ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା କଲେଜରେ ବନମହୋତ୍ସବ ସପ୍ତାହ ପାଳନ

ରାଉରକେଲା/ ରାଷ୍ଟ୍ରୀୟ ସେବା ଯୋଜନା ର ସଂଯୁକ୍ତ ଶାଖା ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ରାଉରକେଲା ମହାବିଦ୍ୟାଳୟ, ରାଉରକେଲା ର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଆରମ୍ଭ କରାଯାଇଛି। କାର୍ଯ୍ୟକ୍ରମର ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଙ୍କ ସଂଯୋଜନା ଓ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ନିଜ ବକ୍ତବ୍ଯ ରେ କହିଲେ ଯେ ପ୍ରାକୃତିକ ବିପଦ ଓ ମଣିଷକୃତ ଏକଧିକ କାରଣ ଯୋଗୁଁ ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଜଙ୍ଗଲ କ୍ଷୟ ଯୋଗୁଁ କେବଳ ପ୍ରାକୃତିକ ସଂପଦ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିନଥାଏ ବରଂ ମୃତ୍ତିକା କ୍ଷୟ ତୃଣଭୋଜି ପ୍ରାଣୀଙ୍କ ଚାରଣଭୂମି,ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଲୋକଙ୍କ ଜୀବନଜୀବିକା ନଷ୍ଟ ତଥା ତାପମାତ୍ରାରେ କ୍ରମାଗତ ବୃଦ୍ଧି ଦେଖାଦେଇଥାଏ। ପ୍ରକୃତି ମଧ୍ୟ ତାର ଭାରସାମ୍ୟ କରାଇଥାଏ ଓ ତାର ଜୈବ ବିବିଧତା ନଷ୍ଟ ହୋଇଥାଏ। ତେଣୁ ପ୍ରତ୍ୟେକ ମଣିଷ ବୃକ୍ଷରୋପଣ କରି ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରିବାକୁ ଶ୍ରୀ ରାଉତ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ। ସଭାପତିତ୍ବ ଅଭିଭାଷଣ ରେ ପ୍ରଫେସର ପ୍ରଧାନ ଜଳବାୟୁର ପରିବର୍ତ୍ତନ ଓ ଅନିୟମିତତା କୁ ନେଇ ଉଦବେଗ ପ୍ରକାଶ କରିବା ସହ ଅନାବଶ୍ୟକ ଗଛ କଟାରୁ ବିରତ ରହିବା ସହ ବୃକ୍ଷରୋପଣ କୁ ଗୁରୁତ୍ୱାରୋପ କରିଥିଲେ। ଅନ୍ୟଦ୍ବୟ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପିକା ରଶ୍ମିପ୍ରଭା ମଥାନ ଓ ଅଧ୍ୟାପକ ବନବିହାରୀ କିଶାନ ଜଙ୍ଗଲର ସଠିକ ପର୍ଯ୍ୟବେକ୍ଷଣ ଓ ବର୍ଗୀକରଣ କୁ ଗୁରୁତ୍ୱାରୋପ କରିବା ସହ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ଶ୍ରୀ ପାଟ୍ଟଶାଣୀ ଅତିଥିଙ୍କ ପରିଚୟ ପ୍ରଦାନ ସହ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଯଥା ବୃକ୍ଷରୋପଣ, ସ୍ଲୋଗାନ, ପ୍ରବନ୍ଧ,ବକ୍ତୃତା ପ୍ରତିଯୋଗିତା ସହ ଚର୍ଚ୍ଚା ଓ ସ୍ବଚ୍ଛତା ତଥା ଉଦଯାପନୀ ଉତ୍ସବରେ ପ୍ରତିଯୋଗିତାରେ କୃତକାର୍ଯ୍ଯ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପିକା ଶ୍ରୀମତୀ ମଥାନ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଅତିଥି,ଅଧ୍ୟକ୍ଷା ,ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଆମଦାବେଡା ଗ୍ରାମର ଚାଷୀ ଅପମୃତ୍ୟୁ

Sunil Chandra Nayak

ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା..କାହା ରିମୋଟ ରେ ତଦନ୍ତକୁ ଦିଗହରା କରାଯାଉଛି କି ?

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ  

Sunil Chandra Nayak

Leave a Comment

error: Content is protected !!