ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁପ୍ରା ରୋଡ ଠାରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ

ନର୍ଲା :- (ମ ନି ସ ) ରୁପ୍ରା ରୋଡ ରେ ସୋମବାର ଠାରୁ ଆରମ୍ଭ ହୋଇ ଯାଇଛି ନବ ରାତ୍ରୀ ଶାରଦୀୟ ଦୁର୍ଗାପୂଜା | ଏ ବର୍ଷ ପୂଜା ପାଇଁ ରବିବାର ଦିନ ସନ୍ଧ୍ୟା ରେ ନିକଟସ୍ଥ ବଲବସପୁର ପୋଖରୀ ରୁ ଶକ୍ତି ରୁପୁଣୀ ଦୁର୍ଗା ଙ୍କୁ ଆବାହନ କାରି ପାଣି କଳସୀ ଆଣି ପୂଜା ମଣ୍ଡପରେ ସ୍ଥାପନ କରି ଅଧିବାସ ପୂଜା କରାଯାଇ ସୋମବାର ଦିନ ସକାଳୁ ରୀତିନୀତି ରେ ଶ୍ରଦ୍ଧାଳୁ ଙ୍କ ଭିଡରେ ଦୁର୍ଗା ପୂଜା ଆରମ୍ଭ ହୋଇ ଯାଇଛି l ଗତ ଦୁଇ ବର୍ଷ କୋଭିଡ ପାଇଁ ପୂଜା ଅଳ୍ପ ଶ୍ରଦ୍ଧାଳୁ ଏବଂ କଟକଣା ରେ ହୋଇ ଥିଲା l କିନ୍ତୁ ଚଳିତ ବର୍ଷ ମା ଙ୍କ ପୂଜା ସନ୍ଧ୍ୟା ଆଳତୀ ବହୁତ ଆଡମ୍ବର ରେ କରାଯିବା ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବ ବୋଲି କର୍ତ୍ତା ରଞ୍ଜନ କୁମାର ମହାନ୍ତି ଙ୍କ ସହ ପୂଜା କମିଟି ର ନୂତନ ସଭାପତି ଶ୍ରୀ ମୋହନ ଲାଲ କମାନୀ ଏବଂ କାର୍ଯ୍ୟକର୍ତା ମାନେ ସୂଚନା ଦେଇଛନ୍ତି | ଏହି ନଅ ଦିନ ଶକ୍ତି ପୂଜା ପାଇଁ ସୁରେନ୍ଦ୍ର ନାଥ ଶର୍ମା ମୁଖ୍ୟ ପୂଜକ ଓ ବିଷ୍ଣୁ ଶର୍ମା, ପଞ୍ଚାନନ ମିଶ୍ର ସହ ପୂଜକ ଭାବେ ଦାଇତ୍ୱ ତୁଲାଉଛନ୍ତି | ପୂଜା କମିଟି ର ଅଶୋକ କମାନୀ, ଅଶୋକ ଅଗ୍ରୱାଲ, ବିଜୟ ଅଗ୍ରୱାଲ, ଧରେନ ଖେତାନ, ଗଣେଶ ଖେତାନ,ଅମିତ ଶର୍ମା, ନିରଜ ଶର୍ମା, ଦିନରାଜ ଅଗ୍ରୱାଲ, ରତନ ଅଗ୍ରୱାଲ, ରିନେଶ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, କୈଳାଶ ଅଗ୍ରୱାଲ, ପୁଷ୍ପକ ମହାନ୍ତି, ଭାରତୀ ମହାନ୍ତି, ପ୍ରମୁଖ ସହଯୋଗ କରୁଛନ୍ତି |

ନିରଞ୍ଜନ ଗଉଡ଼, ପ୍ରଗତିଶୀଳ ମସିହା

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା ଜୟ ଜଗଦମ୍ବେ ମା’ 

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମାଆ

ପ୍ରାଥମିକ ଶିକ୍ଷା ହିଁ ସଫଳତାର ପ୍ରଥମ ମୂଳ ଭିତ୍ତିଭୂମି: ଅତନୁ ଭୌମିକ

Sunil Chandra Nayak

Leave a Comment

error: Content is protected !!