ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ ,ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ

ଧର୍ମଗଡ ଅତିରିକ୍ତ ଦୌରା ଜଜ୍ ଙ୍କ ଝିଅ ସୃଷ୍ଟି…..

ଆଜି ପ୍ରକାଶିତ ହୋଇଥିବା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ରେ ବରଗଡ଼ ସିମେଣ୍ଟ ନଗର ର ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ଅନନ୍ୟା ଙ୍କ ମାଆ ବନ୍ଦନା କର କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ଭାବେ କାର୍ଯରତ ଅଛନ୍ତି l ତାଙ୍କ ସଫଳତା ପଛରେ ମାଆ, ଅଜା ଆଈ ମାମୁଁ ମାଇଁ , ଶିକ୍ଷକ ଶିକ୍ଷୟତ୍ରୀ ଓ ଶୁଭେଚ୍ଛୁ ଙ୍କୁ ଶ୍ରେୟ ଦେଇଛନ୍ତି ଓ ସେ ପାଠ ପଢ଼ିବା ସମୟ ରେ  ଓଡ଼ିଶା ପ୍ରଶାସନିକ ସେବା ରେ କାମ କରିବା କୁ ଚାହୁଁ ଥିଲେ।ପ୍ରଶାସିନକ ସେବା ରେ ଚାକିରୀ ପାଇବା ଲାଗି ସେ କଠିଣ ପରିଶ୍ରମ କରିଥିବା କହିଛନ୍ତି। ପରୀକ୍ଷାରେ ପ୍ରସ୍ତୁତି ପାଇଁ ୨୦୧୬ ମସିହାରୁ ରୁ ସୋସିଆଲ ମିଡିଆରୁ ଦୂରରେ ଥିଲି ଓ କଠିଣ ପରିଶ୍ରମ କଲେ ଯେ କୌଣସି କାର୍ଯ୍ୟ ବି ସଫଳତା ହାସଲ ହୋଇଥାଏ ବୋଲି କହିବା ସହିତ କଠିଣ ପରିଶ୍ରମ କରିବାକୁ ଆଗାମୀ ପିଢ଼ି ମାନଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟ ର ଯେ କୌଣସି ସ୍ଥାନରେ କାର୍ଯ୍ୟ କଲେ ମଧ୍ୟ ଖୁସି ର ସହିତ ଜନ ହିତକର କାର୍ଯ୍ୟ କରିବେ ବୋଲି କହିଛନ୍ତି। ଝିଅ ଙ୍କ ସଫଳତା କୁ ନେଇ ପରିବାର ଲୋକେ ମଧ୍ୟ ବେଶ ଖୁସି ଅଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ବୈଜୟନ୍ତୀ ମିଶ୍ର

Sunil Chandra Nayak

ଜ୍ୟୋସ୍ନା ରାଣୀ ଦେବୀ ଙ୍କ କବିତା – ଭୁଲି ନାହିଁ

Sunil Chandra Nayak

କୃପାସିନ୍ଧୁ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!