ସ୍ମୃତି ଏକ ରୂପା ଜହ୍ନ
କବିତା ସାହୁ
ଅତୀତ ଦିନର କେତେ କଥାମାନ
ମନରେ ରହିଛି ହୋଇ ସେ ଗୋପନ
ଯେତେ ଖୋଜିଲେ କି ଫେରିବ ସେଦିନ
ସ୍ମୁତି ସିନା ଏକ ଅଟେ ରୂପା ଜହ୍ନ।
୨- ପଛ କଥା ସବୁ ପଡିଗଲେ ମନେ
ମନରେ ଆସଇ କୋହ।
ଲୁହ ହୋଇ କେବେ ବହି ସେ ଯାଏନ
ସ୍ମୁତି ରୂପା ଜହ୍ନ ହୋଇ ରହେ ସଦା
ହୃଦରେ ସାଇତା ତାହା।
୩- ସୁନୀଳ ଆକାଶେ ରୂପା ଜହ୍ନ ସିନା
ମନକୁ ନିଅଇ ଟାଣି
ସ୍ମୁତି ରୂପା ଜହ୍ନ ଦେଖା ତ ଯାଏନା
ଅନୁଭବ କରେ ପୁଣି।
୪- କେତେ ସୁଖଦୁଃଖ ସୁନ୍ଦର ମୁହୁର୍ତ୍ତ
ଜୀବନେ ଯାଇଛି ହଜି
ମନ ଆକାଶ ରେ ରହିଛି ସିନା ସେ
ସ୍ମୁତି ଏକ ରୂପା ଜହ୍ନ ସାଜି।
ଜୟପୁର