ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢ଼ୀ ଙ୍କ କବିତା/ ଗୁରୁବାର ଲକ୍ଷ୍ମୀ ବାର

 ଗୁରୁବାର ଲକ୍ଷ୍ମୀ ବାର

 ତ୍ରିଲୋଚନ ପାଢ଼ୀ

  (ଶିକ୍ଷକ )
ପୁରାଣ ଶାସ୍ତ୍ରରେ 
ବର୍ଣ୍ଣନା ରହିଛି 
ଗୁରୁବାର ଲକ୍ଷ୍ମୀ ବାର 
ମାର୍ଗଶିର ମାସେ 
ପାଳନ ହୁଅଇ 
ମାଣବସା ଗୁରୁବାର l 
ଧନଧାନ୍ୟର
ଦେବୀ ମହାଲକ୍ଷ୍ମୀ 
ମା ବାଈ ଠାକୁରାଣୀ 
ଦେବୀ ଚଞ୍ଚଳାଙ୍କୁ 
ତୁଷ୍ଟ କରିଥିଲେ 
ସେହି ଶ୍ରୀୟା ଚଣ୍ଡାଳୁଣୀ l 
ଜାତି, ଧର୍ମ, ବର୍ଣ୍ଣ 
ସବୁର ଉର୍ଦ୍ଧରେ 
ମା ଲକ୍ଷ୍ମୀ ଠାକୁରାଣୀ 
ଲକ୍ଷ୍ମୀ ପୁରାଣରେ 
ବର୍ଣ୍ଣନା ରହିଛି 
ମାଣବସା ଵିଧି ପୁଣି l
ଜଗତଜନନୀ 
ମା ମହାଲକ୍ଷ୍ମୀ 
ରହିଥିଲେ ସଦା ତୁଷ୍ଟ 
ଧନଧାନ୍ୟଠାରୁ 
ଅଭାବ କଷଣ 
ଦୂର ହୁଅଇ ଅବଶ୍ୟ l 
ମହାଲକ୍ଷ୍ମୀଙ୍କର 
ବାର ଗୁରୁବାର 
ପୂଜା କରିଲେ ନିଷ୍ଠାରେ 
ସନ୍ତୁଷ୍ଟ ହୁଅନ୍ତି 
ମା ମହାଲକ୍ଷ୍ମୀ 
ମାଆଙ୍କର କୃପା ମିଳେ l l 
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ 
ସା, ପୋ :-ନନ୍ଦିଗ୍ରାମ 
ଭାୟା :-ନାଉଗାଁ ହାଟ 
ଜିଲ୍ଲା :-ଜଗତସିଂହପୁର 

Related posts

ଗାଁ ରାସ୍ତା ରେ ଆଣ୍ଠୁଏ କାଦୁଅ, ତଳି ରୋଇ ପ୍ରତିବାଦ କଲେ ବଙ୍ଗୋମୁଣ୍ଡା ଗ୍ରାମବାସୀ

Sunil Chandra Nayak

ଜୁନାଗଡ଼ ପୌର ଉପାଧ୍ୟକ୍ଷ୍ୟା ଭାବେ ହିମାଦ୍ରୀ ନାଏକ ନିର୍ଦ୍ୱନ୍ଦରେ ନିର୍ବାଚିତ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ବାଟ

Sunil Chandra Nayak

Leave a Comment

error: Content is protected !!