ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମିଳିତ ମଂଚର ପଲ୍ଲାଭାରୀ

ରାଉରକେଲା/ ଆଉ ମାତ୍ର ଦୁଇଟା ଦିନପରେ ରାଉରକେଲା ଅର୍ବାନ ବ୍ୟାଙ୍କ ନିର୍ବାଚନ। ଏହି ନିର୍ବାଚନରେ ବିଜେଡି ବିଭକ୍ତ ହୋଇଥିବା ବେଳେ ମିଳିତମଂଚ ପ୍ୟନେଲର ପଲ୍ଲା ଭାରି ଥିବା ଆକଳନ କରାଯାଇଛି। ନିର୍ବାଚନ ପ୍ରକ୍ରିୟାରେ ଗୋଟିଏ ପ୍ୟାନେଲରେ ଆଦିତ୍ଯ ମହାପାତ୍ର ସଭାପତି ପ୍ରାର୍ଥୀ ଭାବେ ଓହ୍ଲାଇ ଥିବା ବେଳେ ଟିଏ ବିଲ୍ ର ବକେୟା ଖିଲାପକାରୀ ହିସାବରେ ନାମାଙ୍କନ ପତ୍ର ନାକଚ ହୋଇଛି। ସେହିପରି ଅନ୍ୟତମ ନିର୍ଦ୍ଦେଶକ ପ୍ରାର୍ଥୀ ସୁଦର୍ଶନ ମିଶ୍ର ଅର୍ବାନ ବ୍ୟାଙ୍କ ସହ ଚୁକ୍ତିନାମା କରି ଆର୍ଥିକ ଲାଭ ସଂସ୍ଥା ସହ ଜଡିତ ରହି ଲାଭାନ୍ବିତ ହୋଇଥିବାରୁ ତାଙ୍କର ନାମାଙ୍କନ ପତ୍ର ଟିକୁ ନିର୍ବାଚନ ଅଧିକାରୀ ନାକଚ କରି ଦେଇଛନ୍ତି। ପ୍ରଥମରୁ ଏହି ବରିଷ୍ଠ ସଭ୍ୟ ଙ୍କ ନାମାଙ୍କନ ପତ୍ର ନାକଚ ହେବାରୁ ସେ ଦେଇଥିବା ପ୍ୟାନେଲ ପ୍ରତି ଶକ୍ତ ଝଟକା ଲାଗିଥିଲା। ନିଜର ନାମାଙ୍କନ ପତ୍ର ବଂଚାଇ ପାରୁନଥିବା ବ୍ୟକ୍ତି ବ୍ୟାଙ୍କ ସଭାପତି ଭାବେ କିପରି ବ୍ୟାଙ୍କ ଚଳାଇ ଥାନ୍ତେ ତାହା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସେହି ପ୍ୟାନେଲ ର ଅନ୍ୟତମ ୧୫ ନମ୍ବର ପ୍ରାର୍ଥୀ ଲକ୍ଷ୍ମୀଧର ପାଣିଗ୍ରାହୀ ସ୍ବଇଚ୍ଛାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଲେ। ଫଳରେ ମିଳିତ ପ୍ୟାନେଲର ମାଠିଆ ଚିହ୍ନର ସଭାପତି ପ୍ରାର୍ଥୀ ଦିଲିପ ମହାପାତ୍ରଙ୍କ ପ୍ୟାନେଲର ୩ଜଣ ଅପ୍ରତିଦ୍ଵନ୍ଦୀ ଭାବେ ପରିଚାଳନା ପରିଷଦକୁ ନିର୍ବାଚିତ ହେଲେ। ଅନ୍ୟ ପକ୍ଷରେ ରାଉରକେଲାର ଅପ୍ରତିଦ୍ଵନ୍ଦୀ ନେତା ପୂର୍ବତନ ମନ୍ତ୍ରୀ ଦିଲିପ ରାୟଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ଦିଲିପ ମହାପାତ୍ରଙ୍କ ପ୍ୟାନେଲ ପ୍ରତି ଥିବାରୁ ଅଂଶୀଦାର ମାନଙ୍କର ମାଠିଆ ଚିହ୍ନ ପ୍ରତି ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ବରିଷ୍ଠ ବିଜେଡି ନେତାଙ୍କ ମାଠିଆ ଚିହ୍ନ ପ୍ରତି ମଧ୍ୟ ସମର୍ଥନ ଦେଖିବାକୁ ମିଳୁଛି। ସେହିପରି ଜୁଏଲଙ୍କ ଅତ୍ୟନ୍ତ ନିକଟତର ପୂର୍ଣ୍ଣିମା କେରକେଟା ମାଠିଆ ଚିହ୍ନରେ ପ୍ରାର୍ଥୀ ହୋଇଥିବାରୁ ଜୁଏଲଙ୍କ ସମର୍ଥନ ମଧ୍ୟ ରହିଛି। ରଘୁନାଥପାଲି ବିଧାୟକ ତଥା ସୁନ୍ଦରଗଡ ସମବାୟ ନିର୍ବାଚନ ପରିଚାଳନା ସମିତିର ଅଧ୍ୟକ୍ଷ ସୁବ୍ରତ ତରାଇ ଙ୍କ ସମର୍ଥନ ଦିଲିପ ମହାପାତ୍ରଙ୍କ ପ୍ୟାନେଲ ପ୍ରତି ରହିଛି। ସେହିପରି ଚ୍ୟାମ୍ବର ଅଫ କମର୍ସର ସଭାପତି ସଂପାଦକଙ୍କ ସମେତ ବହୁ ବରିଷ୍ଠ ସଦସ୍ୟଙ୍କ ସମର୍ଥନ ମଧ୍ୟ ରହିଛି। ଏହି ଦଳ ପ୍ରତି ମଧ୍ୟ କଂଗ୍ରେସ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କ ସମର୍ଥନ ରହିଛି। ସର୍ବୋପରି ରାଉରକେଲା ରାଜନୀତିରେ ଦିଲିପ ରାୟଙ୍କ ଆଶୀର୍ବାଦ ଯାହା ପ୍ରତି ରହିଛି ତାଙ୍କର ଜିତାପଟ ଘଟିଛି। ଉଦାହରଣ ସ୍ୱରୂପ ତାଙ୍କ ସମର୍ଥନ ଦ୍ବାରା ଚ୍ୟାମ୍ବର ଅଫ କମର୍ସ, ରାଉରକେଲା ଶ୍ରମିକ ସଂଘ ଟ୍ରେଡ୍ ୟୁନିୟନ ପରି ନିର୍ବାଚନରେ ଜିତାପଟ ଘଟିଛି। ସେହିପରି ପରିଚାଳନା ପରିଷଦର ପ୍ରାକ୍ତନ ସଭାପତି ରାଜେଶ ମହାପାତ୍ରଙ୍କ ସମୟ କାଳରେ ବ୍ୟାଙ୍କ ର ଏନପିଏ ହ୍ରାସ କରିବା, ଡିପୋଜିଟ ବୃଦ୍ଧି କରିବା, ଶକ୍ତିନଗର ବ୍ରାଞ୍ଚ କୁ ଆମ୍ଭାଗାନ ନିକଟକୁ ଆରବିଆଇ ର ଅନୁମତି କ୍ରମେ ସେଠାକୁ ସ୍ଥାନାନ୍ତର କରିବା, ଡେଲି ମାର୍କେଟ ଓ ରାଜଗାଙ୍ଗପୁର ବ୍ରାଞ୍ଚ କୁ ନୂତନତ୍ବ ପ୍ରଦାନ କରିବା,ବ୍ୟାଙ୍କ କୁ ସମୃଦ୍ଧ ଏବଂ ବ୍ୟାଙ୍କ ସ୍ବାସ୍ଥ୍ୟ ବୃଦ୍ଧିରେ ସହାୟକ ହୋଇଥିବାରୁ ଅଂଶୀଦାର ଓ ଜମାକାରୀ ଗ୍ରାହକଙ୍କ ମଧ୍ୟରେ ଲୋକପ୍ରିୟତା ଓ ବିଶ୍ବସନୀୟତା ରାଜେଶ ମହାପାତ୍ରଙ୍କ ଥିବାରୁ ତାଙ୍କର ସମର୍ଥନ ଦିଲିପ ମହାପାତ୍ରଙ୍କ ପ୍ୟାନେଲକୁ ସୁବିଧା ଜନକ ସ୍ଥିତିରେ ରଖିଛି। ଅନ୍ୟ ପଟରେ ଆଦିତ୍ଯ ମହାପାତ୍ରଙ୍କ ପ୍ୟାନେଲରେ କିଏ ସଭାପତି ହେବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଅନ୍ୟ ପ୍ରାର୍ଥୀ ମାନେ ଏହି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଉଦ୍ୟମ ଚଳାଇଛନ୍ତି। ତେବେ ଦିଲିପ ମହାପାତ୍ରଙ୍କ ପ୍ୟାନେଲ ସାମୁହିକ ଶକ୍ତି ପାଇଥିବାରୁ ମାଠିଆ ଦଳ ସେମାନଙ୍କ ଉପରେ ଭାରି ପଡିବ ବୋଲି ରାଜନୀତି ସମୀକ୍ଷକଙ୍କ ମହଲରେ ମତ ପ୍ରକାଶ ପାଉଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଏସ.ଡି.ପି.ଓ ଙ୍କ ନିରପେକ୍ଷ ତଦନ୍ତ ପ୍ରତିଶ୍ରୁତି ପରେ ଧାରଣା ରୁ ଓହରିଲେ ମୃତକ ଙ୍କ ପରିବାର

ରାଇରଙ୍ଗପୁର ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

କୋକସରା ବ୍ଲକ ରେ ରଥଯାତ୍ରା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!