ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ବିଧାୟକ ଓ ବିଡ଼ିଓ ତୃତୀୟ ପର୍ଯ୍ୟାୟ ରେ ରୂପାନ୍ତରିତ ହେବାକୁଥିବା ଉଚ୍ଚ ବିଦ୍ୟାଳୟ ସ୍ଥିତି ପରଖିଲେ ଓ ଏସ ଏମ ସି ସହ ଆଲୋଚନା

ତେନ୍ତୁଳିଖୁଣ୍ଟି -୨୬/୦୮/୨୨ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ତେନ୍ତୁଳିଖୁଣ୍ଟି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ତେନ୍ତୁଳିଖୁଣ୍ଟି ବ୍ଲକ ରେ ତୃତୀୟ ପର୍ଯ୍ୟାୟ ରୂପାନ୍ତର କାର୍ଯ୍ୟକ୍ରମରେ ହେବାକୁ ଥିବା ଉଚ୍ଚ ବିଦ୍ୟାଳୟ ବୁଲି ଦେଖିଲେ ସମ୍ପୃକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସହ ଆଲୋଚନା କଲେ। ବିଦ୍ୟାଳୟ ଗୁଡିକ ର 5T(ରୂପାନ୍ତର) କାର୍ଯ୍ୟରେ ଅର୍ଥ ପ୍ରତିବନ୍ଧକ ହୋଇ କେତେକ ବିଦ୍ୟାଳୟ ରେ ଦେଖାଯାଉଛି । ଏହି ପର୍ଯ୍ୟାୟରେ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ର ଖାତିଗୁଡା ସ୍ଥିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ,ପାତ୍ରପୁଟ ସ୍ଥିତ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ, ତେନ୍ତୁଳିଖୁଣ୍ଟି ସ୍ଥିତ ଦିବ୍ୟ ହୃଦୟ ବାଳିକା ଉଚ୍ଚ ବିଦ୍ୟାଳୟ, କଣ୍ଟାଗାଁ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,କାମତା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକୁ 5T ରୂପାନ୍ତର କାର୍ଯ୍ୟ ପାଇଁ ବିଧାୟକ ପାଣ୍ଠି ରୁ ପାଞ୍ଚ ଲକ୍ଷ ଟଙ୍କା ର ଅନୁଦାନ ଯୋଗାଇଦେବେ ବୋଲି ବିଧାୟକ ସଦାଶିବ ପ୍ରଧାନୀ କହିଥିଲେ। ଏଯାବତ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଦୁଇ ପର୍ଯ୍ୟାୟରେ ଅଂଚଳଗୁମ୍ମା, ଅଁଳା ଭଟ୍ଟା, ପରଜା ଦେଓପାଲି, ପୂଜାରିଗୁଡା ଓ ଝରିଗୁମ୍ମା ସ୍ଥିତ ଉଚ୍ଚ ବିଦ୍ୟାଳୟ ରେ 5T କାର୍ଯ୍ୟ ସମ୍ପନ୍ନ ହୋଇ ସାରିଥିବା ବି ଡ଼ିଓ ଭୋଇ ସୂଚନା ଦେଇଥିଲେ। ଦିଗି,ତେନ୍ତୁଳିଖୁଣ୍ଟି, ଓ କୁକୁଡ଼ା ବାଇ ରେ 5Tକାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇ ପାରିନି। ସମ୍ପୂର୍ଣ୍ଣ କରିବାକୁ ଯାହାକିଛି ବାଧା ଦେଖାଯାଉଛି ଦୂର କରିବା ପ୍ରୟାସ କରାଯାଉଛି ବୋଲି ସୂଚନା ଦେଇଥିଲେ। 5T ବିଦ୍ୟାଳୟ କରିବା ଲକ୍ଷ୍ୟ ହାସଲରେ ସମସ୍ତ ପ୍ରତିବନ୍ଧକ ଦୂର କରାଯିବ,ବିଡ଼ିଓ କାର୍ଯ୍ୟକ୍ରମ ର ଅଗ୍ରଗତି ନିୟମିତ ଯାଞ୍ଚ କରୁଛନ୍ତି। ଯଦି କାର୍ଯ୍ୟ କରୁଥିବା ଏଜେନ୍ସି ଦ୍ୱାରା ଉଦେଶ୍ୟମୂଳକ ଭାବେ ବିଳମ୍ବ କରାଯାଉଛି ତେବେ ଏଜେନ୍ସି ବଦଳାଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବିଧାୟକ ନିର୍ଦେଶ ଦେଇଥିଲେ। ବ୍ଲକ ରେ ଚତୁର୍ଥ ପର୍ଯ୍ୟାୟରେ ବଳକା ଲମତାଗୁଡା, ବିରିଗୁଡା ଓ କଂଗ୍ର। ସ୍ଥିତ ଉଚ୍ଚ ବିଦ୍ୟାଳୟ ସାମିଲ କରାଯିବ ବୋଲି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଗୁଣବତ୍ତା ରେ ସାଲିସ କରାଯାଉନି ବୋଲି କହିଥିଲେ। ଏହି ପରିଦର୍ଶନ ତଥା ଆଲୋଚନାରେ ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରି ନାୟକ ,ଉପାଧ୍ୟକ୍ଷ ରାଜେଦ୍ର ବିଶୋଇ,ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାଗ, ଜିଲ୍ଲା ବିଜେଡି ସମ୍ପାଦକତଥା ସମିତି ସଭ୍ୟ ସୁଧୀର ଖୁରା,ପୂର୍ବତନ ସମିତି ସଭ୍ୟ ସୁରେଶ ନାୟକ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତନୟ ସାଗର ନାୟକ, ଯୁବ ନେତା ବାବୁନ ନାୟକ,ଗୋଲକ ନାୟକ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ ସାମିଲ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କଳାହାଣ୍ଡି -୨୩୧ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା।

Sunil Chandra Nayak

କବିତା – ମୃତ ଫଗୁଣ ର ବ୍ୟବଚ୍ଛେଦ

Sunil Chandra Nayak

ଗାଁ ରେ ନାହିଁ ପୋଖରୀ ପଲମା ଝରଣ ହିଁ ଗାଁ ଲୋକଙ୍କ ସାହା ଭରସା

Sunil Chandra Nayak

Leave a Comment

error: Content is protected !!