ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଲୋକେ ସହଜରେ ଚକ୍ଷୁଦାନ କରିପାରିବେ

ନବରଙ୍ଗପୁର,୬/୯(ମନିସ)- ୩୭ ତମ ଜାତୀୟ ଚକ୍ଷୁ ଦାନ ପକ୍ଷ ଅଗଷ୍ଟ ୨୫ ରୁ ସେପ୍ଟେମ୍ବର ୮ ପଯ୍ୟନ୍ତ ଚାଲିଛି । ଏନେଇ ନବରଙ୍ଗପୁର ଜିଲା ସ୍ଵାସ୍ଥ୍ୟ ସମିତି ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହ ଠାରେ ପକ୍ଷ ପାଳନ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡାକ୍ତର କାହ୍ନୁ ଚରଣ ପାତ୍ରଙ୍କ ଅଧ୍ୟକ୍ଷତା କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲା ପ୍ରୋଗ୍ରାମ ମ୍ୟାନେଜର ସୁଶାନ୍ତ କୁମାର ପ୍ରହରାଜ ଅତିଥି ପରିଚୟ ସହ ଜାତୀୟ ଚକ୍ଷୁ ଦାନ ପକ୍ଷର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲା ନିକ୍ଷୟ ନିରାକରଣ ଅଧିକାରୀ ଡାକ୍ତର ସୁକାନ୍ତ କୁମାର ଶତପଥୀ ଚକ୍ଷୁ ପ୍ରତିରୋପଣ, ଚକ୍ଷୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଚକ୍ଷୁ ବିଭାଗର ନିହାର ରଞ୍ଜନ ବେହେରା ଚକ୍ଷୁ ରୋଗର ନିରାକରଣ, କିଭଳି ଚକ୍ଷୁକୁ ସୁସ୍ଥ ରଖିବା ସେନେଇ ବିସ୍ତୃତ ଭାବରେ ବୁଝାଇଥିଲେ । ବିନା ଭୟରେ ଚକ୍ଷୁ ଦାନ କରାଯାଇ ପାରିବ ବୋଲି କହିଥିଲେ । ବରିଷ୍ଠ ନାଗରିକ ରାଧାନାଥ ବେହେରା ଆଗାମୀ ଦିନରେ ମୋତିଆବିନ୍ଦୁ ଆସ୍ତ୍ରପଚାର ଅଧିକରୁ ଅଧିକ ଜିଲାରେ କିଭଳି ହୋଇପାରିବ ସେନେଇ ବିଭିନ୍ନ ପ୍ରସ୍ତାଵ ଦେଇଥିଲେ । ଚକ୍ଷୁ ଦାନ ଏକ ମହତ ଦାନ ସେସମ୍ପର୍କରେ କିଛି ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠିତ ବୈଠକରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଜିଏନ ଏମ ଛାତ୍ରୀ, ନବରଙ୍ଗପୁର ମହାବିଦ୍ୟାଳୟର ଏନ ସି ସି ଅଧିକାରୀ, ଜୁନାଗଡ଼ର ଲେପ୍ରସି ବିଭାଗ କର୍ମଚାରୀ, ଅଗ୍ନିଶମ କର୍ମଚାରୀ ଓ ବରିଷ୍ଠ ନାଗରିକ ପ୍ରମୁଖ ଯୋଗ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ଗର୍ଭବତୀ ମହିଳା କୁ ଷ୍ଟେଚାର ରେ ନଦୀ ପାର କଲେ ଗ୍ରାମ ବାସୀ

Sunil Chandra Nayak

ଗୁଣ୍ଡୁଚି ପକ୍ଷରୁ ନିଶୁଳ୍କ ସ୍ବାସ୍ଥ୍ୟ ସେବାଶିବିର

Sunil Chandra Nayak

ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ର ବୈଠକ

Sunil Chandra Nayak

Leave a Comment

error: Content is protected !!