ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେସିନ ସାଜିଛି ଶ୍ରମିକ

 ନବରଙ୍ଗପୁର -: ମେସିନ କରୁଛି ସରକାରୀ କାମ ଶ୍ରମିକ ଯାଉଛି ଦାଦନ, ବିନା ସୂଚନା ଫଳକ ରେ ରାତା ରାତି ଜେସିବି ରେ ଚାଲିଛି ସରକାରୀ କାମ,ଅଧିକାରୀଙ୍କ ତଦାରଖ ଅଭାବ ରୁ ହେଉଛି ଏହିପରି ବେନିୟମ କାମ।ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ବୋବେଇ ପଞ୍ଚାୟତ ର ବିରପୁର ଡି ଏନ୍ କେ ଗ୍ରାମ ରେ ଥିବା ଜଙ୍ଗଲ ପାଖ ମନରେଗା ଯୋଜନା ରେ ଡ୍ରେନ କାମ ହେଉଥିବା ବେଳେ କାମ ପାଖେ କୈଣସି ସୂଚନା ଫଳକ ଦେଖିବାକୁ ମିଳିନ ଥିଲା l ଲୋକେ ନିଜ ଅଞ୍ଚଳରେ କାର୍ଯ୍ୟ ନ ପାଇ ଦାଦନ ଯାଉଥିବା ବେଳେ କେଉଁ ଯୋଜନା ଦ୍ବାରା କାର୍ଯ୍ୟ କେତେ ଟଙ୍କା ବ୍ୟୟରେ କାର୍ଯ୍ୟ ହେଉଛି ଜାଣି ପାରୁନାହାନ୍ତି। ଏଭଳି ଉନ୍ନୟନ କାର୍ଯ୍ୟ ସ୍ଥଳରେ ବିନା ସୂଚନା ଫଳକରେ କାର୍ଯ୍ୟ କରି ଶେଷ କରିବାର କିଛି ମାସ ପରେ ତଥ୍ୟ ଦର୍ଶା ଯାଉଛି l ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ସମସ୍ୟା ଦେଖିବାକୁ ମିଳୁଛି ।ଜିଲ୍ଲା ପ୍ରଶାସନ ଉକ୍ତ ଘଟଣା ଉପରେ ସ୍ୱତନ୍ତ୍ର ଗୁରୁତ୍ଵ ଦେଇ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୋଉଛି।

  ରାଇଘର ପ୍ରତିନିଧି କିରଣ କୁମାର ପଟ୍ଟନାୟକ ଙ୍କ ସହ ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ମୁକ୍ତିରାଣୀ ଦେବତା ଙ୍କ କବିତା ନାରୀଶକ୍ତି

Sunil Chandra Nayak

ପାଞ୍ଚଟି ନଳକୂପରୁ ଥାଇ ମଧ୍ୟ ଉପଯୋଗୀ ନୁହେଁ , ତେଲନଦୀ ବାଲି  ଚୁଆଁ ଉପରେ ନିର୍ଭର ପଣ୍ଡକୁଳ ବାସୀ

ବ୍ୟାଙ୍କ ରୁ ତାଲା ଭାଙ୍ଗି ଚୋରି

Sunil Chandra Nayak

Leave a Comment

error: Content is protected !!