ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ ରେଲୱେ ଷ୍ଟେସନରେ ମକା ପରିବହନରେ ବ୍ୟାପକ ହେରାଫେରି,  ରେଲୱେ ଫୋର୍ସ ଙ୍କ ଧମକ ଅଭିଯୋଗ 

କଳାହାଣ୍ଡି ତା.୦୯.୧୨.୨୦୨୨ / କଳାହାଣ୍ଡି ଜିଲ୍ଲାର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ ଜୁନାଗଡ ସହର ଉପକଣ୍ଠ ରେ ଅବସ୍ଥିତ ଜୁନାଗଡ ରୋଡ଼ ରେଲୱେ ଷ୍ଟେସନ ରେ କୃଷି ସାମଗ୍ରୀ ରପ୍ତାନି ବ୍ୟବସ୍ଥା ରହିଛି । ହେଲେ ଏଠାରେ ରେଳ ୱାଗନ ରହଣି ଓ ସାମଗ୍ରୀ ପରିବହନ ରେ ବ୍ୟାପକ ପ୍ରିୟାପ୍ରୀତି ତୋଷଣ କାରବାର ହେଉଥିବା ଅଭିଯୋଗ ହେଉଥିଲା । ରେଳ ବିଭାଗ ନିୟମ ଅନୁସାରେ ସାମଗ୍ରୀ ରପ୍ତାନି କରିବା ଏଜେନସି କୁ ମାଲବାହୀ ରେଳ ଗାଡିର ନିର୍ଦ୍ଧାରିତ ସମୟ ସୀମା ଭିତରେ ମାଳ ଲୋଡିଙ୍ଗ ଅନଲୋଡିଙ୍ଗ ପାଇଁ ଭଡା ଦେବାକୁ ପଡିଥାଏ । ତଦନୁସାରେ ଜୁନାଗଡ ରୋଡ଼ ରେଲୱେ ଷ୍ଟେସନରେ ମାଲବାହୀ ରେଳ ଗାଡି ପହଞ୍ଚିବା ପର ଠାରୁ ରେଳୱାଗନ ରେ ସାମଗ୍ରୀ ଲୋଡିଙ୍ଗ ହେବାପରେ ଷ୍ଟେସନ ଛାଡିବା ସମୟ ହିସାବରେ ରେଳ ଗାଡି ଭଡା ନିର୍ଦ୍ଧାରଣ କରାଯାଉଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ହେଲେ ନିର୍ଦ୍ଧାରିତ ସମୟ ରେ ରେଳ ଗାଡ଼ିକୁ ଜୁନାଗଡ ରେଳ ଷ୍ଟେସନରୁ ଛାଡିବା ପରିବର୍ତ୍ତେ ବହୁ ସମୟ ପରେ ଛଡା ଯାଉଥିବା ଏବଂ ସେ ସମୟରେ ବେଆଇନ ଭାବରେ ମାଳ ପରିବହନ କରାଯାଉଥିବାର ଅଭିଯୋଗ ହୋଇଆସୁଥିଲା । ଟ୍ରକ ରେ ନିର୍ଦ୍ଧାରିତ ଓଜନ ଠାରୁ ଯଥେଷ୍ଟ ଅଧିକ ସାମଗ୍ରୀ ପରିବହନ କରାଯାଇ ରେଳ ୱାଗନ ରେ ପରିବହନ କରାଯାଉଥିବା ବେଳେ ସେସବୁ ର ତଦାରଖ ପାଇଁ କେହି ନଥିବାର ସୁଯୋଗ ନେଇ ସମ୍ପୃକ୍ତ ଠିକାଦାର, ମାଳ ପରିବହନ କାରି ଏଜେନସି ସହିତ ରେଳ ବିଭାଗ ର କେତେକ ଅସାଧୁ କର୍ମଚାରୀ ଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ରେଳଗାଡି ବହୁ ସମୟ ଜୁନାଗଡ ରେଳ ଷ୍ଟେସନରେ ଅଟକି ରହୁଥିବା