ଖଡ଼ିଆଳ ସ୍ଥିତ ମହିଳା କଲେଜ ଠାରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନାଭୁକ୍ତ) ଖଡିଆଳ ବ୍ଲକ ତରଫରୁ ନୂତନ ଭାବରେ ନିୟମିତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ବ୍ଲକ ସଭାପତି ଗଣେଷ ଚନ୍ଦ୍ର ଦୁବେ ସଭାପତିତ୍ବ କରିଥିବା ବେଳେ ବ୍ଲକ ସମ୍ପାଦକ ପୁରୁଷୋତମ ସଗରିଆ, ଜିଲ୍ଲା ସଭାପତି ଅଶୋକ କୁମାର ବାରିକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ମଂଚାସିନ ଥିଲେ । ଶିକ୍ଷକ ନରେଶ କୁମାର, ରାଜଲକ୍ଷ୍ମୀ ମାଝୀ, ଜଗଦୀଶ ଚନ୍ଦ୍ର ଫୁଲ, ଦେବୀଲାଲ ନାଗ, ବିଭବ ନାଏକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାଫର ମହମ୍ମଦ, ସିଲୁ ମହାନନ୍ଦ, କ୍ଷୀରୋଦ ଗହୀର, ଲକ୍ଷ୍ମୀନାରୟଣ ସାହୁ, ପ୍ରକାଶ କୁମାର ଠାକୁର, ଓମ ପ୍ରକାଶ ଚଲାନ, କ୍ଷେତ୍ରବାସୀ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷକ ସଂଘର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post