ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରାମ ପଂଚାୟତରେ ନାଏବ ସରପଂଚ ନିର୍ବାଚନ

ନର୍ଲା (ମପ୍ର) ନର୍ଲା ପଂଚାୟତ ସମିତି ଅନ୍ତର୍ଗତ ୨୬ ଗୋଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ନାଏବ ସରପଂଚ ନିର୍ବାଚନ ଅନୁଷ୍ଠିତ ହୋଇଛି। ରୁପ୍ରାରୋଡ ଗ୍ରାମ ପଂଚାୟତରେ ଅନୁଷ୍ଠିତ ନିର୍ବାଚନରେ ପ୍ରେମଦିନୀ ସାହୁ ନାଏବ ସରପଂଚ ରୂପେ ନିର୍ବାଚିତ ହୋଇଛନ୍ତି। ୧୩ ଗୋଟି ୱ।ର୍ଡ ବିଶିଷ୍ଟ ଏହି ପଂଚାୟତରେ ରୁପ୍ରାରୋଡ, ବଲବସପୁର, ବରଗାଁ,ବିଲାଟ,ଲାଖଗୁଡା,ଦେଣ୍ଡୋରୋବାହିଲି,ଛତାମହୁଲ ଓ ବୋରିଙ୍ଗପଦର ଗ୍ରାମ ଅବସ୍ଥିତ। ରୁପ୍ରାରୋଡ ଗ୍ରାମ ପଂଚାୟତରେ ହେମନ୍ତ ଭୋଇ ୧୩୪୭ ଖଣ୍ଡ ଭୋଟ ପାଇ ସରପଂଚ ରୂପେ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଜୟରାମ କୁମାର ୧୩୦୦ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ସେହିପରି ଭୀମକେଲା ଗ୍ରାମ ପଚାଂୟତରେ ଜୟକିଶାନ ସୁନା ନାଏବ ସରପଂଚ ରୂପେ ନିର୍ବାଚିତ ହୋଇଛନ୍ତି। ୧୩ ଗୋଟି ୱ।ର୍ଡ ବିଶିଷ୍ଟ ଭୀମକେଲା ଗ୍ରାମ ପଚାଂୟତରେ ଭୀମକେଲା, ପଲସାପଡା, ବୁର୍ଡିପଡା ଓ ଲାଖପଦର ଗ୍ରାମ ରହିଛି। ଏଥିରେ ସରପଂଚ ରୂପେ ଜାନକୀ ଗଉଡ ୯୨୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କମଲୀ ଭୋଇ ୮୦୬ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।ରାକ୍ସି ପଂଚାୟତରେ କୁନ୍ତୀ ମାଝୀ, ସର୍ଗିଗୁଡା ପଂଚାୟତରେ ସୁମିତ୍ରା ଓଝା ନାଏବ ସରପଂଚ ରୂପେ ନିର୍ବାଚିତ ହୋଇଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ବାଲେଶ୍ବର – ମାଗୁଣି ଚରଣ ବାଳାଶ୍ରମର ବାର୍ଷିକ ଉତ୍ସବରେ କୃତି ଛାତ୍ରଙ୍କୁ ସାଟିଫିକେଟ ପ୍ରଦାନ

ପ୍ରହସନ ପାଲଟିଛି ବାହ୍ୟ ମଳମୁକ୍ତ ଗାଁ ଘୋଷଣା ଯନ୍ତ୍ରୀ,ଠିକାଦାର ମାଲାମାଲ : ହିତାଧିକାରୀ ବେହାଲ

Sunil Chandra Nayak

କୋକସରା ବ୍ଲକ ରେ ରଥଯାତ୍ରା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!