ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢଙ୍କସରରେ ଗୋଷ୍ଟାଷ୍ଟମୀ ପୂଜା ଉତଯାପିତ

ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଶର୍ଧାପୁର ଗ୍ରାମ ପଞ୍ଚାୟତ ର ଢଙ୍କସର ଗ୍ରାମରେ ତିନି ଦିନବ୍ୟାପି ଚାଲିଥିବା ଗୋଷ୍ଟାଷ୍ଟମୀ ପୂଜା ଉତଯାପିତ ହୋଇଯାଇଛି l ତା ୨୯.୧୦.୨୨ ରିଖ ସନ୍ଧ୍ୟାରେ କଳସ ଯାତ୍ରାରେ ଶତାଧିକ ଲୋକ ଭାଗ ନେଇଥିଲେ l ରାତ୍ର ରେ ମନୋରଞ୍ଜନ କାର୍ଯ୍ୟକ୍ରମରେ ଦାବରୀ ଗ୍ରାମର ନାଟକ ପରିବେଷଣ କରାଯାଇଥିଲା l ତା ୩୦.୧୦.୨୨ ରିଖ ସାଂସ୍କୃତିକ ସନ୍ଧ୍ୟାରେ ଅତିଥି ଭାବରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡ଼ିଆଳ ଏନ ଏ ସି ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଡୁଆଝର ସରପଞ୍ଚ ଜିତୁ କୁମ୍ଭାର, ସ୍ଥାନୀୟ ସର୍ଦ୍ଧାପୁର ସରପଞ୍ଚ ଉମେଶ କୈବର୍ତ୍ତ, ପୂର୍ବତନ ସରପଞ୍ଚ ସୁରେଶ ବିଶି ମଞ୍ଚାସୀନ ଥିଲେ l ବିଭୂତି ଭୂଷଣ ବିଶି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଲନା କରିଥିଲେ l ଶ୍ରୀମତୀ ନନ୍ଦ ଢଙ୍କସର ର ସମସ୍ତ ସମସ୍ୟା ର ସମାଧାନ ପାଇଁ ଚେଷ୍ଟା କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଶ୍ରୀ ନନ୍ଦ ଗୋଷ୍ଟାଷ୍ଟମୀ ମନ୍ଦିର ପାଇଁ ବିଧାୟକ ପାଣ୍ଠି ରୁ ଅର୍ଥ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l ଶ୍ରୀ ଗୁପ୍ତା ଗୋବଂଶ ର ମହିମା ଗାନ ସହ ମୁଁ ନିଜେ ସାତ ଟି ଗାଈ ରଖିଛି ଏବଂ ସେବାକରେ ବୋଲି କହି ସମସ୍ତଙ୍କୁ ଗୋ ପାଳନ କରିବାକୁ ପ୍ରବର୍ତାଇ ଥିଲେ l ସଭା ଶେଷରେ ସ୍ଥାନୀୟ ସରପଞ୍ଚ ଶ୍ରୀ କୈବର୍ତ୍ତ ଧନ୍ୟବାଦ ଅର୍ପଣ କରିଥିଲେ l ମାଧବ କାଣ୍ଡ, ଆଶୋକ ବିଶି, ଗଣେଶ ଗହୀର, ଚିନ୍ମୟ କଣ୍ଡ, ମିନିକେତନ ବିଶି, ଇନ୍ଦ୍ର ହାତୀ, ଦ୍ଵିତୀୟା ଶବର, ନରେନ୍ଦ୍ର ଗହୀର ପ୍ରମୁଖ ସହଯୋଗ କରିଥିଲେ l ଆନ୍ତିମ ଦିବସ ତା ୦୧.୧୧.୨୨ ରେ ପୂର୍ବତନ ବିଧାୟକ ହିତେଶ ବଗର୍ତି ଓ ବିଜେଡି ର ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲ ଉପସ୍ଥିତ ରହି କମିଟି ର କାର୍ଯ୍ୟକର୍ତା ଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ l ପରେ ଗୋ ପୂଜନ କରାଯାଇଥିଲା l କର୍ତ୍ତା ଭାବରେ ଭୋକର୍ନନ୍ଦ ଗହୀର ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଦେବକୀ ଗହୀର ପୂଜାର୍ଚନା କରିଥିଲେ l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନକୁ ଶ୍ରେଷ୍ଠ ଯୁବ ଅନୁଷ୍ଠାନ ପୁରସ୍କାର

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ସ୍ମୃତି

Sunil Chandra Nayak

ଜନରଞ୍ଜନ ପ୍ରଧାନ ଙ୍କ କବିତା ନିଷ୍ଠା ଓ ଲକ୍ଷ୍ଯ 

Sunil Chandra Nayak

Leave a Comment

error: Content is protected !!