Uncategorizedତ୍ରିଲୋଚନ ପାଢ଼ୀ ଙ୍କ କବିତା/ ଗୁରୁବାର ଲକ୍ଷ୍ମୀ ବାର by Sunil Chandra NayakNovember 30, 2022071 Share0 ଗୁରୁବାର ଲକ୍ଷ୍ମୀ ବାର ତ୍ରିଲୋଚନ ପାଢ଼ୀ (ଶିକ୍ଷକ ) ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ରହିଛି ଗୁରୁବାର ଲକ୍ଷ୍ମୀ ବାର ମାର୍ଗଶିର ମାସେ ପାଳନ ହୁଅଇ ମାଣବସା ଗୁରୁବାର l ଧନଧାନ୍ୟର ଦେବୀ ମହାଲକ୍ଷ୍ମୀ ମା ବାଈ ଠାକୁରାଣୀ ଦେବୀ ଚଞ୍ଚଳାଙ୍କୁ ତୁଷ୍ଟ କରିଥିଲେ ସେହି ଶ୍ରୀୟା ଚଣ୍ଡାଳୁଣୀ l ଜାତି, ଧର୍ମ, ବର୍ଣ୍ଣ ସବୁର ଉର୍ଦ୍ଧରେ ମା ଲକ୍ଷ୍ମୀ ଠାକୁରାଣୀ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣନା ରହିଛି ମାଣବସା ଵିଧି ପୁଣି l ଜଗତଜନନୀ ମା ମହାଲକ୍ଷ୍ମୀ ରହିଥିଲେ ସଦା ତୁଷ୍ଟ ଧନଧାନ୍ୟଠାରୁ ଅଭାବ କଷଣ ଦୂର ହୁଅଇ ଅବଶ୍ୟ l ମହାଲକ୍ଷ୍ମୀଙ୍କର ବାର ଗୁରୁବାର ପୂଜା କରିଲେ ନିଷ୍ଠାରେ ସନ୍ତୁଷ୍ଟ ହୁଅନ୍ତି ମା ମହାଲକ୍ଷ୍ମୀ ମାଆଙ୍କର କୃପା ମିଳେ l l ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ ସା, ପୋ :-ନନ୍ଦିଗ୍ରାମ ଭାୟା :-ନାଉଗାଁ ହାଟ ଜିଲ୍ଲା :-ଜଗତସିଂହପୁର