ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନ୍ଦୋଳନ ରେ ଯୋଗ ଦେବାକୁ ଆସିବା ବେଳେ ବାଇକ ଧକ୍କାରେ ପାଚିକା ଗୁରୁତର

କୋକସରା,୩୦/୧୧-  (ମ ନି ସ) ଅଲ ଓଡିଶା ଅଙ୍ଗନବାଡ଼ି କର୍ମି ଓ ପାଚିକା ସହାୟିକାଙ୍କ ୮ ଦଫା ଦାବି ନେଇ ଆନ୍ଦୋଳନ ଜାରି ରହିଥିବା ବେଳେ କୋକସରା ବ୍ଲକରେ ମଧ୍ୟ ଆନ୍ଦୋଳନ ଜାରି ରହିଛି। ମଙ୍ଗଳବାର ଏହି ଆନ୍ଦୋଳନରେ ଯୋଗଦେବାକୁ କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ଅଙ୍ଗନବାଡ଼ି କେନ୍ଦ୍ର ୨ ର ପାଚିକା ପଦ୍ମା ଦେଇ(୫୫) ବସରୁ ଓଲ୍ଲେଇ ରାସ୍ତା ପାର ହେଉଥିବା ବେଳେ ଏକ ବାଇକ ଧକ୍କା ଦେବାରୁ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସାଥି ପାଚିକା ଓ ଅଙ୍ଗନବାଡ଼ି କର୍ମି ମାନେ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ବାମ ହାତ ରେ ଆଘାତ ହୋଇଥିବା ଜଣାପଡିଛି।

ମସିହା ନିଉଜ ସର୍ଭିସ୍ 

Related posts

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସମ୍ମିଳନୀ ଆସନ୍ତା ୨୩ରେ

Sunil Chandra Nayak

ଅଲ୍ ଓଡ଼ିଶା ପ୍ରଥମିକ ଶିକ୍ଷକ ସଂଘ କଳାହାଣ୍ଡି ଶାଖା ପକ୍ଷରୁ  ଧର୍ମଗଡ ରେ ଜିଲ୍ଲା ସ୍ଥରିୟ ଗୁରୁଦିବସ ପାଳିତ

Sunil Chandra Nayak

ଗ୍ରାମରେ ପାନୀୟ ଜଳର ସମସ୍ୟା ହେତୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!