ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ମଦା ନାୟକ ଙ୍କ କବିତା ଛନ୍ଦହୀନ ଶ୍ରାବଣୀ

ଛନ୍ଦହୀନ ଶ୍ରାବଣୀ

ଧାରା ଶିରାବଣେ କଜ୍ଵଳ ବରଣା
     ସାଥେ ଚପଳା ଚମକ
ନୁପୁର ନିକ୍ୱଣେ ନବୀନ ଉଲ୍ଲାସେ
     ତୋଳେ ରିମଝିମ ନାଦ l 
ଶେଷ ଶିରାବଣ ଭୋଦୁଅ ଆଗମେ
      ଟାଇଁ ଟାଇଁ ଖରା ତାତି
ଶୁଭେ ମରୁଡିର ମୃଦୁ ପଦଧ୍ଵନି
    ଚାଷୀର ପରାଣେ ଭୀତି l 
ପଥ ଭୁଲି କିବା ନିଦାଘ ଆସିଲା
   ଧରା ବକ୍ଷେ ବାହୁଡ଼ିଣ 
ଅସହ୍ୟ ଉତ୍ତାପେ ଛଟପଟହୋଇ
   ଅତିଷ୍ଠ ଜୀବଜଗତ l 
ଛନ୍ଦହୀନ ସାଜି ରୁଷିଛି ଗୁମାନେ
  ଅଭିମାନିନୀ ଶ୍ରାବଣୀ
କ୍ଷେତେ ଫାଟ ଦେଖି ପଲ୍ଲୀପ୍ରାଣଧନ
     ନୟନେ ଶଙ୍କା ଚାହାଣୀ l 
କରଜରେ ବୁଡି ସାହୁକାର ଜାଲେ
    ମୀନ ସମ ଦଶା ଭୋଗ
ମନେ ଥିଲା ଆଙ୍କି ଆଶା ଇନ୍ଦ୍ରଧନୁ
    ଫସଲେ ଭରିବ ଋଣ l 
ନଦୀପଠାପରେ ଘୁମନ୍ତ ନୟନେ
       ଶୁଷ୍କ ରୂପ କାଶ ତଣ୍ଡୀ
ପୁଷ୍ପ ଆଞ୍ଜୁଳାରେ ଜଗଜ୍ଜନନୀଙ୍କ
ଚରଣ ବନ୍ଦନା ପାଇଁ l 
ଫେରିଆ ଶ୍ରାବଣୀ ଅନୁନୟ କଣ୍ଠେ
  ସକଳ ହୃଦ ପୁକାରେ
ହସିଉଠୁ ଧରା ପରଶ ଲଭିଣ
   ସବୁଜିମା ସୁଷମାରେ l 

ନର୍ମଦା ନାୟକ

ରାଉରକେଲା 

    

Related posts

ଜେଇଇ-ମେନ୍‌ରେ ଶତ ପ୍ରତିଶତ ମାର୍କ ରଖିଲେ ୧୪ ଛାତ୍ରଛାତ୍ରୀ

Sunil Chandra Nayak

ମୟୂରଭଂଜ – ଜାମଦାର ଶତାଧିକ ଶ୍ରମିକଙ୍କୁ ୟୁଏସ୍ଆଇ ସଂଗଠନ ପକ୍ଷରୁ ବିଭିନ୍ନ ସରବତ ବଣ୍ଟନ

ଲୋକପ୍ରିୟ ନେତାଙ୍କ ପରଲୋକ, ଦୁଃଖ ପ୍ରକାଶ କଲେ ସମାଜସେବୀ

Leave a Comment

error: Content is protected !!