ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାରେ ଭାରତ ମୁକ୍ତି ମୋର୍ଚ୍ଚା ଓ ବହୁଜନ ମୁକ୍ତି ମୋର୍ଚ୍ଚା ପକ୍ଷରୁ ତୃତୀୟ ପର୍ଯ୍ୟାୟ ଜିଲ୍ଲା ସ୍ତରୀୟ ବିକ୍ଷୋଭ ଅନୁଷ୍ଠିତ

ଭବାନୀପାଟଣା – କେନ୍ଦ୍ର ସରକାରଙ୍କ ମନୋମୁଖୀ ଶାସନ ଓ ଜନବିରୋଧୀ ନୀତି ବିରୁଦ୍ଧରେ ଭାରତ ମୁକ୍ତି ମୋର୍ଚ୍ଚା ର ପ୍ରମୁଖ ମାନନୀୟ ୱ୍ଵାମନ ମେଶ୍ରାମ ଙ୍କ ରାଷ୍ଟ୍ରବ୍ୟାପି ଆନ୍ଦୋଳନର ଆହ୍ୱାନ କ୍ରମେ ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ ତଥା ବିକ୍ଷୋଭ ପ୍ରଦର୍ଶନ କରି ଏକ ରାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତ ମୁକ୍ତି ମୋର୍ଚ୍ଚାର ଅନେକ ଶାଖା ସଂଗଠନ ଅଂଶଗ୍ରହଣ କରିଥିଲେ। ଭବାନୀପାଟଣା ସହରର ନକଟିଗୁଡା ଛକ ସ୍ଥିତ ସମ୍ବିଧାନ ପ୍ରଣେତା ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରି ରାଲିର ଶୁଭାରମ୍ଭ କରାଯାଇଥିଲା। ସେଠାରୁ ଏକ ବିଶାଳ ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସଂଗଠନ ର ପଦାଧିକାରୀ ମାନେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରୀୟ ମୂଳ ନିବାସୀ ମହିଳା ସଂଘର ସଭାନେତ୍ରୀ କମଳିନୀ ଯାଦବ, ବହୁଜନ କ୍ରାନ୍ତି ମୋର୍ଚ୍ଚା ର ଜିଲ୍ଲା ସଂଯୋଜକ ଋଷିସୂଦନ ଛତ୍ରପାଲ, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଜିଲ୍ଲା ସଭାପତି ଅଦିତ୍ୟ ହଂସ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଜିଲ୍ଲା ସଭାପତି କୁଶ ଶବର,ବାମସେଫ୍ ପ୍ରଚାରକ ଗୋପାଳ ଧଙ୍ଗଡା ମାଝୀ,ବହୁଜନ ମୁକ୍ତି ପାର୍ଟି ଜିଲ୍ଲା ସଭାପତି ମହେନ୍ଦ୍ର ଧଙ୍ଗଡା ମାଝୀ, ବହୁଜନ କ୍ରାନ୍ତି ମୋର୍ଚ୍ଚା ଜିଲ୍ଲା ସଂଯୋଜକ ସୁରେଶ ଚନ୍ଦନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ବକ୍ତା ମାନେ କେନ୍ଦ୍ର ସରକାରକୁ କଟୁ ସମାଲୋଚନା କରି କହିଥିଲେ ଯେ, ଓବିସି ଜାତି ଆଧାରିତ ଜନଗଣନା ଦାବି, ଦରଦାମ୍ ହ୍ରାସ,ସରକାରୀ ସଂସ୍ଥାର ଘରୋଇକରଣ ବନ୍ଦ କରିବା, ଇଭିଏମ୍ ହଟାଇବା ଦାବି କରିଥିଲେ। ମୋଦି ସରକାର ସମସ୍ତ କ୍ଷେତ୍ରରେ ବିଫଳ ହୋଇଥିବା ଅଭିଯୋଗ କରିଥିଲେ। 

         ଭବାନୀପାଟଣା ରୁ ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ ।

Related posts

ଲୋକ ମହୋତ୍ସବ ମଣ୍ଡେଇ -2022 କାର୍ଯ୍ୟକ୍ରମ ର ଭୂମିପୂଜା ଅନୁଷ୍ଠିତ 

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ପୁରୁଷ

Sunil Chandra Nayak

ଜଗତ୍ ଜନନୀ ମା ଗଜଲକ୍ଷ୍ମୀ ପୂଜା ଅବସର ରେ ଜନ ମଂଗଳ ର ଜନ କଲ୍ୟାଣକାରି କାର୍ଯକ୍ରମ

Sunil Chandra Nayak

Leave a Comment

error: Content is protected !!