ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁରୁଷ,ମହିଳା ବହୁମୁଖୀ ସ୍ବାସ୍ଥ୍ଯକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକଙ୍କ ଦାବି ପତ୍ର ପ୍ରଦାନ

ଥୁଆମୂଳ ରାମପୁର:୦୨/୧୧ – (ମ.ନି.ସ) :- ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଆସନ୍ତା ୧୪/୧୨/୨୦୨୨ ତାରିଖ ଠାରୁ ଅସହଯୋଗ ଆନ୍ଦୋଳନ ତଥା ଆସନ୍ତା ୨୧/୧୨/୨୦୨୨ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ଯ ବନ୍ଦ ଆନ୍ଦୋଳନ କରିବାକୁ ଯାଉଛନ୍ତି ସେନେଇ ଥୁଆମୂଳ ରାମପୁର ବ୍ଳକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ଯରତ ସମସ୍ତ ପୁରୁଷ, ମହିଳା ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକଙ୍କ ଓଡିଶା ରାଜ୍ଯ ପୁରୁଷ ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ,ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ର ନିର୍ଦ୍ଦେଶ କ୍ରମେ ଆଜି ୦୨/୧୨/୨୦୨୨ ତାରିଖ ଯଥା ଶୁକ୍ରବାର ଦିନ ଥୁଆମୂଳ ରାମପୁର ବ୍ଳକ ଅଧିକ୍ଷକ, ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ଯ ଅଧିକାରୀ ଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଉକ୍ତ ୫ ଦାବିପତ୍ରରେ ଉହ୍ଲେଖ ଥିବା ବିଷୟ ଗୁଡିକ ହେଲା ୧ – ବିଭିନ୍ନ ବିଭାଗ ଅଧୀନରେ ଥିବା ସମସ୍ତ କର୍ମଚାରୀ ପରି ଆମ ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କ କ୍ଯାଡର ପୁନଗଠନ କରି ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ମାନଙ୍କ ଚାକିରୀ କାଳରେ ସର୍ବନିମ୍ନ ୪ ଟି ପଦୋନ୍ନତି ଦିଆଯାଉ, ୨ – ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୦୩/୧୧/୨୦୨୨ ତାରିଖ ରେ ପ୍ରକାଶିତ ବିଜ୍ଞପ୍ତି କୁ ପ୍ରତ୍ଯାହାର କରି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରେଡ ପେ ୪୨୦୦/୪୬୦୦/୪୮୦୦ – ଆର୍.ଏ.ସି.ପି. ଆକାରରେ ପ୍ରଦାନ କରାଯାଉ। ୩ – ୨୦୧୩ ମସିହାରେ ଜି.ଏ. ଓ ପି. ଜି. ବିଭାଗ ଦ୍ବାରା ପ୍ରକାଶିତ ବିଜ୍ଞାପ୍ତିକୁ ପ୍ରତ୍ଯାହାର କରି ତାର ବିକଳ୍ପ ଠିକା ଚାକିରୀ କରିଥିବା କର୍ମଚାରୀଙ୍କ ପାଇଁ ଠିକା ବ୍ଯବସ୍ଥା କୁ ଉଚ୍ଛେଦ କରି ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି, ସେନେ ନିର୍ଦ୍ଦେଶ ଆମ ବିଭାଗ ଅଧୀନରେ ତୃଣମୂଳ ସ୍ତରରେ କାର୍ଯ୍ଯରତ ବହୁମୁଖୀ ସ୍ବାସ୍ଥ୍ଯକର୍ମୀ (୨୦୦୪ ରୁ ୨୦୧୩ ମଧ୍ୟରେ ଓ ଆର୍ ଭି ଆକ୍ଟ ରେ ଠିକା ଚାକିରୀ କିରିଥିବା ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ପାଇଁ) ଉର୍ଦ୍ଧିଷ୍ଟ କରାଯାଉ, ଯଦ୍ବାରା ପୁର୍ବରୁ କରି ଆସୁଥିବା ଠିକା ଚାକିରୀ କାର୍ଯ୍ଯକାଳକୁ ମୂଳ ଚାକିରୀରେ ଗଣନାକରି ୬ ଟି ନୋଷ୍ଣାଲ ଇନକ୍ରୀମେଣ୍ଟ ଦିଆଯାଇ ଦରମା ବୃଦ୍ଧି କରାଯାଉ। ୪ – ବହୁମୁଖୀ ସ୍ବାସ୍ଥ୍ଯକର୍ମୀ (ପୁରୁଷ/ମହିଳା) ଓ ବହୁମୁଖୀ ସ୍ବାସ୍ଥ୍ୟପରିଦର୍ଶକ (ପୁରୁଷ/ମହିଳା ପଦବୀ ର ନାମ ପରିବର୍ତ୍ତନ କରାଯାଉ। ୫ – ପୋଷାକ ଭତ୍ତା ଆକାରରେ ବାର୍ଷିକ ୫୦୦୦ ଟଙ୍କା ପ୍ରଦାନ କରାଯାଉ। ଏହି ସବୁ ଦାବି ପୂରଣ କରାନ ଯାଏ ତେବେ ଆସନ୍ତା ୭/୧୨/୨୦୨୨ ତାରିଖ ଦିନରୁ କଳା ବ୍ଯାଜ୍ ପିନ୍ଧି ନୀରବ ପ୍ରତିବାଦ କରିବୁ। ଏହାର ଠିକ ଏକ ସପ୍ତାହ ପରେ ଅର୍ଥାତ ଆସନ୍ତା ୧୪/୧୨/୨୦୨୨ ତାରିଖ ତାରିଖ ଠାରୁ ଅସହଯୋଗ ଆନ୍ଦୋଳନ କରିବା ପାଇଁ ସଜବାଜ ହେବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜୟ କୁମାର ମିଶ୍ର ଙ୍କ କବିତା ତିକ୍ତ ସେ ଅନୁଭୂତି

ପଥ ମହୋତ୍ସବ ‘ମୁରୁଜରେ ମୋ ଜଗନ୍ନାଥ’ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ 

Sunil Chandra Nayak

ଆଦିବାସୀଙ୍କ ମୁଣ୍ଡରେ କାହିଁକି ଗରା ? ସରକାରଙ୍କୁ ଜବାବ ମାଗିଲେ ବସ୍ତିବାସିନ୍ଦା !

Sunil Chandra Nayak

Leave a Comment

error: Content is protected !!