ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଛଡାଯାଇଛି ପ୍ରଥମ ପାଣି

ଜଳସେଚିତ ହେବ ୭ଟି ବ୍ଲକର ୧ ଲକ୍ଷ ୧୨ ହଜାର ୮୬୬ ହେକ୍ଟର ଚାଷ ଜମି

ଖରିଫ ଚାଷ ପାଇଁ କଳାହାଣ୍ଡି ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଚଳିତ ବର୍ଷର ପ୍ରଥମ ପାଣି ଛଡାଯାଇଛି । ମଙ୍ଗଳପୁର ବ୍ୟାରେଜରୁ ଦୁଇଟି କେନାଲରେ ପାଣି ଛଡାଯାଇଛି । ବାମ କେନାଲରେ ୫ କ୍ୟୁସେକ୍ ଜଳ ଛଡାଯାଇଥିବା ବେଳେ ଦକ୍ଷିଣ କେନାଲରେ ୭ କ୍ୟୁସେକ୍ ଜଳ ବହୁଛି ।ଜଳସେଚନ ପାଇଁ ଆସନ୍ତା ୧୦ ତାରିଖରେ ମେଗା ଲିଫ୍ଟ କେନାଲରେ ପାଣି ଛଡାଯିବ ବୋଲି ଡ୍ୟାମ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅନିଲ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେବେ ଆଜିଠାରୁ ଛଡାଯାଇଥିବା ପାଣିରେ କଳାହାଣ୍ଡି ଜିଲ୍ଲା ୭ଟି ବ୍ଲକ ୪୬୭ଟି ଗାଁର ୧ ଲକ୍ଷ ୧୨ ହଜାର ୮୬୬ ହେକ୍ଟର ଚାଷ ଜମି ଜଳସେଚିତ ହେବ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନେଟୱର୍କ ନଥିବା ଦୁର୍ଗମ ଅଂଚଳରେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ବଣ୍ଟନ

Sunil Chandra Nayak

ବରଗଡ଼ ଧନୁଯାତ୍ରା ର ଶିଶୁ ବଳରାମ କଳାକାର ଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ପଦ୍ମଶ୍ରୀ ବାବା ବଳିଆ

Sunil Chandra Nayak

ଆମପାଣି ବୁଢାରଜା ମହାପ୍ରଭୁଙ୍କ ପ୍ରସିଦ୍ଧ ଦଶ୍‌ରା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!