ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ର ଅଡିଓ ରିଲିଜ

ଓଡିଆ ଦର୍ଶକଙ୍କୁ ପୁଣି ଗୋଟିଏ ସିନେମା ଭେଟି ଦେଉଛି ଜୀ ସାର୍ଥକ । ଆସନ୍ତା ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ସିନେମା ‘ପାରି କରିବେ ଭୋଳା ଶଙ୍କର’ । ଆଜି ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହାର ଅଡିଓ ରିଲିଜ ହୋଇଛି । ସିନେମାରେ ତିନିଟି ଗୀତ ରହିଥିବା ବେଳେ ଗୀତ ରଚନା କରିଛନ୍ତି ଡ. ନିର୍ମଳ ନାୟକ । ପ୍ରଶାନ୍ତ ପାଢ଼ୀଙ୍କ ବଳିଷ୍ଠ ସଂଗୀତ ନିର୍ଦ୍ଦେଶନାରେ ବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ, ସୋହିନୀ ମିଶ୍ର, ତାରିକ ଅଜିଜ ଓ ସ୍ୱସ୍ତିକ ପ୍ରମୁଖ କଣ୍ଠଦାନ କରିଛନ୍ତି । ସମ୍ପୂର୍ଣ୍ଣ ପାରିବାରିକ ଚଳଚ୍ଚିତ୍ର ହେଉଛି ‘ପାରି କରିବେ ଭୋଳା ଶଙ୍କର’ । ଗାଁର କାହାଣୀକୁ ନେଇ ଆଗେଇଛି ସିନେମା । ନାୟକ ଶଙ୍କର ଉପରେ ରହିଛି ମହାଦେବଙ୍କ ଆଶୀର୍ବାଦ । ପ୍ରତ୍ୟେକ ସୋମବାରରେ ନାୟକ ଶଙ୍କର ଅଦ୍ଭୁତ ଐଶ୍ୱରୀୟ ଶକ୍ତି ପ୍ରାପ୍ତ ହୁଏ । ଯାହା ସାଧାରଣ ମଣିଷ ଭାବିପାରେନି ତାହା ସେ କରିପାରେ । ତେଣୁ ଗାଁର ଛୋଟ ଠୁ ବଡ ସମସ୍ତଙ୍କର ଶଙ୍କର ଅତି ଆପଣାର । ତେବେ ଶଙ୍କରର ଲୋକପ୍ରିୟତାକୁ ସହିପାରନ୍ତିନି ଗାଁ ଜମିଦାର ଅବିନାଶବାବୁ । ଶଙ୍କରର ବିନାଶ ପାଇଁ ଜମିଦାର ଉପାୟ ଚିନ୍ତା କରନ୍ତି । ଜମିଦାରଙ୍କ ଝିଅ ପ୍ରତ୍ନତତ୍ତ୍ୱ ଗବେଷଣାରତ ଥିବା ବେଳେ ସେଇ ଆଳରେ ଗାଁ ମନ୍ଦିର ଜମି ହଡପ କରିବାକୁ ଜମିଦାର ଅବିନାଶ ବାବୁ ଚେଷ୍ଟା କରନ୍ତି । ଯେଉଁଥିରେ ବାଧକ ସାଜେ ଶଙ୍କର । ତେବେ ରୋମାଞ୍ଚ କର କାହାଣୀକୁ ନେଇ ଆଗକୁ ସିନେମା ଗତିଶୀଳ । ଅନ୍ୟାୟର ଆୟୁଷ କେତେ ଓ ଅବିନାଶ – ଶଙ୍କରର ଛକାପଞ୍ଝାର ପରିଣତି କଣ ହେବ ତାହା ସିନେମା ଦେଖିଲେ ଜାଣିହେବ । ପାରି କରିବେ ଭୋଳା ଶଙ୍କର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ଅଜୟ ରାଉତ ପ୍ରଯୋଜନା କରିଥିବା ବେଳେ କାହାଣୀକାର ଅଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ । ଆସନ୍ତା ନଭେମ୍ବର ୬ ତାରିଖ ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ତଥା ବଡଓଷା ଅବସରରେ ସଂଧ୍ୟା ୬ଟା ୩୦ରେ ଜୀ ସାର୍ଥକରେ ‘ପାରି କରିବେ ଭୋଳା ଶଙ୍କର’ ଦେଖିପାରିବେ ।

ଅମୃତ ନନ୍ଦ ଙ୍କ ରିପୋର୍ଟ 

Related posts

ମଧୁସୂଦନ ମହାପାତ୍ର ଙ୍କ କବିତା ନିର୍ବାଣ ନୁହେଁ, ମୁଁ ଜୀବନ କାମନା କରେ

Sunil Chandra Nayak

କରଚଲା ଠାରେ ଭତର। ସମାଜର ସମ୍ପର୍କ ଯୋଡୋ ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

କୋକସରା ଜେଏମଏଫସି କୋର୍ଟ ମାଜିଷ୍ଟ୍ରେଟଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!