ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିବାଦୀୟ ଅଧିକାରୀ ଙ୍କ ବିରୋଧରେ ଖବର ପ୍ରକାଶ ପାଇବା ୧୫ ଦିନ ରେ ବଦଳି, ମାସେ ରେ ପଦୋନ୍ନତି ?

ନବରଙ୍ଗପୁର୨/୧୨(ମସିହା) ମାଲକାନଗିରି ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ଙ୍କୁ ମାସେ କାର୍ଯ୍ୟ ନ କରୁଣୁ ରାଜ୍ୟ ସରକାର ବଦଳି କରି ଦେଇଛନ୍ତି। ନବରଙ୍ଗୁପୁର ଜିଲ୍ଲା ରେ ଦୀର୍ଘ ୧୫ବର୍ଷ ରୁ ଉର୍ଦ୍ଧ ହେଲା ବିଭିନ୍ନ ପଦ ପଦବୀ ରେ ରହି ଦୁର୍ନୀତି ଗ୍ରସ୍ତ ଅଧିକାରୀ ହୋଇଥିଲେ।ସେ ନବରଙ୍ଗପୁର ତହସିଲଦାର ଭାବେ ପ୍ରଥମେ ଯୋଗଦାନ କରିଥିଲେ। କିଛି ବର୍ଷ କାର୍ଯ୍ୟ କଲା ପରେ ସେ ପାପଡ଼ାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ।ସେଠାରେ କିଛି ବର୍ଷ କାର୍ଯ୍ୟ କଲା ପରେ ସେ ନନ୍ଦାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବେ ବଦଳି ହୋଇଥିଲେ। ସେଠାରେ କିଛି ବର୍ଷ କାର୍ଯ୍ୟ କରିବା ପରେ ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବେ ଯୋଗଦାନ କରିଥିଲେ। ଏଠାରେ କିଛି ବର୍ଷ କାର୍ଯ୍ୟ କରିବା ପରେ କୋରାପୁଟ ଜିଲା ବୋରିଗୁମ୍ମା ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବେ ବଦଳି ହୋଇଥିଲେ।ସେଠାରେ କିଛି ବର୍ଷ କାର୍ଯ୍ୟ କରିବା ପରେ ଅତିରିକ୍ତ ପିଡି ଭାବେ ନବରଙ୍ଗପୁର ରେ ୨୦୧୯/୨୦ରେ କାର୍ଯ୍ୟ କରିବା ସହିତ ନନ୍ଦାହାଣ୍ଡି ଭାରପ୍ରାପ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।୨୦୨୧ ମେ ମାସରେ ଅତିରିକ୍ତ ଜିଲ୍ଲାପାଳ ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଥିଲେ। ତଥାପି ଏତିକି ରେ ମନ ଶାନ୍ତି ହୋଇ ନ ଥିଲା , ପୁଣି ଜୁନ ମାସ ରେ ତତ୍କାଳୀନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ ଙ୍କୁ ରାଜ୍ୟ ସରକାର ବଦଳି କରିବା ପରେ ଏହି ପଦ ପାଇ ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିବା ଶ୍ରୀ ସାହୁ ପିଡି ଭାବେ ଜୁଲାଇ୨୦୨୧ ବଦଳି ହୋଇଥିଲେ। ସେତେ ବେଳେ ଚର୍ଚା ହେଉଥିଲା। ଗୋଟିଏ ଜିଲ୍ଲା ରେ ଜଣେ ଓଡ଼ିଶା ପ୍ରଶାସନିକ ଅଧିକାରୀ ଦୀର୍ଘ ୧୫ବର୍ଷ ରୁ ଉର୍ଦ୍ଧ କାର୍ଯ୍ୟ କରିବା ଜିଲ୍ଲାବାସୀ ଙ୍କୁ ବ୍ୟତିତ କରିବା ସହିତ ରାଜ୍ୟ ସରକାରଙ୍କ ପାଖେ ଆଉ ଓଡିଶା ପ୍ରଶାସନିକ ଅଧିକାରୀ ଜିଲ୍ଲା ରେ ଶାସନ କରିବାକୁ ନାହାନ୍ତି କି ବୋଲି ସେତେ ବେଳେ ବିଭିନ୍ନ ରାଜନୀତି ଦଳର ନେତା ମାନେ ଶାସକ ଦଳ କୁ କଟୁ ସମାଲୋଚନା କରିଥିଲେ ।ଏହି ଖବର ଗଣ ମାଧ୍ୟମରେ ବାରମ୍ବାର ପ୍ରକାଶ ପାଇବା ପରେ ଶ୍ରୀ ସାହୁ କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ନବରଙ୍ଗପୁର ଜିଲ୍ଲା ରୁ ୬ ନଭେମ୍ବର ୨୦୨୨ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ବଦଳି ହୋଇଥିଲେ।ଏହାର ମାସେ ନ ହେଉଣୁ ରାଜ୍ୟ ସରକାର ତାଙ୍କୁ ତାଙ୍କ ଗୁଡ଼୍ ବୁକ୍ ରେ ସ୍ଥାନ ଦେଇ ବରିଷ୍ଟ ପ୍ରଶାସନିକ ଅଧିକାରୀ ଭାବେ ପଦୋନ୍ନତି କରିଛନ୍ତି ।