ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁପ୍ରା ରୋଡ ରେ ଅଗ୍ରେସନ ଜୟନ୍ତୀ ପାଳିତ

ନର୍ଲା (ମ ନି ସ ):- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ରୋଡ ରେ ଅଗ୍ରେସନ ଜୟନ୍ତୀ ପାଳିତ ହୋଇ ଯାଇଛି | ଅଗ୍ରେସନ ମହାରାଜ ଙ୍କ ଭବ୍ୟ ଫୋଟୋ କୁ ଏକ ସୁସଜ୍ଜିତ ରଥ ରେ ନଗର ପରିକ୍ରମା କରାଯାଇଥିଲା | ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରି ଥିଲେ ଅଖିଳ ଭାରତୀୟ ମାରୱାଡି ସମ୍ମେଳନ, ମାରୱାଡି ଯୁବା ମଞ୍ଚ ଓ ମାରୱାଡି ମହିଳା ସମିତି | ମାରୱାଡି ଯୁବା ମଞ୍ଚ ରୁପ୍ରା ରୋଡ ଶାଖା ର ସଭାପତି ଗଣେଶ ରାମ ଖେତାନ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଜୟନ୍ତୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଉତ୍କଳ ପ୍ରାଦେଶୀକ ମାରୱାଡି ସମ୍ମେଳନ ର ରାଜ୍ୟ ଅଧକ୍ଷ୍ୟ ଡ଼ଃ :ଗୋବିନ୍ଦ ରାମ ଅଗ୍ରୱାଲ ସମ୍ବଲପୁର ରୁ, ଉପ ସଭାପତି ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ, ରାଉରକେଲା ଜୋନ ଶ୍ରୀ ପୱନ ସୁଲତାନୀଆ ମୁଖ୍ୟ ବକ୍ତା ଏବଂ ଅଧକ୍ଷ୍ୟା ନର୍ଲା ପଞ୍ଚାୟତ ସମିତି ଶ୍ରୀମତୀ ମନୋରମା ମହାନ୍ତି ସମ୍ମାନନୀୟ ଅତିଥି, ମାରୱାଡି ମହିଳା ସମିତି ଅଧକ୍ଷ୍ୟା ଶ୍ରୀମତୀ ସସ୍ମିତା ଅଗ୍ରୱାଲ, ସମ୍ମେଳନ ସଭାପତି ଶ୍ରୀ ରାଧେ ଶ୍ୟାମ ଖେତାନ,ଯ଼ୋନାଲ ଉପ ସଭାପତି କଳାହାଣ୍ଡି ଶ୍ରୀ ସୁବାଷ ଚନ୍ଦ୍ର ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ଥିଲେ | ଏହି ଜୟନ୍ତୀ ଉପଲକ୍ଷେ ହୋଇ ଥିବା ବିଭିନ୍ୟ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରି ସମ୍ମାନିତ କରାଯାଇ ଥିଲା | ପରିଚୟ ପ୍ରଦାନ କରିଥିଲେ ମଞ୍ଚ ସଭାପତି ଗଣେଶ ରାମ ଖେତାନ, ମଞ୍ଚ ପରିଚାଳନା କରିଥିଲେ ଶ୍ରୀମତୀ ନେହା ଜୈନ ଏବଂ ମଞ୍ଚ ସମ୍ପାଦକ ରିନେଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରି ଥିଲେ |

ନିରଞ୍ଜନ ଗଉଡ଼, ପ୍ରଗତିଶୀଳ ମସିହା

Related posts

ଅବକାରୀ ବିଭାଗ ପକ୍ଷରୁ ୪୦ ବୋତଲ ବେଆଇନ କଫ ସିରଫ, ଜବତ ଜଣେ ମହିଳା ଗିରଫ

Sunil Chandra Nayak

ବାଇକ ଉପରେ ପଡିଲା ଗଛ,ଅଳ୍ପକେ ବର୍ତିଲେ ଚାଳକ

Sunil Chandra Nayak

ବଡଦୁନ୍ଦୁ ମସଜିଦରେ ମୁସଲମାନ ସଂପ୍ରଦାୟର ଲୋକେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରାର୍ଥନା

Sunil Chandra Nayak

Leave a Comment

error: Content is protected !!