ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଠାରେ ଖରିଫ ଧାନ ମଣ୍ଡି ଉଦଘାଟିତ

କୋକସରା,୩୦/୧୧-  (ମ ନି ସ) କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫ ତାରିଖରୁ ମଣ୍ଡି ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର କୋକସରା ବ୍ଲକ ସଦର ଧାନ ମଣ୍ଡିକୁ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ତହସିଲଦାର ଦେବବ୍ରତ କରାଟି, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ମିଲ ମାଲିକ ବିଜୟ ଅଗ୍ରୱାଲ, ବିମଲ ଅଗ୍ରୱାଲ, ପ୍ରଶାନ୍ତ ସାହୁ, କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ, ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ, ପେକ୍ସ ଡ଼ାଇରେକ୍ଟର ପଞ୍ଚକ ପୋଢ଼, ଚାଷି ରମେଶ ଦୁର୍ଗା, ଗୋବିନ୍ଦ ପାଟ୍ଟଯୋଷୀ, ନାରାୟଣ ପଟ୍ଟନାୟକଙ୍କ ସହ ପେକ୍ସ, ଆରଏମସି କର୍ମଚାରୀ ଏବଂ କୋକସରା ପେକ୍ସ ଅଧିନସ୍ଥ କୋକସରା, ମାଝୀଗୁଡା ଓ ରେଙ୍ଗାଳପାଲି ପଞ୍ଚାୟତ ଚାଷିଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଛି। ଏହି ଅବସରରେ ଚାଷି ମାନେ ବ୍ଲକ ଉପାଧ୍ୟକ୍ଷ ତହସିଲଦାର ଓ ମିଲ ମାଲିକ ମାନଙ୍କୁ ଚାଷିଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ମଣ୍ଡିରେ ବ୍ୟବସ୍ଥିତ ଭାବରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି। ମିଲର୍ସ ମାନେ ମଧ୍ୟ ଚାଷିଙ୍କୁ ସବୁ ଦୃଷ୍ଟିରୁ ସହଯୋଗ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଆଜି ପ୍ରଥମ ଦିନରେ ୫ ଜଣ ଚାଷୀଙ୍କ ଧାନ କ୍ରୟ କରାଯିବା ନେଇ ପେକ୍ସ ସମ୍ପାଦକ ସୂଚନା ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ବିନାସୂଚନା ଫଳକରେ ଚାଲିଛି ପୋଖରୀ ପୁନଃଉଦ୍ଧାର କାର୍ଯ୍ୟ

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା

Sunil Chandra Nayak

କବିତା – ଲୁହ

Sunil Chandra Nayak

Leave a Comment

error: Content is protected !!