ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଥୀ

ସାଥୀ

ଉପେନ୍ଦ୍ର କୁମାର ବସ୍ତିଆ

    
ତୁମ ସଙ୍ଗେ ସାଥୀ ମିଶୁଥିବି ନିତି
ଖୋଜୁଥିବି ସାରା ଜୀବନରେ 
ଖୋଜିବାରେ ଯଦି ବ୍ୟାଘାତ ଘଟଇ 
ପାଇବି ମୁଁ ଆର ଜନମରେ ।।
ଭଲ ପାଇବାଟା ନୁହେଁ ଧୂଳିଘର 
ଭାଙ୍ଗି ଗଲେ ପୁଣି ଗଢ଼ୁଥିବି 
ମନ ନୁହେଁ ସାଥୀ କାଗଜ କଲମ 
ନିତି ଲେଖି ନିତି ଚିରୁଥିବି ।।
ଭଲ ପାଇବାଟା କାଚଘର ନୁହେଁ 
ପ୍ରତିବିମ୍ବ ଖାଲି ଦିଶୁଥିବ 
ମନ ଦେଇ ଯିଏ ଭଲପାଏ ସିଏ 
ହଜିଲା ମନଟା ଖୋଜୁ ଥିବ ।।
କହିବାଟା ସାଥୀ ଭାଷା ନୁହେଁ ପ୍ରୀତି 
ଛାତି ତଳେ ଥିବା ମରମ କଥା 
ମନ ସହ ମନ ମିଶିଗଲେ ଥରେ 
ଆପେ ନଇଁଯାଏ ଆଖିର ପତା ।।
ତୁମେ ସାଥୀ ଯଦି ଅଭିମାନ କରି 
ଫେରିଯାଅ ଆସି ସପନରେ 
ନିଜକୁ ନିଜେ ମୁଁ ସଜାଗ ରୁହଇ 
ସାରା ରାତି ବସି ଉଜାଗରେ ।।
କୋଟି କାମନାର ପୋଖରୀ ତୁଠରେ 
କଇଁଟିଏ ହୋଇ ରହିଥିବି 
ଦୂର ଆକାଶର ଜହ୍ନ ରୂପ ତୁମ 
ପ୍ରୀତି ଜୋଛନାକୁ ଝୁରୁଥିବି ।।

ରାଉରକେଲା

Related posts

ଏହି ମେଳା ଆୟୋଜନ ଦ୍ୱାରା ଅନେକ ବେକାର ଯୁବତୀ ଯୁବକ ଅନୁପ୍ରାଣିତ ହୋଇ ସ୍ବାବଲମ୍ବୀ ହୋଇ ପାରିବେ । ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

ବିଦାୟ କାଳୀନ ସଭାରେ ବାଲେଶ୍ଵର ମୁଖ୍ୟବକ୍ତାଙ୍କ ଶିକ୍ଷଣୀୟ ଅଭିଭାଷଣ

Sunil Chandra Nayak

ଅଭିଭାବକ ସହ ମତ ବିନିମୟ କାର୍ଯ୍ୟକ୍ରମ

Leave a Comment

error: Content is protected !!