak

Leave a Comment

error: Content is protected !!