୨୦୨୦ ସେ ଅତିରିକ୍ତ ପକଳ୍ପ ଅଧିକାରୀ ଥିବା ବେଳେ ତେନ୍ତୁଳିଖୁଣ୍ଟି ତତ୍କାଳୀନ ଗୋଷ୍ଟି ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତ୍ତିକ ଙ୍କ ସହିତ ପକଳ୍ପ ନିର୍ଦ୍ଦେଶକ ତତ୍କାଳୀନ ଶ୍ରା ନାୟକ ମଧ୍ୟରେ ଉତ୍ତମ ଭାବରେ କାର୍ଯ୍ୟ କରୁଥିଲେ।୨୦୨୦ରେ ଅତିରିକ୍ତ ପିଡି ଭାବେ ରତ୍ନାକର ସାହୁ ଥିଲେ। ତାଙ୍କ ମଧ୍ୟରେ କୌଣସି କାର୍ଯ୍ୟ କୁ ନେଇ ଦୁଇଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଉଭୟ ପଞ୍ଚାୟତ ରାଜ୍ୟ ବିଭାଗ କୁ ଗୁପ୍ତ ପତ୍ର ଲେଖିଥିବା ବେଳେ, ପଞ୍ଚାୟତରାଜ ବିଭାଗୀୟ ଅଧିକାରୀ ପୁର୍ବତନ ତେନ୍ତୁଳିଖୁଣ୍ଟି/କୋଷାଗୁମୁଡ଼ା ଗୋଷ୍ଟି ଉନ୍ନୟନ ଅଧିକାରୀ ମିସ୍ ଅକ୍ଷୟମିତା କାର୍ତ୍ତିକ ଙ୍କୁ କେଉ କାରଣ ରୁ କାର୍ଯ୍ୟ ରୁ ନିଲମ୍ବିତ କରିଛନ୍ତି ତାହା ଉଲ୍ଲେଖ କରି ନ ଥିଲା।ହେଲେ ମଧ୍ୟ ଶ୍ରୀ ସାହୁ ଙ୍କ ପତ୍ର ପାଇବା ପରେ ରାଜ୍ୟ ସରକାର ମିସ୍ କାର୍ତ୍ତିକ ଙ୍କୁ କୋରାପୁଟ ଜିଲ୍ଲା ନାରାୟଣପାଟଣା ବିଡ଼ିଓ ଠାରୁ କାର୍ଯ୍ୟ ରୁ ଅନ୍ତର କରି ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଠାରେ ନିଲମ୍ବିତ ହୋଇଥିବା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନନ୍ଦାହାଣ୍ଡି ଜୋନ-୧ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟାଦାନ ସୁନା କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କୁ ନେଇ ତତ୍କାଳୀନ ପିଡି ଶ୍ରୀ ସାହୁ ପାଖେ ଯାଇଥିବାରୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ନେଇ ନବରଙ୍ଗପୁର ଥାନା ରେ ତାଙ୍କ ବିରୋଧରେ ଏତଲା ଦେଇଥିଲେ ଶ୍ରୀ ସୁନା।ଏଭଳି ଦୁର୍ନୀତି ଗ୍ରସ୍ତ ସରକାରୀ ଅଧିକାରୀ ଙ୍କୁ ଜିଲ୍ଲା ରେ ଦୀର୍ଘ ବର୍ଷ ଧରି ନବରଙ୍ଗପୁର ଜିଲା ରେ ଅବସ୍ଥାପିତ କୁ ବିରୋଧ କରିଥିଲେ। ଦଳର କଂଗ୍ରେସ ଓ ବିଜେପି ନେତୃ ମଣ୍ଡଳୀ ତୁରନ୍ତ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଟାନ ନେବାକୁ ଦାବି କରିଥିଲେ। ଆନ୍ଦୋଳନ ଆଗକୁ ହେବ ବୋଲି ଅପ୍ ନିଦା ହୋଇ ନ ଯାଇ ସେ ନିଜ ଇଚ୍ଛାରେ ବଦଳି ହୋଇ ଯାଇଥିବା ଚର୍ଚ୍ଚା ହେଉଛି।ଏ ସରକାର ରେ ଯେତେ ଦୁର୍ନୀତି ହେଲେ ସେତେ ପଦୋନ୍ନତି ହେବ ବୋଲି ମଧ୍ୟ କହିବାକୁ ପଛାଉ ନାହାନ୍ତି ଜିଲ୍ଲାପରିଷଦ ସଭ୍ୟ।ସେ ଯାହା ହେଉ ନା କାହିଁକି ବଦଳି ପରେ ଜିଲ୍ଲା ବାସି ଶାନ୍ତି ରେ ନିଶ୍ବାସ ଟା ମାରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ।

Related posts

ଅଁଳାଯୋଡି ପଞ୍ଚାୟତକୁ ରାସନ୍ ଆଣିବାକୁ ଯାଇ ଟଳି ପଡିଲେ ମହିଳା ହିତାଧିକାରୀ

ରାଇଘରବ୍ଲକ ରେ ଦୁଇଗୋଟି +୨  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୨୭ ଛାତ୍ରୀ ଛାତ୍ର ପ୍ରଥମ ଶ୍ରେଣୀ ରେ ପାସ       

Sunil Chandra Nayak

ରାମେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ କ୍ଷତ୍ରିୟ ମାନଂକ ଖଣ୍ଡା ଖେଳ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!