ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କ 131 ତମ ଜୟନ୍ତୀ ପାଳନ

ରୁପ୍ରା, 14/4 (ମନିସ) : ନର୍ଲା ବ୍ଳକ ଅଧିନ ରୁପ୍ରା ଗ୍ରାମ ଠାରେ ରୁପ୍ରା ଡମ୍ ସମାଜ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକର ଙ୍କ 131 ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଶ୍ରୀ ଗୋପାଳକୃଷ୍ଣ ବିହାରୀଙ୍କ ନେତୃତ୍ଵରେ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଭିନ୍ନ ନାରାବାଜି ଦେଇ ଗ୍ରାମ ପରିକ୍ରମା କରିଥିଲେ। ଏଥିରେ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ସହ ଯୁବଗୋଷ୍ଠୀ ସାମିଲ ଥିଲେ। ପରେ ସମସ୍ତେ ସଭାମଞ୍ଚ ରେ ପହଞ୍ଚିବା ପରେ ଆମ୍ବେଦକର ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୃତି ଚାରଣ କରିଥିଲେ।

 ଏହିକ୍ରମରେ ଆୟୋଜିତ କାର୍ଯ୍ୟକ୍ରମରେ ଡମ୍ ସମାଜର ସଭାପତି ଶ୍ରୀ ଗୋପାଳକୃଷ୍ଣ ବିହାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଫକୀର ଚନ୍ଦ୍ର ମହାନନ୍ଦ, ମୁଖ୍ଯବକ୍ତା ଭାବେ ଶ୍ରୀ ରଘୁପତି ନାଏକ ଓ ସମ୍ମାନୀତ ଅତିଥି ଭାବେ ଶ୍ରୀ କୁମୁଦ ଚନ୍ଦ୍ର ମହାନନ୍ଦ, ଶ୍ରୀ ଟଙ୍କଧର ସୁନା, ଶ୍ରୀ ପଦ୍ମଲୋଚନ ସେନାପତି, ଶ୍ରୀ ପ୍ରହଲ୍ଲାଦ ଦୀପ, ଶ୍ରୀ ବାବାଜୀ ଶିଖା ଓ ଉଦ୍ଧବ ବିହାରୀ ପ୍ରମୁଖ ଯୋଗ ଦେଇ ମଞ୍ଚାସୀନ ଥିଲେ। ମଞ୍ଚ ପରିଚାଳନା ଶ୍ରୀ ନରୋତ୍ତମ ନାଗ କରିଥିବା ବେଳେ ଶ୍ରୀ ରଘୁପତି ନାଏକ ଧନ୍ଯବାଦ୍ ଦେଇ ସଭା ସମାପ୍ତି କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଶାନ୍ତନୁ ସେନାପତି, ଚନ୍ଦ୍ରଧ୍ବଜ ବିହାରୀ, ଜଗତ ଦୀପ, ବୃଷଭ ଦୀପ, ନବୀନ ବିହାରୀ, ବୃହସ୍ପତି ବିହାରୀଙ୍କ ସମେତ ବହୁ ବରିଷ୍ଠ ବ୍ଯକ୍ତି ମାନେ ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ବିହାରୀ ଦଲାଲ ଙ୍କ କବଜ୍ଜାରେ ତିନି ଓଡ଼ିଆ ଝିଅ କୁ ଓଡ଼ିଶା ଫେରାଇ ଆଣିବାକୁ ବ୍ଲକ୍ ଅଧ୍ୟକ୍ଷା ଙ୍କ ଦୃଢ଼ ପଦକ୍ଷେପ 

ମହାସ୍ମୀତା ଓଝା ଙ୍କ କବିତା ଦୟାର ଠାକୁର

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!