ପାପଡାହାଣ୍ଡି,17/10, ମନିସ — ପାପଡାହାଣ୍ଡି ବ୍ଲକକୁ ପୁଣି ଫେରିଛି ଝାଡାବାନ୍ତି | ଗତ ଅଗଷ୍ଟ ମାସରେ ତୁଳସି ପଦର ଓ ଗତ ସପ୍ତାରେ ସୋରିଷ ପଦରରେ ଝାଡା ବାନ୍ତି ଦେଖା ଦେଇଥିଲା | ବର୍ତମାନ ବ୍ଲକର ମାଝୀଗୁଡା ପଂଚାୟତ ଖଡ଼କା ପଦର ଗ୍ରାମରେ ଝାଡାବାନ୍ତି ବ୍ୟାପିଛି | ଝାଡା ବାନ୍ତି ବ୍ୟାପିବାର ପ୍ରକୃତ କାରଣ ଜଣା ପଡ଼ିନାହିଁ | ରବିବାର ହାରାବତୀ ଯାନୀ ଓ ଦେଶୀ ଯାନୀ ଆକ୍ରାନ୍ତ ହୋଇ ନବରଙ୍ଗପୁର ସ୍ଥାନାନ୍ତର ହୋଇଛନ୍ତି | ସୋମବାର ଜୟରାମ ଯାନୀ ଆକ୍ରାନ୍ତ ହୋଇ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି | ସେହିପରି ବାଲମତି ଯାନୀ ପ୍ରଥମେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି | ସେହିପରି ଜୟସିଂ ଯାନୀ ଗ୍ରାମରେ ଆକ୍ରାନ୍ତ ହୋଇ ରହିଛନ୍ତି | ତେବେ ବିଷାକ୍ତ ଛତୁ ଖାଇ ଝାଡା ବାନ୍ତି ହୋଇଥିବା ସନ୍ଦେହ କରାଯାଉଛି | ଗତ ତିନି ଦିନ ହେଲା ଗ୍ରାମରେ ଏହି ଝାଡା ବାନ୍ତି ଦେଖା ଦେଇଛି | ଖବର ଲେଖା ଶେଷ ସୁଦ୍ଧା ଝାଡା ବାନ୍ତିକୁ ନେଇ ଲୋକେ ଭୟ ଭିତ ଅଛନ୍ତି |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