କୋକସରା,୩୦/୧୧- କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଲଡୁଗାଁ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ପତାକା ଦେଖାଇ ଉଦଘାଟନ କରିଛନ୍ତି। ପୁରୁଷ ବନ୍ଧ୍ୟାକରଣର ସହଜ ଫଳପ୍ରଦ ଓ ସୁରକ୍ଷିତ ଉପାୟର ବିଭିନ୍ନ ଦିଗ ପ୍ରତି ଏହି ରଥ କୋକସରା ବ୍ଲକର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେବ। ଏହି ରଥ ଉଦଘାଟନ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ବିପିଏମ ମାନସ ନୟନ ସ୍ୱାଇଁ, ସୁପର ଭାଇଜର କେତନ ପାତ୍ର, ଆଶା କର୍ମି ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି ଓ ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।
ମସିହା ନିଉଜ ସର୍ଭିସ୍