ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ତୁ ଛଲା‌ କୁକୁର ମୁଁ ବୁଲା ମାଙ୍କଡ

ତୁ ଛଲା‌ କୁକୁର ମୁଁ ବୁଲା ମାଙ୍କଡ

 

ଅପର୍ତ୍ତି ସେଠୀ

      (ରମ୍ୟ ରଚନା)

 

ଭୋ‌,ଭୋ‌,ଭୋ‌,ଭୋ‌,…..

ହେ ଭାଇ ରହରହ‌ ,ଟିକେ ଥୟ‌ ଧ..

ହେ କୁକୁର ଭାଇ‌ ଭୁକୁ‌ କାହିଁ ପାଇଁ

   (କ’ଣ) ଜାତି ପ୍ରେମ ତୋର ନାହିଁ,

ତୁ ତ କୁକୁର ମୁଁ ତ ମାଙ୍କଡ଼

  (ଆମେ) ପଶୁ ପରା ଭାଇ ଭାଇ।

ଏ ମଣିଷକୁ‌ ଦେଖ୍ ଭାଇ,

ଏକତା ସୁତ୍ରରେ‌ ବାନ୍ଧି ସେ ହେଉଛି

   ଏକ ଜାତି କହିକହି‌,

ହେଲେ ତୋର,କାଣ୍ଡଜ୍ଞାନ କିଛି ନାହିଁ,

     ଖଣ୍ଡେ ମାତ୍ର ରୁଟି ପାଇଁ,

କେଇଦିନ ଆଉ ମଣିଷ ଦୁଆରେ

   ଖଟିବୁ ଗୋଲାମ ହୋଇ?

