ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଲିସ ଟିମର ଖୁଡୁଖୁଡି ଜୁଆ ଖେଳ ଉପରେ ଚଢ଼ଉ , ତିନି ଗିରଫ 

ପ୍ରତେକ ସାପ୍ତାହିକ ହାଟ ଉପରେ ଚଢ଼ଉ ହେବ -ଥାନା ଅଧିକାରୀ

ରାଇଘର -:   ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଦୀର୍ଘ କିଛି ହେବ ଗ୍ରାମାଞ୍ଚଳରେ ଲଗାତାର ଭାବରେ ବେଆଇନ ଭାବେ ଜୁଆ ଖେଳ ଖୁଡୁଖୁଡି,ସଟ୍ଟା ଓ ମଦ କାରବାର ବେଆଇନ ଭାବେ ଜାରୀ ରହିଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ ନିଶା କବଳରେ ରାଇଘର ବୋଲି ଖବର ପ୍ରକାଶିତ ହୋଇଥିଲା l ଏହାକୁ ଗୁରୁତ୍ବ ଦେଇ ଜିଲ୍ଲା ପୋଲିସ ପ୍ରଶାସନର ନିର୍ଦ୍ଦେଶ କ୍ରମେ ରାଇଘର ପୋଲିସ ଟିମ୍ ଆଜି ଏକ ସାପ୍ତାହିକ ହାଟ ଉପରେ ଚଢ଼ଉ କରି ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି l ବର୍ତମାନ ଲଗାତାର ଭାବରେ ଚଢ଼ଉ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି l ସବିଶେଷ ଖବରରୁ ପ୍ରକାଶ ଯେ -ରାଇଘର ବ୍ଲକର ୨୬ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳର ହାଟରେ ଜୁଆ ଖେଳ ଖୁଡୁଖୁଡି ହେଉଥିବା ବେଳେ ଆଦିବାସୀ ଲୋକେ ଏହା ଦ୍ୱାରା ସର୍ବହରା ହେଉଛନ୍ତି l ସପ୍ତାହ ସାରା ମଜୁରୀ କରି ଯାହା ଦୁଇ ପଇସା ରୋଜଗାର କରିଥାନ୍ତି ବଜାର ଦିନ ଜୁଆ ଖେଳ ଖେଳି ସର୍ବହରା ହୋଇଥାନ୍ତି ଘରକୁ ଯିବା ପରେ ଘରେ କୋଳି ଆରମ୍ଭ ସହ ପେଟ ପାଟଣା ନିମନ୍ତେ ବିଭିନ୍ନ ଗଣ୍ଡଗୋଳ ଦ୍ବାରା ନାନା ସମସ୍ୟା ଦେଖା ଦେଇଛି l ପରବର୍ତୀ ସମୟରେ ଏହା ଉଗ୍ର ରୁପ ମଧ୍ୟ ନିଏ କିନ୍ତୁ ଏହାକୁ ରୋକିବା ନିମନ୍ତେ ଗ୍ରାମାଞ୍ଚଳରେ ମହିଳା ସଂଗଠନ ଦାବୀ କରୁଥିଲେ ମଧ୍ୟ ଦଲାଲ୍ ଗିରି ସହ ବହୁ ଲୋକେ ଏହି ଜୁଆ ଖେଳ ରେ ଲିପ୍ତ ରହୁଥିବା ଯୋଗୁଁ ସ୍ବର ସାମ୍ନାକୁ ଆସି ପାରୁ ନାହିଁ ଅନ୍ୟପଟେ ଜୁଆ ଖେଳ ଖୁଡୁଖୁଡି ଯୋଗୁଁ ରାଇଘର ବ୍ଲକରେ ସ୍ଥିତି ଗମ୍ଭିର ହେବା ସହ ଯୁବ ଗୋଷ୍ଠୀ ଏହାର ପ୍ରଭାବରେ ଆସୁଥିବା ଜଣା ପଡିଛି l ଚାରି ପଟେ ଏହି ଖେଳ ବ୍ୟାପି ଥିବା ବେଳେ ଏହାକୁ କିଭଳି ରୋକିବା ଏହା ଉପରେ କେହି ଗୁରୁତ୍ବ ଦେଉ ନ ଥିବା ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ସମସ୍ୟା ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା l ଘଟଣାକୁ ଗୁରୁତର ସହ ନେଇ ରାଇଘର ଥାନା ପକ୍ଷରୁ ଏସଆଇ ଅନୁସୟା ନାୟକ,ଏସଆଇ ମନ ରଞ୍ଜନ ବେହେରା ଏଏସଆଇ ରବିନ୍ଦ୍ର କୁମାର ପ୍ରଧାନ ସହ ଏକ ସ୍ୱତନ୍ତ୍ର ଟିମ୍ ଦୁର୍ଗମ ମୁଣ୍ଡିବେଡା ସାପ୍ତାହିକ ହାଟ ଉପରେ ଚଢ଼ଉ କରି ଖୁଡୁଖୁଡି ଜୁଆ ଖେଳ ଚଲାଉଥିବା ଛତାବେଡା ଡିଏନକେ ଗ୍ରାମର ଅଶିମ୍ ଦାସ‌ (୪୦),ହରସିଦ ଚୌଧୁରୀ (୩୬)ଓ କୁମୁଲି ଗ୍ରାମର ହରି ଦାସ‌ ବିଶ୍ବାସ (୫୨)କୁ ପୋଲିସ୍ ଗିରଫ କରିବା ସହ ଜୁଆ ଖେଳ ସାମଗ୍ରୀ ଓ ୨୭୨୦ ଟଙ୍କା ଜବତ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l ବର୍ତମାନ ସମସ୍ତ ହାଟ ଉପରେ ଚଢ଼ଉ କରାଯାଇ ଉକ୍ତ ଖେଳ କୁ ସମ୍ପୁର୍ଣ ବନ୍ଦ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି l ରାଇଘର ବ୍ଲକରେ ଯେଉଁ ଭଳି ଯୁବ ଗୋଷ୍ଠୀ ନିଶା କବଳରେ ଲିପ୍ତ ହେଉଛନ୍ତି ପୋଲିସ୍ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକତା ରହିଛି l ଏ ନେଇ ରାଇଘର ଥାନା ରେ କେସ ନମ୍ବର୍ ୧୮୦ /୨୨ ରେ ମାମଲା ରୁଜୁ କରି ତଦନ୍ତ ଚାଲିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ସାଂସଦ ସୁଜିତ କୁମାର ଙ୍କ # ଆସ_ଗଢ଼ିବା_ସବୁଜ_ଓଡିଶା କାର୍ଯ୍ୟକ୍ରମ

Sunil Chandra Nayak

ବିଜୁଳି ଚୋରି ରୋକିବାକୁ ଯାଇ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ମାରଣାତ୍ମକ ଆକ୍ରମଣ, ଥାନାରେ ମାମଲା, ହାତବାନ୍ଧି ବସିଛି ସିଂଲା ପୋଲିସ

Sunil Chandra Nayak

ସମ୍ବାଦ ସାହିତ୍ୟଘର,ରାଉରକେଲା ଓ ଉତ୍କଳ ନବଜୀବନ ମଣ୍ଡଳର ଆଲୋଚନା ଚକ୍ର ଅନୁଷ୍ଠିତ

Leave a Comment

error: Content is protected !!