ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ  ଙ୍କ କବିତା ସ୍ମୃତି ଏକ ରୂପା ଜହ୍ନ 

ସ୍ମୃତି ଏକ ରୂପା ଜହ୍ନ 

                       

       କବିତା ସାହୁ  

   ଅତୀତ ଦିନର କେତେ କଥାମାନ 
    ମନରେ ରହିଛି ହୋଇ ସେ ଗୋପନ 
     ଯେତେ ଖୋଜିଲେ  କି ଫେରିବ ସେଦିନ 
    ସ୍ମୁତି ସିନା ଏକ ଅଟେ ରୂପା ଜହ୍ନ। 
୨- ପଛ କଥା ସବୁ ପଡିଗଲେ ମନେ 
     ମନରେ ଆସଇ କୋହ। 
      ଲୁହ ହୋଇ କେବେ ବହି ସେ ଯାଏନ
     ସ୍ମୁତି ରୂପା ଜହ୍ନ ହୋଇ ରହେ ସଦା
      ହୃଦରେ ସାଇତା ତାହା। 
୩- ସୁନୀଳ ଆକାଶେ ରୂପା ଜହ୍ନ ସିନା
      ମନକୁ ନିଅଇ ଟାଣି
       ସ୍ମୁତି ରୂପା ଜହ୍ନ ଦେଖା ତ ଯାଏନା 
        ଅନୁଭବ କରେ ପୁଣି। 
୪- କେତେ ସୁଖଦୁଃଖ ସୁନ୍ଦର ମୁହୁର୍ତ୍ତ 
    ଜୀବନେ ଯାଇଛି ହଜି 
     ମନ ଆକାଶ ରେ ରହିଛି ସିନା ସେ
   ସ୍ମୁତି ଏକ ରୂପା ଜହ୍ନ ସାଜି।

       ଜୟପୁର

Related posts

ଟଙ୍କା ଉଠାଇବା ପାଇଁ ମୁମୂର୍ଷୁ ବୃଦ୍ଧ ମଠ ମହନ୍ତଙ୍କୁ ଶିଷ୍ୟମାନେ ଧର୍ମଗଡ଼ ଷ୍ଟେଟ ବ୍ୟାଙ୍କକୁ ବୋହି ଆଣୁଥିବାର ମାର୍ମିକ ଦୃଶ୍ୟ

କିକିଆ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ଦାୟିତ୍ବ ଗ୍ରହଣ

Sunil Chandra Nayak

ଅଵକାରୀ ବିଭାଗ ର ଚଢ଼ାଉ : ଜଣେ ଗିରଫ ଓ 1300 ଲିଟର ମଦ ପୋଚ ଓ 140 ଲିଟର ମଦ ନଷ୍ଟ କଲେ

Sunil Chandra Nayak

Leave a Comment

error: Content is protected !!