ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଶର୍ଧାପୁର ଗ୍ରାମ ପଞ୍ଚାୟତ ର ଢଙ୍କସର ଗ୍ରାମରେ ତିନି ଦିନବ୍ୟାପି ଚାଲିଥିବା ଗୋଷ୍ଟାଷ୍ଟମୀ ପୂଜା ଉତଯାପିତ ହୋଇଯାଇଛି l ତା ୨୯.୧୦.୨୨ ରିଖ ସନ୍ଧ୍ୟାରେ କଳସ ଯାତ୍ରାରେ ଶତାଧିକ ଲୋକ ଭାଗ ନେଇଥିଲେ l ରାତ୍ର ରେ ମନୋରଞ୍ଜନ କାର୍ଯ୍ୟକ୍ରମରେ ଦାବରୀ ଗ୍ରାମର ନାଟକ ପରିବେଷଣ କରାଯାଇଥିଲା l ତା ୩୦.୧୦.୨୨ ରିଖ ସାଂସ୍କୃତିକ ସନ୍ଧ୍ୟାରେ ଅତିଥି ଭାବରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡ଼ିଆଳ ଏନ ଏ ସି ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଡୁଆଝର ସରପଞ୍ଚ ଜିତୁ କୁମ୍ଭାର, ସ୍ଥାନୀୟ ସର୍ଦ୍ଧାପୁର ସରପଞ୍ଚ ଉମେଶ କୈବର୍ତ୍ତ, ପୂର୍ବତନ ସରପଞ୍ଚ ସୁରେଶ ବିଶି ମଞ୍ଚାସୀନ ଥିଲେ l ବିଭୂତି ଭୂଷଣ ବିଶି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଲନା କରିଥିଲେ l ଶ୍ରୀମତୀ ନନ୍ଦ ଢଙ୍କସର ର ସମସ୍ତ ସମସ୍ୟା ର ସମାଧାନ ପାଇଁ ଚେଷ୍ଟା କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଶ୍ରୀ ନନ୍ଦ ଗୋଷ୍ଟାଷ୍ଟମୀ ମନ୍ଦିର ପାଇଁ ବିଧାୟକ ପାଣ୍ଠି ରୁ ଅର୍ଥ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l ଶ୍ରୀ ଗୁପ୍ତା ଗୋବଂଶ ର ମହିମା ଗାନ ସହ ମୁଁ ନିଜେ ସାତ ଟି ଗାଈ ରଖିଛି ଏବଂ ସେବାକରେ ବୋଲି କହି ସମସ୍ତଙ୍କୁ ଗୋ ପାଳନ କରିବାକୁ ପ୍ରବର୍ତାଇ ଥିଲେ l ସଭା ଶେଷରେ ସ୍ଥାନୀୟ ସରପଞ୍ଚ ଶ୍ରୀ କୈବର୍ତ୍ତ ଧନ୍ୟବାଦ ଅର୍ପଣ କରିଥିଲେ l ମାଧବ କାଣ୍ଡ, ଆଶୋକ ବିଶି, ଗଣେଶ ଗହୀର, ଚିନ୍ମୟ କଣ୍ଡ, ମିନିକେତନ ବିଶି, ଇନ୍ଦ୍ର ହାତୀ, ଦ୍ଵିତୀୟା ଶବର, ନରେନ୍ଦ୍ର ଗହୀର ପ୍ରମୁଖ ସହଯୋଗ କରିଥିଲେ l ଆନ୍ତିମ ଦିବସ ତା ୦୧.୧୧.୨୨ ରେ ପୂର୍ବତନ ବିଧାୟକ ହିତେଶ ବଗର୍ତି ଓ ବିଜେଡି ର ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲ ଉପସ୍ଥିତ ରହି କମିଟି ର କାର୍ଯ୍ୟକର୍ତା ଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ l ପରେ ଗୋ ପୂଜନ କରାଯାଇଥିଲା l କର୍ତ୍ତା ଭାବରେ ଭୋକର୍ନନ୍ଦ ଗହୀର ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଦେବକୀ ଗହୀର ପୂଜାର୍ଚନା କରିଥିଲେ l
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