ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ବାର୍ଦ୍ଧକ୍ୟ

ବାର୍ଦ୍ଧକ୍ୟ

 

ଅନ୍ନପୂର୍ଣ୍ଣା ସାହୁ

ତିନିସ୍ତରେ ଗଢା ମଣିଷ ଜୀବନ
        ବାଳୁତ,ଯୁବା, ବାର୍ଦ୍ଧକ୍ୟ(୧)
ନିଶ୍ଚିତ ସତ୍ୟକୁ ଜାଣି ପାରିଲେ ହିଁ
        ମନ,ଆତ୍ମା ହୁଏ ଏକ(୨)
ବାଳୁତରେ ହେଉ ବାଉଳୁ ଚାଉଳୁ
        ଯୁବାରେ ଘର ସମ୍ଭାଳୁ(୩)
ବାର୍ଦ୍ଧକ୍ୟ ପୁଣି ଯେ କେବେ ଆସିଥାଏ
         ବିତେ ସମୟ ଯେ ଭାଳୁ (୪)
ବାର୍ଦ୍ଧକ୍ୟ ସମୟ ହେଲେ ଉପଗତ
          ଭୁଲିଯାଉ ଜ୍ଞାନ ହିତାହିତ(୫)
ମନ ଖୋଜେଖାଲି ସବୁରି ମେଳରେ
          ହୁଅନ୍ତା କି ମୋ ଜଗତ(୬)
ପୋଥି ପୁରାଣ ଓ ନୀତିଶାସ୍ତ୍ର ବ୍ୟାଖ୍ୟା
           ଖୋଜୁଥାଏ ଖାଲି ମନ(୭)
ନାତି ନାତୁଣୀ ଓ ପୁଅବୋହୂ ମେଳେ
          ବିତନ୍ତା କି ଏ ଜୀବନ(୮)
ସଂସାରକୁ ଆସି ସର୍ବ କର୍ମ ସାରି
            ଶେଷେ ବାର୍ଦ୍ଧକ୍ୟ ଆସିଲା ଫେରି(୯)
ଏ ପିଣ୍ଡରୁ କେବେ ଯିବ ଚାଲି ପ୍ରାଣ
            ସାହା ଏକା ସେ ମୁରାରୀ(୧୦)
ସବୁରୀ ଜୀବନେ ଆସିବେ ବାର୍ଦ୍ଧକ୍ୟ
            ଏ ଯୌବନ ଗଲେ ସରି(୧୧)
ବାପାର ଆସିଛି,କାଲି ମୋର ଆସିବ
              ପଛେ ପୁଅ ପାଖେ ଯିବ ଫେରି(୧୨) 
               

ଭୁବନପୁର, ବାଲିଅନ୍ତା

Related posts

ଅପର୍ତ୍ତି ସେଠୀ ଙ୍କ କବିତା ମଦୁଆ ଉବାଚ

Sunil Chandra Nayak

ପ୍ରକାଶ କୁମାର ମିଶ୍ର ଙ୍କ କବିତା ମୃତ୍ୟୁ

Sunil Chandra Nayak

ଏୟାରଟେଲର ନେକ୍ସଟ୍ – ଜେନ ଷ୍ଟୋର ବର୍ତ୍ତମାନ ଯାଜପୁର ରୋଡରେ

Sunil Chandra Nayak

Leave a Comment

error: Content is protected !!