କୁକୁର କହୁଛି ମାଙ୍କଡ ଭାଇରେ‌

     କହିଲୁ‌ ତୁ ଏକା ସତ,

ପର ହାତ ଟେକା ପର‌ ଦୟା ପାଇଁ

     ଲେଖା ଆମରି ଭାଗ୍ଯ‌ତ।

(ଏତିକି ଜାଣିଛି) ମଣିଷ ଯାହାର

କରେଉପକାର ରହିଛିତାହାର ସ୍ବାର୍ଥ।

ରାତି ସାରା ଶୋଇ ମଣିଷ‌ ଆନନ୍ଦେ

      ସପନ ସେ ଦେଖୁଥାଏ,

ପ୍ରହରା ମୁଁ ଦେଇ ତାହାରି‌ ଦୁଆରେ‌

       ରାତି ମୋର ପାହିଯାଏ,

ନା, କିଏ ମୋତେ ଭଲ ପାଏ,

ଠେଙ୍ଗାପାହାରର ଯନ୍ତ୍ରଣାମୋଭାଗ୍ଯେ

     ପ୍ରାୟ ଲେଖା ହୋଇଥାଏ।

ମନ ଖୁସି ପାଇଁ ଆର ଗାଁ କୁତି

     ପ୍ରେମରେ ପଡ଼ିଲି ଯାଇ,

କାହିଁସେଦିନୁଁମୋ ଦେହେ ଘା’ହେଲା

       ଜମା ଭଲ ହେଉ ନାହିଁ,

ଦେହ, ଗଲା ମୋର ଛାଲି ହୋଇ,

ଲୋମଶୂନ୍ଯ‌ ଦେହେ ଘାଆର‌ଦୁର୍ଗନ୍ଧେ

(କେହି)ପାଖକୁ ପୁରାନ୍ତି ନାହିଁ।

ମୋର କେହି ଆପଣାର ନାହିଁ,

ଜାଣିଛି ମୁଁ ମଲେ ଘୋଷାଡି‌ଘୋଷାଡି

   ଫୋପାଡି ଆସିବେ ନେଇ।

ନା,ବାନ୍ଧିବେ‌ କିବା କୋକେଇ,

ମୁଁ ପରା ଘୃଣ୍ଯ ଛଲା‌ କୁକୁରଟି

     ଜନମିଛି ପଶୁ ହୋଇ।

ମାଙ୍କଡ ଭାଇରେ ଆମ ପଶୁକୂଳେ

   ଭାଗ୍ୟବାନ ଅଟୁ‌ ତୁହି,

ମରିଗଲେ ତୋତେ ହନୁମାନ କହି

     ସିନ୍ଦୂର ଦେବେ ଲଗେଇ,

ପୁଣି, ଗାଁ ଟୋକା ମେଳି ହୋଇ,

ସିକ୍ଯୁରିଟି‌ କରି ଜଗେଇବେ ଗାଆଁ

   ଜଗୁଥିବୁ ଠିଆ ହୋଇ।

ମାଙ୍କଡ କହୁଛି କୁକୁର ଭାଇରେ

    ମୋ ଦୁଃଖ ଶୁଣୁରେ ତୁହି,

ମୋ’ଠାରୁ ବଳି ବଡ଼ ଦୁଃଖୀଟିଏ‌ 

     ଦୁନିଆଁରେ କେହି ନାହିଁ।

ଛୋଟ ଥିଲି ମୁହିଁ ବେଶ୍ ଭଲ ଥିଲି

     ମୋ ମାଆ କୋଳେ ଥାଇ,

ଆନନ୍ଦରେ ଦିନ ବିତୁଥିଲା‌ ମୋର

     ଗଛ ଡାଳେ ଡେଇଁ ଡେଇଁ।

ହେଲେ,ସେ ସୁଖ ରହିଲା‌ ନାହିଁ,

କରେଣ୍ଟ ଖାଇ ମା’ ଆଖି ବୁଜିଦେଲା

    ଚିରଦିନ ଗଲା ଶୋଇ।

ବିକଳରେ‌ ରଡ଼ି କେତେ ମୁଁ ଛାଡିଲି

     କାନ୍ଦିଲି ବୁକୁ ଫଟେଇ,

ଭୋକ ଉପାସରେ ଛଟପଟ ହେଲି

     ମାଆ ମୋ ଫେରିଲା ନାହିଁ,

ଭାଗ୍ୟବଳେ‌ ପରା ମୁହିଁ,

ନଟିଆ କେଳାର ହାବୁଡ଼େ ପଡିଲି‌

   ମତେ ଗଲା ବାନ୍ଧି ନେଇ।

ବେତ ମାଡ଼ ଦେଲା ନାଚ ଶିଖାଇଲା

     ଗାଁ ଗାଁ ବୁଲେଇଲା,

ନାଚ ମୋ ଦେଖେଇ ପ‌ଇସା କମେଇ‌

      ମଦଗୁଡା ପିଉଥିଲା।

ଅଭାବ ପଡ଼ିଲେ ମଦ ନ ପାଇଲେ

       ଦାଉ‌ ସାଧେ‌ ମୋ ଉପରେ,

ସହି ପାରିଲିନି‌ ଖସି ମୁଁ ଆସିଲି

        ଫେରିଲିନି‌ ତାର ଘରେ।

ଆଜି ମୁଁ ଜାଣୁଛି ଭାଇ,

ବିନା ସ୍ଵାର୍ଥେ‌ ଏଇ ମଣିଷ କାହାକୁ

   କେବେ ଭଲ ପାଇ ନାହିଁ।

ଏବେ ଭଲ ଅଛି ଟେକା ବି ଖାଉଛି‌ 

     ବାଟୁଳି ବି ସହୁଅଛି‌,

କଷ୍ଟ ହେଉ ପଛେ ତଥାପି ମୁଁ ଖୁସି 

      ସ୍ଵାଧୀନେ ବୁଲିପାରୁଛି।

ତେଣୁ, ବଞ୍ଚିବାକୁ ହେବ ଭାଇ,

ତୁ ଛଲା କୁକୁର ମୁଁ ବୁଲା ମାଙ୍କଡ

   ଏହି ପରିଚୟ ନେଇ

    ଏହି ପରିଚୟ ନେଇ…..।

ମନେ ପଡେ ଭାଇ ରଘୁକୂଳ ସାଇଁ

      ତାଙ୍କ ରାଜ ଦରବାରେ,

ସେହି କୁକୁରକୁ ନ୍ୟାୟ ଦେଇ ପୁଣି

      ଧର୍ମ ଧ୍ଵଜା ଉଡାଇଲେ,

ଆମ କପି କୂଳ ଶ୍ରେଷ୍ଠ ହନୁମନ୍ତ‌

      ଶ୍ରେଷ୍ଠ ପ୍ରଭୁଭକ୍ତ‌ ହୋଇ,

ରାମ ନାମ ଜପି ଅସାଧ୍ୟ ସାଧିଲେ‌

       ଆମକୁ ତାରିବେ ସେହି,

ତେଣୁ, ଶୋଚନା‌ ତୁ କର ନାହିଁ,

      ବଞ୍ଚିବାକୁ ହେବ ଭାଇ,

ତୁ ଛଲା କୁକୁର ମୁଁ ବୁଲା ମାଙ୍କଡ

       ଏହି ପରିଚୟ ନେଇ…

        ଏହି ପରିଚୟ ନେଇ….

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡ଼ା

   

 

Related posts

ସରପଞ୍ଚଙ୍କ ନିଆରା ପ୍ରୟାସ, ବଜାରବାସୀଙ୍କୁ ଅଳିଆ ବାହାରରେ ନ ପକେଇବା ପାଇଁ କଲେ ନିବେଦନ

Sunil Chandra Nayak

ସହିହେଉନି ଅସହ୍ୟ ତାତି, ପାରା ଡେଇଁଲା ୪୨ ଡିଗ୍ରୀ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!