ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା/  “ଦାରିଦ୍ର୍ଯ ଭଞ୍ଜନୀ ମାଗୋ କମଳିନୀ” 

  “ଦାରିଦ୍ର୍ଯ ଭଞ୍ଜନୀ ମାଗୋ କମଳିନୀ” 

                   ଶ୍ଯାମା ପ୍ରସାଦ୍ ବୋଷ୍ 

ଦାରିଦ୍ର୍ଯ ଭଞ୍ଜନୀ ମାଆ କମଳିନୀ 
ସୁଦୟା କରିବ ମୋତେ 
ଦାରିଦ୍ର୍ଯ ପୀଡନେ ସୁଖର ସପନେ 
ଦୁଃଖ ଦେବ ଆଉ କେତେ ? । 
ନାହିଁ ମୋ ଭକତି ବାନ୍ଧିବା ଶକତି 
ମାଗୋ କମଳିନୀ ତୋତେ 
ଜାଣେନାହିଁ ତୋର ବ୍ରତ ପୂଜା ବିଧି 
ଜାଣେନା ପୂଜିବା ସେତେ । 
ନୁହେଁ ମାଗୋ ମୁହିଁ ଶ୍ରୀୟା ଚଣ୍ଡାଳୁଣୀ 
ନାହିଁ ସେ ଭକତି ଭାବ 
ସେଥିପାଇଁ କିବା ଦାରିଦ୍ର୍ଯ କଷଣେ 
ଭଙ୍ଗା ମୋ ସଂସାର ନାବ ।  
ମାର୍ଗଶୀର ମାସ ଗୁରୁବାରେ ମାଗୋ 
ସର୍ବ ବିଧି ବିଧାନ ରେ 
ଶୁଦ୍ଧ ପୁତ ଚିତ୍ତେ ତୁମରି ପୂଜନେ 
ଦାରିଦ୍ର୍ଯ ଟି ଯାଏ ଦୂରେ ।   
ହେଲେ ଏ ଅଧମ ବୁଦ୍ଧି ତାର ବାମ 
ଜାଣେ ନାହିଁ ପୂଜା ବିଧି 
ଦାରିଦ୍ର୍ଯ ପଣରେ ଡାକୁଛି ଚିତ୍ତ ରେ 
ମିଳୁ ତୁମ୍ଭ କୃପା ନିଧି । 
ମାଗୋ କମଳିନୀ ସଂସାର ପାଳିନୀ 
ଅନ୍ନଦାତ୍ରୀ ଅନ୍ନପୂର୍ଣ୍ଣା
ଦାରିଦ୍ର୍ଯ ଭଞ୍ଜନୀ ଲକ୍ଷ୍ମୀ ଠାକୁରାଣୀ 
ଜଗତେ ସ୍ବୟଂ ସଂମ୍ପୂର୍ଣ୍ଣା । 
ମାଆ କମଳିନୀ ଦାରିଦ୍ର୍ଯ ଭଞ୍ଜନୀ 
ଆକୁଳେ ଡାକୁଛି ମୁହିଁ 
ଜଗତ ଜନନୀ କୃପା ପ୍ରଦାୟିନୀ 
ତବ କରୁଣା କୁ ଚାହିଁ ।  
ତୁମ୍ଭେ ଦୟା କଲେ ଦାରିଦ୍ର୍ଯ ହଟିବ 
ଧନ ଧାନ୍ଯେ ଯିବ ଭରି 
ସୁଖ ଶାନ୍ତି ସଦା ବିରାଜ କରିବ 
ଦୁଃଖ ମୋର ଯିବ ସରି । 
ଦାରିଦ୍ର୍ଯ ଭଞ୍ଜନୀ ମାଗୋ କମଳିନୀ 
ଏତିକି ସୁଦୟା ହେଉ 
ତୁମ କୃପା ବଳେ ଦୁଃଖ ଦାରିଦ୍ର୍ଯ ମୋ 
ଅଚିରେ ମା ଘୁଞ୍ଚି ଯାଉ ।  

ଶ୍ଯାମା ପ୍ରସାଦ୍ ବୋଷ୍ 

ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ 

Related posts

ଛାତ୍ର ଜନତା ଦଳ ତରଫରୁ ଆଜି ବିଶ୍ବବିଦ୍ୟାଳୟ ସମ୍ମୁଖରେ ଜଳ ସେବା ଶିବିର ଆରମ୍ଭ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଆଜାଦି କା ଅମୃତ ମହୋତ୍ସବ ପାଇଁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବାଇକ ରେଲି ସଚେତନତା

Sunil Chandra Nayak

Leave a Comment

error: Content is protected !!