ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘର ଉପରେ ପଡ଼ିଲା ଗଛ , ମୃତ୍ୟୁ ମୁଖରୁ ବଞ୍ଚିଗଲେ ୨ପରିବାର ର ୧୩ ଜଣ

ଡାବୁଗାଁ, ୧୦/୮ – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଅଞ୍ଚଳା ଗ୍ରାମ ର ହରିଜନ ସାହିରେ ମଙ୍ଗଳବାର ରାତ୍ରି ସମୟରେ ଭୀଷଣ ବର୍ଷା ଯୋଗୁଁ ଏକ ବିରାଟ ଗଛ ୨ ଟି ଘର ଉପରେ ପଡିଯାଇଥିଲା | ଫଳରେ ୨ ଟି ଘର ର କାନ୍ଥ ଭୁଶୁଡି ପଡିଥିଲା ଘର ଭିତରେ ରହୁଥିବା ୨ ପରିବାର ର ୧୩ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ସୂଚନା ଯୋଗ୍ୟ :- ଅଞ୍ଚଳା ଗ୍ରାମ ର ହରିଜନ ସାହି ର ୨ ଘର ମହେନ୍ଦ୍ର ହରିଜନ ଓ ଚନ୍ଦ୍ର ମିର୍ଗାନ ଙ୍କ ଘର ପାଖରେ ଏକ ତେନ୍ତୁଳି ଗଛ ଭୀଷଣ ବର୍ଷା ଯୋଗୁଁ ଉପୁଡି ଯାଇ ୨ ଘର ଉପରେ ପଡିଯାଇଥିଲା । ଫଳରେ ଉଭୟଙ୍କ ଘର କାନ୍ଥ ଭୁଶୁଡି ଯାଇଥିଲା । ସେହିସମୟରେ ମହେନ୍ଦ୍ର ହରିଜନ ଙ୍କ ପରିବାର ର ୬ ଜଣ ଘର ଭିତରେ ଥିଲେ କାନ୍ଥ ପଡିବା ଶୁଣି ସେ ବାହାରକୁ ଦୌଡ଼ି ଚାଲିଆସିଥିଲେ । ସେହିପରି ସେହି ଗଛ ଚନ୍ଦ୍ର ମିରଗାନ ଙ୍କ ଘର ଉପରେ ମଧ୍ୟ ପଡିଯାଇଥିଲା ଫଳରେ ପରିବାର ର ୭ ଜଣ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ଏହି ୨ଟି ପରିବାର ର ୧୩ ଜଣ ଙ୍କ ମଧ୍ୟରୁ ୬ ଜଣ ଙ୍କ ବୟସ ଅତି କମ ବର୍ଷ ସେଥିରେ ଚନ୍ଦ୍ର ଙ୍କ ଏକବର୍ଷ ରୁ କମ ଛୁଆ ଥିଲା । ଦୁର୍ଘଟଣା ହେବା ର ୧୮ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ଅଧିକାରୀ ସେଠାରେ ପହଁଚି ନାହାଁନ୍ତି । ଏହି ବିଷୟରେ ଡାବୁଗାଁ ତହସିଲଦାର ଭବାନୀ ଶଙ୍କର ମିଶ୍ର ଙ୍କୁ ପଚାରିବାରୁ ଡାବୁଗାଁ ତହସିଲ ଅଧୀନରେ ୩ ଟି ରାଜସ୍ୱ ସର୍କଲ ଥିବା ମାତ୍ର ଜଣେ ଆରଆଇ କାର୍ଯ୍ୟରତ ଥିବା କହିଥିଲେ । ଖୁବ ଶୀଘ୍ର ରାଜସ୍ୱ ନିରିକ୍ଷକ ଘଟଣାସ୍ଥଳରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

କବି ସୌରଭ ବୈଜୟନ୍ତୀ ମହାପାତ୍ର ଙ୍କ କବିତା – ସ୍ବାସ୍ଥ୍ୟ ହିଁ ସମ୍ପଦ

Sunil Chandra Nayak

ରାଜା ଅନୁପ ସିଂହ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଜିଲ୍ଲା ଡ଼୍ରାଇଭର ମହାସଂଘ ତରଫରୁ ଜମି ଯୋଗାଇ ଦେବାକୁ ଜିଲ୍ଲାପାଳ ଙ୍କୁ ଦେଲେ ଦାବୀପତ୍ର

Sunil Chandra Nayak

Leave a Comment

error: Content is protected !!