ଏବଂ ରେଳ ବିଭାଗର ଅନେକ କ୍ଷୟ କ୍ଷତି ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଗତ ଆଠ ତାରିଖ ରାତ୍ରି ନଅ ଟା ଚାଳିଶ ମିନିଟ ସମୟରେ ଜୁନାଗଡ ରୋଡ଼ ରେଲୱେ ଷ୍ଟେସନରେ ମକା ଲୋଡିଙ୍ଗ ହୋଇସାରିଥିବା କାଗଜ ପତ୍ରରେ ଉଲ୍ଲେଖ କରାଯାଇଥିବା ବେଳେ ଷ୍ଟେସନରୁ ମାଳ ବାହି ରେଳ ଗାଡି ଷ୍ଟେସନ ଛାଡି ନ ଥିବାର ଦେଖି ଦଶଟା ଚାଳିଶ ମିନିଟ ସମୟରେ ଡ୍ୟୁଟି ରେ ଥିବା ଆର ପି ଏଫ ଜବାନ ତପନ ପଟ୍ଟନାୟକ ଲୋଡିଙ୍ଗ ସ୍ଥାନକୁ ଯାଇ ସେଠାରେ ଅନ୍ଧାର ମଧ୍ୟରେ ଟ୍ରକ ରୁ ମକା ବସ୍ତା ସବୁ ରେଳ ଡବା କୁ ଲୋଡିଙ୍ଗ ଚାଲିଥିବା ଦେଖି ଘଣ୍ଟାଏ ହେଲା କାହିକି ରେଳ ଗାଡି ଯାଉନ ଥିବା ପଚାରିବାରୁ ଟ୍ରକ ଡ୍ରାଇଭର ସମେତ କେତେକ ଲୋକ ତାଙ୍କୁ ଗାଳିଗୁଲଜ କରିବା ସହିତ ମାରିଦେବାକୁ ଧମକ ଦେଇଥିବା ବିଷୟ ତପନ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଏ ସଂପର୍କରେ ଭବାନିପାଟଣା ଠାରେ ଥିବା ଆରପିଏଫ ଫାଣ୍ଡି ଏ ଏସ ଆଇ ଅଶୋକ ଶବରଙ୍କୁ ଫୋନ ନଂ ୮୨୪୯୦୩୫୦୫୭ ଯୋଗେ ପଚାରିବାରୁ ଆମ ଆରପିଏଫ ଯବାନ ମାନେ ରାତ୍ର ସମୟରେ ମଧ୍ୟ ଡ୍ୟୁଟି କରୁଥିବା ବେଳେ ଘଟଣାର ତଦନ୍ତ କରାଯାଇ ସେମାନଙ୍କୁ ସୁରକ୍ଷା ଦିଆଯିବ ବୋଲି କହିଥିଲେ । ଆଠ ତାରିଖ ରାତି ର ଘଟଣା ସମ୍ପର୍କରେ ଏ ଏସ ଆଇ ଶବର ଜୁନାଗଡ ଥାନାକୁ ଆସି ତଦନ୍ତ କରିଥିବା ଜଣାପଡିଛି । ଏ ସବୁ ଘଟଣା ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣ ରେ ଦାବି ହେଉଛି ।

 ବରିଷ୍ଟ ସାମ୍ବାଦିକ ଦୁଷ୍ମନ୍ତ ପଣ୍ଡା ଙ୍କ ରିପୋର୍ଟ୍ 

Related posts

ସନ୍ତୋଷ କୁମାର ସାହୁ ଙ୍କ କବିତା ପରିବର୍ତ୍ତନ

ମଧୁ ବାବୁ ଜୟନ୍ତୀ ଓ    ଓକିଲ ଦିବସ ପାଳିତ

Sunil Chandra Nayak

ଗୋହିରାଆପଦର ରେ ନୁଆଁଖାଇ ଭେଟଘାଟ କାର୍ଯକ୍ରମ

Sunil Chandra Nayak

Leave a Comment

error: Content is protected !!