ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିକାଶ ପଥରେ ଖଇରା-ସିମୁଳିଆ ନିର୍ବାଚନ ମଣ୍ଡଳୀ, ମଙ୍ଗ ଧରିଛନ୍ତି ବିଧାୟକ

ବାଲେଶ୍ଵର,୨୭/୯/୨୨- ବାଲେଶ୍ଵର ଜିଲ୍ଲା ଖଇରା-ସିମୁଳିଆ ବ୍ଲକକୁ ନେଇ ସିମୁଳିଆ ନିର୍ବାଚନ ମଣ୍ଡଳୀ ଗଠିତ । ବର୍ତ୍ତମାନ ବିଧାୟକ ଅଛନ୍ତି ଜ୍ଯୋତିପ୍ରକାଶ ପାଣିଗ୍ରାହୀ । ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମଙ୍ଗ ଧରିଛନ୍ତି ବିଧାୟକ । ବିଭିନ୍ନ ପ୍ରକାର ଶୁଭ ଶିଳାନ୍ୟାସ ମାଧ୍ୟମରେ ଲୋକପ୍ରିୟତା ବୃଦ୍ଧିରେ ଲାଗିପଡିଛନ୍ତି । ସୁବିଧା, ଅସୁବିଧା ଓ ସମସ୍ୟା ନଜରକୁ ଆସିବା ମାତ୍ରେ ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ସମାଧାନ କରିବା ସହିତ ସହଯୋଗର ହାତ ମଧ୍ୟ ବଢାଉଛନ୍ତି । ଯାହାଦ୍ବାରା ଲୋକମାନଙ୍କର ପ୍ରିୟ ହେବାରେ ସକ୍ଷମ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ୍ ତା ୨୭/୯/୨୨ରିଖ ଅପରାହ୍ନରେ ଗ୍ରାମ୍ଯ ଉନ୍ନୟନ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ତରଫରୁ ଅନୁମୋଦନ ହୋଇଥିବା ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ରଖିଛନ୍ତି । ସେଥିମଧ୍ୟରୁ ୧ କୋଟି ୭୫ ଲକ୍ଷ ଟଙ୍କାର ମହତିପୁର ଠାରୁ ଚରମ୍ପା ଭାୟା ମୁସ୍ତାଫାବାଦ, ଅରଖପୁର, ତୋଟାପଡା ରାସ୍ତାର ପ୍ରଶସ୍ତିକରଣ, ଛଛିନ୍ଦା ଆର.ଡି. ରାସ୍ତା ଠାରୁ ଚୁଡୁଗାଁ ଭାୟା ସବଙ୍ଗ ଏବଂ କୁଣ୍ଡି ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଧାର୍ଯ୍ୟ ବାରିଛନ୍ତି ବିଧାୟକ । ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗମନାଗମନ ସୁବିଧା ନିମନ୍ତେ ଗୁରୁତ୍ୱ ଦେଇ ଆସୁଥିବା ବେଳେ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରେ ରାସ୍ତା ପ୍ରଶସ୍ତିକରଣ ଓ ଉନ୍ନତିକରଣ ଉପରେ ଗୁରୁତ୍ୱ ଦେଉଥିବାରୁ ପ୍ରଶଂସାର ସୁଅ ଛୁଟୁଛି ବିଧାୟକଙ୍କ ନିକଟକୁ । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି । ଖୁବ୍ ଶୀଘ୍ର ବିଜେଡି ଦଳ ତରଫରୁ ଘରକୁ ଘର କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ବିଧାୟକଙ୍କ ନିକଟତମ ପ୍ରତିନିଧିଙ୍କ ଠାରୁ ଖବର ସଂଗ୍ରହରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜନ ବସତି ମୁହାଁ ଚାଷଜମି ରେ ଲାଗିଥିବା ନିଆଁ, ଅଗ୍ନିଶମ କର୍ମଚାରୀ ଙ୍କ ନିଆଁ ଳିଭାଇବାକୁ ଉଦ୍ୟମ

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା  ମୁଁ ଓ ମୋ ପ୍ରେମ 

Sunil Chandra Nayak

ଦାଦନ ଯାଇଥିବା ସ୍ୱାମୀ କୁ ହରାଇ ଚିନ୍ତାରେ ଫୁଲମଣୀ ୩ ଛୁଆ ଙ୍କୁ ପାଠ ପଢାଇବାରେ ଅସମର୍ଥ

Leave a Comment

error: Content is protected !!