Uncategorizedମଧୁସ୍ମିତା ସାହୁ ଙ୍କ କବିତା ଶ୍ରାବଣୀ by Sunil Chandra NayakJuly 21, 2022094 Share2 ଶ୍ରାବଣୀ ଶ୍ରାବଣୀଗୋ ତୁମରି ଆଗମନରେ , ବଦଳିଗଲା ଜୀବନ, ଭିଜାଭିଜା ବୁନ୍ଦାଜଳ ପଡ଼ିଗଲେ, ଶିହରଣ ତନୁମନ।। ନୀଳଆକାଶର ଓଢଣି ପିନ୍ଧିଲେ, ଲୁପ୍ତ ଜାଗୃତି ସପନ, ଧାରା ଶ୍ରାବଣ ବର୍ଷା ମେଘ ବିଜୁଳି, ବାନ୍ଧିଛି ପ୍ରେମ ବନ୍ଧନ।। ପୁଲ୍ଲକିତ ସବୁଜିମା ତରୁ ଲତା, ଫେରିବ ଗହନ ବନ, ଶୁଷ୍କତାରୁ ଉନ୍ମାଦର ସୁଶୋଭିତ, କରିଥାଏ ଯେ ନୂତନ।। ପ୍ରେରିତ ତୁମର ସକଳ ଆଧାର, ପୁଷ୍ପ ମହକ କାନନ, ରୋମାଞ୍ଚକର ଅନୁଭୂତି ଆଣିଛି, ସ୍ପର୍ଶତାର ଆନମନ।। ଶ୍ରାବଣ ମାସର ସ୍ପନ୍ଦନ ଆଣିଛି, ଈଶ୍ଵରଙ୍କର ଆହ୍ୱାନ, ମହିମା ତାଙ୍କର ବୋଲବମ୍ ଯାତ୍ରା, ଶମ୍ଭୁନାଥ ଗୁଣଗାନ।। ପ୍ରକୃତି ଉପହାର ଦିବ୍ୟ ଆଦର, ସୂକ୍ଷ୍ମତାର ବଳିଦାନ, ମାନବିକ ଆଧ୍ୟାତ୍ମିକ ସଂଯୋଗର, ନିପୁଣ ଭାବ ମହାନ୍।। ମଧୁସ୍ମିତା ସାହୁ, ବ୍ରହ୍ମା ନଗର ପ୍ରଥମ ଗଳି, ବ୍ରହ୍ମପୁର, ଜିଲ୍ଲା-ଗଞ୍ଜାମ, ,ଓଡ଼ିଶା