ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ଡିବିଟି ମାଧ୍ୟମରେ ଆଜିଠୁ ଭତ୍ତା ପ୍ରଦାନ

କୋକସରା,୧୮/୫- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ବୁଧବାର ଠାରୁ ଡିବିଟି ମାଧ୍ୟମରେ ଭତ୍ତା ପ୍ରଦାନ ର ଶୁଭାରମ୍ଭ ହୋଇଛି। କୋକସରା ବ୍ଲକର ୨୨ ପଂଚାୟତ ରେ ଆଜି ଠାରୁ ଡିବିଟି ଜରିଆରେ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରି ଙ୍କୁ ଡିବିଟି ବା ଅନଲାଇନରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ରାଶି ପ୍ରଦାନ କରାଯାଇଛି। ବ୍ଲକ ର ବିଭିନ୍ନ ପଂଚାୟତ ରେ ରହିଥିବା ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରେ ଏହାର ଶୁଭାରମ୍ଭ ହୋଇଛି। ଜାତୀୟ ବାର୍ଦ୍ଧକ୍ୟ ଭତ୍ତାକୁ କେନ୍ଦ୍ର ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟ ରେ ସିଧାସଳଖ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କୋକସରା ବ୍ଲକ ର ୨୨ ପଞ୍ଚାୟତ ର ୬୧୪୬ ଜଣ ହିତାଧିକାରୀ ଙ୍କୁ ଡିବିଟି ଜରିଆରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇ ଥିବା ନେଇ କୋକସରା ବି.ଏସ.ଏସ.ଓ ଦୀପକ କୁମାର ବେହେରା ସୂଚନା ଦେଇଛନ୍ତି।

Related posts

ଏଣିକି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତ ହେବେ ଅବସରପ୍ରାପ୍ତ କର୍ମଚାରୀ

ଅଶାକର୍ମୀ କ୍ଷ୍ୟମାସିଲାଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ମାନ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ ଗଳ୍ପ ଦୁର୍ଦଶା

Sunil Chandra Nayak

Leave a Comment

error: Content is protected !!