ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କର ନୂତନ ମନ୍ଦିର ନିମନ୍ତେ ଭୂମି ପୂଜନ ଉତ୍ସବ

 ଢେଙ୍କାନାଳ-:  ଅଦ୍ୟ ତା ୦୬.୦୫.୨୨ରିଖ ରେ କାମାକ୍ଷାନଗର ଏନ୍ ଏ ସି ଅନ୍ତର୍ଗତ ଆଳୁତୁମା ଗ୍ରାମ ରେ ପ୍ରାତଃ ୬ଘ. ସମୟ ରେ ଦଧିବାମନଜୀଉ ମନ୍ଦିର କମିଟି ର ସଭାପତି ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ନନ୍ଦ ଙ୍କ ସଭାପତିତ୍ବ ରେ ଗ୍ରାମ ର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କର ନୂତନ ମନ୍ଦିର ନିର୍ମାଣାର୍ଥେ ଭୁମି ପୂଜନ ଓ ସୂତ୍ର ଦାନ ଅନୁଷ୍ଠିତ ହୋଇଯାଇଅଛି ।ଏଠାରେ ସୂଚନାଯୋଗ୍ୟ ଯେ ଏହି ଭବ୍ୟ ମନ୍ଦିର ଆଜକୁ ପ୍ରାୟ ୫୦୦ବର୍ଷ ତଳର ଅର୍ଥାତ୍ ଏହା ଏକ ପ୍ରାଚୀନ ଐତିହାସିକ ଗୌରବ ମଣ୍ଡିତ ଭବ୍ୟ ମନ୍ଦିର । ଗ୍ରାମ ସଭାପତି ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମହାନ୍ତି ଙ୍କ ଦୂର ଦୃଷ୍ଟି ସଂପନ୍ନ ମାର୍ଗ ଦର୍ଶନ, ଶ୍ରୀ ଦଧିବାମନ ଜୀଉ ଙ୍କର ଆଜ୍ଞା ମାଳ ପ୍ରାପ୍ତ ହୋଇଥିବା ସେବକ ସନ୍ତୋଷ ମହାନ୍ତି, ଯଜ୍ଞ ମହୋତ୍ସବ ର କର୍ତ୍ତା ଶ୍ରୀଯୁକ୍ତ ସର୍ବେଶ୍ଵର ଦାଶ ଓ ତାଙ୍କ ସହ ଧର୍ମିଣୀ ଶ୍ରୀମତି ଜମୟନ୍ତି ଦାଶ, ବିଧିବିଧାନ ଅନୁଯାୟୀ ହୋମ, ଘୃତ, ଯଜ୍ଞ, ପୂଜା ପାଠ କରିଥିବା ପଣ୍ଡିତ ସତୀଶ ପ୍ରସାଦ ଆଚାର୍ଯ୍ୟ ସୁଚାରୁ ରୁପେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

ଏହି ଭବ୍ୟ ଉତ୍ସବ ରେ ଗ୍ରାମ ର ସୁପୁତ୍ର ତଥା ନଗରପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲା ବେକେ ସମ୍ମାନୀତ ଅତିଥି ରୂପେ ନିର୍ବାହୀ ଅଧିକାରୀ ବିରଜା ପ୍ରସାଦ ରଥ ଯୋଗ ଦାନ ଦେଇଥିଲେ ତତ୍ ସହିତ କାଉନସିଲର ସଞ୍ଜୟ ପରିଡା, ପ୍ରମୋଦ ଶଣ୍ଢ, ବନମାଳୀ ରାଉତ ସମେତ ଅଞ୍ଚଳ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ, ଭକ୍ତ, ଙ୍କ ସଦୟ ଶ୍ରଦ୍ଧାଳୁ, ସଙ୍କୀର୍ତ୍ତନ ମଣ୍ଡଳୀଉପସ୍ଥିତି ମାନଂକ ଯୋଗଦାନପୂର୍ବକ ଉପସ୍ଥିତି ଉକ୍ତ ଧର୍ମୀୟ ପରିବେଶ କୁ ଉତ୍ସବ ମୁଖର କରି ପାରିଛି ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

କଳାହାଣ୍ଡି   ପୌର ନିର୍ବାଚନ -: ୧୯ ଜଣ ଚେୟାମେନ୍ ଓ ୧୯୦ କାଉନସିଲର ପ୍ରାର୍ଥୀଙ୍କ  ଭାଗ୍ୟ ପରୀକ୍ଷା ହେବ 

Sunil Chandra Nayak

ନର୍ଲାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ଆସନ୍ତା ଅପ୍ରେଲ ୧୧ ରେଳରୋକ ପାଇଁ ସଜବାଜ

Sunil Chandra Nayak

ପାଇଖାନା ନିର୍ମାଣରେ ଦୁର୍ନୀତି

Sunil Chandra Nayak

Leave a Comment

error: Content is protected !!